ସାତକୋଶିଆରେ ଛଡ଼ାଗଲା ୨ ଘଡ଼ିଆଳ କୁମ୍ଭୀର

ବାରଙ୍ଗ,୧୮।୨(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରୁ ଗୁରୁବାର ୨ ମାଈ ଘଡିଆଳ କୁମ୍ଭୀରକୁ ସାତକୋଶିଆରେ ଛଡ଼ାଯାଇଛି। ମଙ୍ଗଳବାର ବିରୁପାରୁ ଏକ କୁମ୍ଭୀର ଧରା ହୋଇ ନନ୍ଦନକାନନକୁ ଆସିଥିଲା। ଉକ୍ତ କୁମ୍ଭୀର ସହ ନନ୍ଦନକାନନରେ ଥିବା ଏକ ମାଈ ଘଡିଆଳ କୁମ୍ଭୀରକୁ ପ୍ରାଣୀଉଦ୍ୟାନର ବିଶେଷଜ୍ଞ ସୁଦର୍ଶନ ମହାରଣାଙ୍କ ତତ୍ତ୍ୱାବଧାନରେ ସାତକୋଶିଆସ୍ଥିତ ମହାନଦୀରେ ଗୁରୁବାର ଛଡାଯାଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ ପକ୍ଷରୁ ସୂଚନା ଦିଆଯାଇଛି।