ଦୁଇ ସମବାୟ ବ୍ୟାଙ୍କରେ କର୍ମଚାରୀ ଅଭାବ

ବ୍ରହ୍ମପୁର ଅଫିସ,୨୧ା୧୦: ବ୍ରହ୍ମପୁରରେ ଶତାଧିକ ବର୍ଷର ସମବାୟ ଅର୍ବାନ ବ୍ୟାଙ୍କ ଏବଂ ସମବାୟ କେନ୍ଦ୍ର ବ୍ୟାଙ୍କ ଅଛି। ଏହି ଦୁଇ ବ୍ୟାଙ୍କରେ ଦୀର୍ଘ ବର୍ଷରୁ କର୍ମଚାରୀ ଅଭାବ ଲାଗି ରହିଛି। ସରକାରୀ କଟକଣା ଯୋଗୁ ନୂଆ ନିଯୁକ୍ତି ହୋଇପାରୁ ନ ଥିବା ଜଣାପଡ଼ିଛି। ଫଳରେ କାରବାର, ଗ୍ରାହକ ସେବା ଓ ପ୍ରଶାସନିକ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଇତିମଧ୍ୟରେ ରାଜ୍ୟ ସରକାର ଓ ବିଶେଷକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବିଭାଗ ଓ ଶିକ୍ଷାନୁଷ୍ଠାନରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ତେଣୁ ଦୁଇ ପୁରାତନ ବ୍ୟାଙ୍କରେ ଖାଲି ପଡ଼ିଥିବା କର୍ମଚାରୀ ପଦବୀଗୁଡ଼ିକ ପୂରଣ କରାଯିବାକୁ ବିଭିନ୍ନ ମହଲ ଓ ସମବାୟପ୍ରେମୀଙ୍କ ପକ୍ଷରୁ ଦାବି ହୋଇଛି। ସମବାୟ ମନ୍ତ୍ରୀ ପଦକ୍ଷେପ ନେବାକୁ ଗୁରୁତ୍ୱ ଦିଆଯାଇଛି।
ଅତୀତର ଗଞ୍ଜାମ ଜିଲା ମାଡ୍ରାସି ପ୍ରେସିଡେନ୍‌ସି ଅଧୀନ ଥିଲା। ୧୯୦୬ରେ କେତେକ ବିଶିଷ୍ଟ ତେଲୁଗୁ ଲୋକଙ୍କ ଉଦ୍ୟମରେ ଘରୋଇ ଭାବେ ବ୍ରହ୍ମପୁର ସମବାୟ ଅର୍ବାନ ବ୍ୟାଙ୍କ ପ୍ରତିଷ୍ଠା କରାଯାଇଥିଲା। ସହରାଞ୍ଚଳ ଲୋକଙ୍କୁ କେବଳ ଘର ବନ୍ଧକ ରଖି ଋଣ ଦେବାର ବ୍ୟବସ୍ଥା ରହିଛି। ସୁଧ ଚଢ଼ା ହୋଇଥିଲେ ମଧ୍ୟ ଅତ୍ୟାବଶ୍ୟକ ସ୍ଥଳେ ଲୋକେ ଋଣ ନେବାକୁ ଏହି ବ୍ୟାଙ୍କ ଉପରେ ନିର୍ଭର କରୁଛନ୍ତି। ତେବେ ବ୍ୟାଙ୍କର ମଞ୍ଜୁରୀ ପଦବୀ ୪୯ରୁ ଏବେ ମାତ୍ର ୨୨ରେ କାମ ଚଳାଯାଉଛି। ନିହାତି ଆବଶ୍ୟକ ଥିବାରୁ କିଛି ବର୍ଷ ତଳେ ୪ ଜଣଙ୍କୁ ଅସ୍ଥାୟୀ ବା ଠିକା ଭିତ୍ତିରେ ରଖାଯାଇଛି। ସେମାନଙ୍କୁ ଅତି କମ୍‌ ଦରମା ଦିଆଯାଉଥିବା ଅଭିଯୋଗ ହୋଇଛି। ୧୧୬ ବର୍ଷର ଏହି ବ୍ୟାଙ୍କ ଏଭଳି ରହିଛି। ଏଯାବତ୍‌ ଶତବାର୍ଷିକୀ ଉତ୍ସବ ପାଳନ ହୋଇନାହିଁ।
ସେହିପରି ଶତାଧିକ ବର୍ଷର ବ୍ରହ୍ମପୁର ସମବାୟ କେନ୍ଦ୍ର (ବିସିସି) ବ୍ୟାଙ୍କରେ ମଧ୍ୟ ସମାନ ଅବସ୍ଥା। ଗଜପତି ଓ ଗଞ୍ଜାମ ଜିଲାରେ ଅଛି ୨୩ ଶାଖା। ସବୁବର୍ଷ ବହୁ କୋଟି ଟଙ୍କା ଚାଷୀଙ୍କୁ କୃଷି ଋଣ ଦିଆଯାଉଛି ଓ ଆଦାୟ କରାଯାଉଛି। ପାରଳାଖେମୁଣ୍ଡି ଓ ବ୍ରହ୍ମପୁରରେ ଦୁଇଟି ମହିଳା ବ୍ୟାଙ୍କ ଅଛି। ୨ ଶହରୁ ଅଧିକ ମଞ୍ଜୁରୀ ପଦବୀ ମଧ୍ୟରୁ ଏବେ ମାତ୍ର ୯୪ ଜଣରେ କାମଚଳା ହେଉଛି। ନିଯୁକ୍ତି ଉପରେ ସରକାରୀ କଟକଣା ଥିବାରୁ ଖାଲି ପଡ଼ି ଥିବା ଶତାଧିକ ପଦ ପୂରଣ ହେଉନାହିଁ। ୩୬ ଜଣ ନୂଆ କର୍ମଚାରୀ ଚୟନ ସରକାର ଓ ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ହୋଇଥିବା କୁହାଯାଇଥିଲେ ମଧ୍ୟ ସେମାନେ କାର୍ଯ୍ୟରେ ଯୋଗ ଦେଇନାହାନ୍ତି। ମଞ୍ଜୁରୀ ପଦବୀଗୁଡ଼ିକ ଅବିଳମ୍ବେ ପୂରଣ ଦିଗରେ ରାଜ୍ୟ ସମବାୟ ମନ୍ତ୍ରୀ ପଦକ୍ଷେପ ନେବା ପାଇଁ ବ୍ୟାଙ୍କ ପରିଚାଳନା ବୋର୍ଡର ପୂର୍ବତନ ସଦସ୍ୟଙ୍କ ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri