ଦୁଇ ସମବାୟ ବ୍ୟାଙ୍କରେ କର୍ମଚାରୀ ଅଭାବ

ବ୍ରହ୍ମପୁର ଅଫିସ,୨୧ା୧୦: ବ୍ରହ୍ମପୁରରେ ଶତାଧିକ ବର୍ଷର ସମବାୟ ଅର୍ବାନ ବ୍ୟାଙ୍କ ଏବଂ ସମବାୟ କେନ୍ଦ୍ର ବ୍ୟାଙ୍କ ଅଛି। ଏହି ଦୁଇ ବ୍ୟାଙ୍କରେ ଦୀର୍ଘ ବର୍ଷରୁ କର୍ମଚାରୀ ଅଭାବ ଲାଗି ରହିଛି। ସରକାରୀ କଟକଣା ଯୋଗୁ ନୂଆ ନିଯୁକ୍ତି ହୋଇପାରୁ ନ ଥିବା ଜଣାପଡ଼ିଛି। ଫଳରେ କାରବାର, ଗ୍ରାହକ ସେବା ଓ ପ୍ରଶାସନିକ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଇତିମଧ୍ୟରେ ରାଜ୍ୟ ସରକାର ଓ ବିଶେଷକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବିଭାଗ ଓ ଶିକ୍ଷାନୁଷ୍ଠାନରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ତେଣୁ ଦୁଇ ପୁରାତନ ବ୍ୟାଙ୍କରେ ଖାଲି ପଡ଼ିଥିବା କର୍ମଚାରୀ ପଦବୀଗୁଡ଼ିକ ପୂରଣ କରାଯିବାକୁ ବିଭିନ୍ନ ମହଲ ଓ ସମବାୟପ୍ରେମୀଙ୍କ ପକ୍ଷରୁ ଦାବି ହୋଇଛି। ସମବାୟ ମନ୍ତ୍ରୀ ପଦକ୍ଷେପ ନେବାକୁ ଗୁରୁତ୍ୱ ଦିଆଯାଇଛି।
ଅତୀତର ଗଞ୍ଜାମ ଜିଲା ମାଡ୍ରାସି ପ୍ରେସିଡେନ୍‌ସି ଅଧୀନ ଥିଲା। ୧୯୦୬ରେ କେତେକ ବିଶିଷ୍ଟ ତେଲୁଗୁ ଲୋକଙ୍କ ଉଦ୍ୟମରେ ଘରୋଇ ଭାବେ ବ୍ରହ୍ମପୁର ସମବାୟ ଅର୍ବାନ ବ୍ୟାଙ୍କ ପ୍ରତିଷ୍ଠା କରାଯାଇଥିଲା। ସହରାଞ୍ଚଳ ଲୋକଙ୍କୁ କେବଳ ଘର ବନ୍ଧକ ରଖି ଋଣ ଦେବାର ବ୍ୟବସ୍ଥା ରହିଛି। ସୁଧ ଚଢ଼ା ହୋଇଥିଲେ ମଧ୍ୟ ଅତ୍ୟାବଶ୍ୟକ ସ୍ଥଳେ ଲୋକେ ଋଣ ନେବାକୁ ଏହି ବ୍ୟାଙ୍କ ଉପରେ ନିର୍ଭର କରୁଛନ୍ତି। ତେବେ ବ୍ୟାଙ୍କର ମଞ୍ଜୁରୀ ପଦବୀ ୪୯ରୁ ଏବେ ମାତ୍ର ୨୨ରେ କାମ ଚଳାଯାଉଛି। ନିହାତି ଆବଶ୍ୟକ ଥିବାରୁ କିଛି ବର୍ଷ ତଳେ ୪ ଜଣଙ୍କୁ ଅସ୍ଥାୟୀ ବା ଠିକା ଭିତ୍ତିରେ ରଖାଯାଇଛି। ସେମାନଙ୍କୁ ଅତି କମ୍‌ ଦରମା ଦିଆଯାଉଥିବା ଅଭିଯୋଗ ହୋଇଛି। ୧୧୬ ବର୍ଷର ଏହି ବ୍ୟାଙ୍କ ଏଭଳି ରହିଛି। ଏଯାବତ୍‌ ଶତବାର୍ଷିକୀ ଉତ୍ସବ ପାଳନ ହୋଇନାହିଁ।
ସେହିପରି ଶତାଧିକ ବର୍ଷର ବ୍ରହ୍ମପୁର ସମବାୟ କେନ୍ଦ୍ର (ବିସିସି) ବ୍ୟାଙ୍କରେ ମଧ୍ୟ ସମାନ ଅବସ୍ଥା। ଗଜପତି ଓ ଗଞ୍ଜାମ ଜିଲାରେ ଅଛି ୨୩ ଶାଖା। ସବୁବର୍ଷ ବହୁ କୋଟି ଟଙ୍କା ଚାଷୀଙ୍କୁ କୃଷି ଋଣ ଦିଆଯାଉଛି ଓ ଆଦାୟ କରାଯାଉଛି। ପାରଳାଖେମୁଣ୍ଡି ଓ ବ୍ରହ୍ମପୁରରେ ଦୁଇଟି ମହିଳା ବ୍ୟାଙ୍କ ଅଛି। ୨ ଶହରୁ ଅଧିକ ମଞ୍ଜୁରୀ ପଦବୀ ମଧ୍ୟରୁ ଏବେ ମାତ୍ର ୯୪ ଜଣରେ କାମଚଳା ହେଉଛି। ନିଯୁକ୍ତି ଉପରେ ସରକାରୀ କଟକଣା ଥିବାରୁ ଖାଲି ପଡ଼ି ଥିବା ଶତାଧିକ ପଦ ପୂରଣ ହେଉନାହିଁ। ୩୬ ଜଣ ନୂଆ କର୍ମଚାରୀ ଚୟନ ସରକାର ଓ ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ହୋଇଥିବା କୁହାଯାଇଥିଲେ ମଧ୍ୟ ସେମାନେ କାର୍ଯ୍ୟରେ ଯୋଗ ଦେଇନାହାନ୍ତି। ମଞ୍ଜୁରୀ ପଦବୀଗୁଡ଼ିକ ଅବିଳମ୍ବେ ପୂରଣ ଦିଗରେ ରାଜ୍ୟ ସମବାୟ ମନ୍ତ୍ରୀ ପଦକ୍ଷେପ ନେବା ପାଇଁ ବ୍ୟାଙ୍କ ପରିଚାଳନା ବୋର୍ଡର ପୂର୍ବତନ ସଦସ୍ୟଙ୍କ ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri