ଦାନା ମୁଠେ ପାଇଁ ବାରଦୁଆର ୨ ଶିଶୁ

ଖୋର୍ଦ୍ଧା ଅଫିସ,୬ା୮: ଶିଶୁଙ୍କ ଉପଯୁକ୍ତ ସୁରକ୍ଷା, ଶିକ୍ଷା, ଥଇଥାନ ଲାଗି ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ଆୟୋଗ(ଓଏସ୍‌ସିପିସିଆର୍‌) ଶିଶୁଙ୍କ ବିକାଶ ଦିଗରେ ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ ଚିତ୍ର ଅଲଗା ରହିଛି। ମା’ଛେଉଣ୍ଡ ଦୁଇ ଶିଶୁ ଦୁଇ ଓଳି ଖାଇବା ପାଇଁ ଘର ଘର ବୁଲି ଭିକ୍ଷା କରୁଛନ୍ତି। ଘରେ ରୋଗଗ୍ରସ୍ତ ବାପା। ଏପଟେ ସାନ ଭାଇର ଭବିଷ୍ୟତ ଲାଗି ୧୦ବର୍ଷର ଶିଶୁ କାନ୍ଧରେ ରହିଛି ପରିବାର ବୋଝ। ପାଠପଢ଼ା ବୟସରେ ସେ ମୂଲ ଲାଗି ପରିବାର ଚଳାଇବା ପାଇଁ ସଂଘର୍ଷ କରୁଛି। ଦିନେ କି ଦୁଇ ଦିନ ନୁହଁ ଗତ ଦୁଇ ବର୍ଷ ଧରି ସଂଘର୍ଷ ଜାରି ରଖିଥିବା ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଧୀନ ଭୂଇଁପୁର ଗ୍ରାମରେ ଦେଖିବାକୁ ମିଳିଛି।
ମୁତାବକ, ଭୂଇଁପୁର ଗ୍ରାମର ସୁଦର୍ଶନ ସ୍ବାଇଁ। ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଓ ୫ବର୍ଷର ଦୁଇଟି ଶିଶୁ ରହିଛନ୍ତି। ମୂଲ ଲାଗି ଯାହା ମିଳୁଥିଲା, ସେଥିରେ ପରିବାର ଗୁଜୁରାଣ କରୁଥିଲେ। ଏକ ଦୁର୍ଘଟଣାରେ ସୁଦର୍ଶନଙ୍କ ଅଣ୍ଟା ଭାଙ୍ଗିଗଲା। ଫଳରେ ଆର୍ଥିକ ସ୍ବେଚ୍ଛଳତା କାରଣରୁ ଚିକିତ୍ସାରୁ ବଞ୍ଚିତ ହେଲେ। ସବୁ ଦିନ ଲାଗି ରୋଜଗାର ହରାଇ ବସିଲେ। ମାନସିକ ସ୍ତରରେ ଭାଙ୍ଗିପଡି ଶଯ୍ୟାଶାୟୀ ହୋଇପଡିଛନ୍ତି। ଫଳରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି। ଶଯ୍ୟାଶାୟୀ ବାପା ଏବଂ ସାନଭାଇର ପାଠପଢା ଲାଗି ବଡପୁଅ ସଞ୍ଜୟ ୮ବର୍ଷ ବୟସରେ ପାଠପଢା ଛାଡିଦେଲେ। ସାନଭାଇକୁ ପାଠପଢାଇ ବଡ ମଣିଷ କରିବା ଉଦ୍ଦେଶ୍ୟରେ ମୂଲ ଲାଗୁଛନ୍ତି। ବାପା, ସାନଭାଇ ମୁହଁରେ ହସ ଫୁଟାଇବାକୁ ଯାଇ ୧୦ବର୍ଷର ସଞ୍ଜୟଙ୍କ ପାଠପଢାରେ ଡୋରି ବାନ୍ଧି ହୋଇପଡିଛି। ସାନଭାଇକୁ ଗାଧୋଇବା ଦେବା ଠାରୁ ଆରମ୍ଭ କରି ସବୁ କାର୍ଯ୍ୟ କରୁଛନ୍ତି। ଏଥିସହ ବାପା ସୁଦର୍ଶନଙ୍କୁ ଦୈନିକ ଗାଧୋଇ ଦେବା, ହାତ ଧରି ଚଲାବୁଲା କରାଉଛନ୍ତି ସଞ୍ଜୟ। ଏପରିକି ଦୁଇ ଓଳି ଖାଇବା ଲାଗି ଦୁଇ ଭାଇ ମିିଶି ଗାଁରେ ଘର ଘର ବୁଲି ଭିକ୍ଷା କରୁଛନ୍ତି। କିଏ ବଦାନ୍ୟ ବ୍ୟକ୍ତି ତାଙ୍କୁ କୌଣସି ଖାଦ୍ୟ ସାମଗ୍ରୀ ଦେଲେ, ତାହାକୁ ଖାଇ ଗୁଜୁରାଣ ମେଣ୍ଟାଉଛନ୍ତି। ଏପରିକି ଦିନେ ଦିନେ ଉପାସ ମଧ୍ୟ ରହୁଛନ୍ତି। ପାଖରେ ଟଙ୍କା ପଇସା ନଥିବାରୁ ଭଲ ପୋଷାକ ପିନ୍ଧି ପାରୁନାହାନ୍ତି। ସଞ୍ଜୟ କୁହନ୍ତି, ପିଲାମାନେ ସ୍କୁଲକୁ ପାଠପଢିବାକୁ ଯାଉଥିବା ବେଳେ ମୋର ମଧ୍ୟ ସ୍କୁଲକୁ ଯିବାକୁ ଇଚ୍ଛା ହୁଏ। ତେବେ ମୁଁ ସ୍କୁଲକୁ ଗଲେ, ପରିବାର କିପରି ଚଲିବ। ମୂଲ ଲାଗିବି ପଛକେ ସାନଭାଇକୁ ପାଠ ପଢାଇ ବଡ ମଣିଷ କରିବି ବୋଲି ସେ କହିଛନ୍ତି। ସୁଦର୍ଶନ କୁହନ୍ତ, ସାନପୁଅ ଜନ୍ମ ହେବା ପରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଲା। ପରେ ଏକ ଦୁର୍ଘଟଣାରେ ତାଙ୍କ ଅଣ୍ଟା ଭାଙ୍ଗିଗଲା। ପ୍ରଶାସନ ନିକଟରେ ଆର୍ଥିକ ସହଯୋଗ ଲାଗି ବାରମ୍ବାର ଗୁହାରି ସତ୍ତ୍ୱେ କେହି ଶୁଣିଲେ ନାହିଁ। ଦୁଇପୁଅ ସାହି ପଡିଶା ଘରୁ ଯାହା ମାଗିକି ଆଣୁଛନ୍ତି ସେଥିରେ ଚଳୁଛୁ। ତେବେ ଏନେଇ ସ୍ଥାନୀୟ ପ୍ରଶାସନ ନିକଟରେ କୌଣସି ଖବର ନ ଥିବା ଜଣାପଡିଛି। ଏହି ପରିବାର ପ୍ରତି ସହଯୋଗର ହାତ ବଢ଼ାଇବାକୁ ଗ୍ରାମବାସୀ ଜିଲା ପ୍ରଶାସନ ନିକଟରେ ଅନୁରୋଧ କରୁଛନ୍ତି। ସ୍ଥାନୀୟ ସରପଞ୍ଚ ସତ୍ୟ ନାରାୟଣ ପ୍ରଧାନ କୁହନ୍ତି, ପଞ୍ଚାୟତ ପକ୍ଷରୁ ସମସ୍ତ ସହଯୋଗ କରାଯିବ। ଅନ୍ୟପକ୍ଷରେ ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ମନୋଜ ପାଢୀ କହିଥିଲେ, ଏହା ସମ୍ବେଦନଶୀଳ ଘଟଣା। ଦୁଇ ଶିଶୁଙ୍କ ପାଠପଢା ବ୍ୟବସ୍ଥା କରାଯିବ। ଏଥିସହିତ ଉକ୍ତ ପରିବାରକୁ ଯଥୋଚିତ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri