ଦାନା ମୁଠେ ପାଇଁ ବାରଦୁଆର ୨ ଶିଶୁ

ଖୋର୍ଦ୍ଧା ଅଫିସ,୬ା୮: ଶିଶୁଙ୍କ ଉପଯୁକ୍ତ ସୁରକ୍ଷା, ଶିକ୍ଷା, ଥଇଥାନ ଲାଗି ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ଆୟୋଗ(ଓଏସ୍‌ସିପିସିଆର୍‌) ଶିଶୁଙ୍କ ବିକାଶ ଦିଗରେ ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ ଚିତ୍ର ଅଲଗା ରହିଛି। ମା’ଛେଉଣ୍ଡ ଦୁଇ ଶିଶୁ ଦୁଇ ଓଳି ଖାଇବା ପାଇଁ ଘର ଘର ବୁଲି ଭିକ୍ଷା କରୁଛନ୍ତି। ଘରେ ରୋଗଗ୍ରସ୍ତ ବାପା। ଏପଟେ ସାନ ଭାଇର ଭବିଷ୍ୟତ ଲାଗି ୧୦ବର୍ଷର ଶିଶୁ କାନ୍ଧରେ ରହିଛି ପରିବାର ବୋଝ। ପାଠପଢ଼ା ବୟସରେ ସେ ମୂଲ ଲାଗି ପରିବାର ଚଳାଇବା ପାଇଁ ସଂଘର୍ଷ କରୁଛି। ଦିନେ କି ଦୁଇ ଦିନ ନୁହଁ ଗତ ଦୁଇ ବର୍ଷ ଧରି ସଂଘର୍ଷ ଜାରି ରଖିଥିବା ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଧୀନ ଭୂଇଁପୁର ଗ୍ରାମରେ ଦେଖିବାକୁ ମିଳିଛି।
ମୁତାବକ, ଭୂଇଁପୁର ଗ୍ରାମର ସୁଦର୍ଶନ ସ୍ବାଇଁ। ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଓ ୫ବର୍ଷର ଦୁଇଟି ଶିଶୁ ରହିଛନ୍ତି। ମୂଲ ଲାଗି ଯାହା ମିଳୁଥିଲା, ସେଥିରେ ପରିବାର ଗୁଜୁରାଣ କରୁଥିଲେ। ଏକ ଦୁର୍ଘଟଣାରେ ସୁଦର୍ଶନଙ୍କ ଅଣ୍ଟା ଭାଙ୍ଗିଗଲା। ଫଳରେ ଆର୍ଥିକ ସ୍ବେଚ୍ଛଳତା କାରଣରୁ ଚିକିତ୍ସାରୁ ବଞ୍ଚିତ ହେଲେ। ସବୁ ଦିନ ଲାଗି ରୋଜଗାର ହରାଇ ବସିଲେ। ମାନସିକ ସ୍ତରରେ ଭାଙ୍ଗିପଡି ଶଯ୍ୟାଶାୟୀ ହୋଇପଡିଛନ୍ତି। ଫଳରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି। ଶଯ୍ୟାଶାୟୀ ବାପା ଏବଂ ସାନଭାଇର ପାଠପଢା ଲାଗି ବଡପୁଅ ସଞ୍ଜୟ ୮ବର୍ଷ ବୟସରେ ପାଠପଢା ଛାଡିଦେଲେ। ସାନଭାଇକୁ ପାଠପଢାଇ ବଡ ମଣିଷ କରିବା ଉଦ୍ଦେଶ୍ୟରେ ମୂଲ ଲାଗୁଛନ୍ତି। ବାପା, ସାନଭାଇ ମୁହଁରେ ହସ ଫୁଟାଇବାକୁ ଯାଇ ୧୦ବର୍ଷର ସଞ୍ଜୟଙ୍କ ପାଠପଢାରେ ଡୋରି ବାନ୍ଧି ହୋଇପଡିଛି। ସାନଭାଇକୁ ଗାଧୋଇବା ଦେବା ଠାରୁ ଆରମ୍ଭ କରି ସବୁ କାର୍ଯ୍ୟ କରୁଛନ୍ତି। ଏଥିସହ ବାପା ସୁଦର୍ଶନଙ୍କୁ ଦୈନିକ ଗାଧୋଇ ଦେବା, ହାତ ଧରି ଚଲାବୁଲା କରାଉଛନ୍ତି ସଞ୍ଜୟ। ଏପରିକି ଦୁଇ ଓଳି ଖାଇବା ଲାଗି ଦୁଇ ଭାଇ ମିିଶି ଗାଁରେ ଘର ଘର ବୁଲି ଭିକ୍ଷା କରୁଛନ୍ତି। କିଏ ବଦାନ୍ୟ ବ୍ୟକ୍ତି ତାଙ୍କୁ କୌଣସି ଖାଦ୍ୟ ସାମଗ୍ରୀ ଦେଲେ, ତାହାକୁ ଖାଇ ଗୁଜୁରାଣ ମେଣ୍ଟାଉଛନ୍ତି। ଏପରିକି ଦିନେ ଦିନେ ଉପାସ ମଧ୍ୟ ରହୁଛନ୍ତି। ପାଖରେ ଟଙ୍କା ପଇସା ନଥିବାରୁ ଭଲ ପୋଷାକ ପିନ୍ଧି ପାରୁନାହାନ୍ତି। ସଞ୍ଜୟ କୁହନ୍ତି, ପିଲାମାନେ ସ୍କୁଲକୁ ପାଠପଢିବାକୁ ଯାଉଥିବା ବେଳେ ମୋର ମଧ୍ୟ ସ୍କୁଲକୁ ଯିବାକୁ ଇଚ୍ଛା ହୁଏ। ତେବେ ମୁଁ ସ୍କୁଲକୁ ଗଲେ, ପରିବାର କିପରି ଚଲିବ। ମୂଲ ଲାଗିବି ପଛକେ ସାନଭାଇକୁ ପାଠ ପଢାଇ ବଡ ମଣିଷ କରିବି ବୋଲି ସେ କହିଛନ୍ତି। ସୁଦର୍ଶନ କୁହନ୍ତ, ସାନପୁଅ ଜନ୍ମ ହେବା ପରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଲା। ପରେ ଏକ ଦୁର୍ଘଟଣାରେ ତାଙ୍କ ଅଣ୍ଟା ଭାଙ୍ଗିଗଲା। ପ୍ରଶାସନ ନିକଟରେ ଆର୍ଥିକ ସହଯୋଗ ଲାଗି ବାରମ୍ବାର ଗୁହାରି ସତ୍ତ୍ୱେ କେହି ଶୁଣିଲେ ନାହିଁ। ଦୁଇପୁଅ ସାହି ପଡିଶା ଘରୁ ଯାହା ମାଗିକି ଆଣୁଛନ୍ତି ସେଥିରେ ଚଳୁଛୁ। ତେବେ ଏନେଇ ସ୍ଥାନୀୟ ପ୍ରଶାସନ ନିକଟରେ କୌଣସି ଖବର ନ ଥିବା ଜଣାପଡିଛି। ଏହି ପରିବାର ପ୍ରତି ସହଯୋଗର ହାତ ବଢ଼ାଇବାକୁ ଗ୍ରାମବାସୀ ଜିଲା ପ୍ରଶାସନ ନିକଟରେ ଅନୁରୋଧ କରୁଛନ୍ତି। ସ୍ଥାନୀୟ ସରପଞ୍ଚ ସତ୍ୟ ନାରାୟଣ ପ୍ରଧାନ କୁହନ୍ତି, ପଞ୍ଚାୟତ ପକ୍ଷରୁ ସମସ୍ତ ସହଯୋଗ କରାଯିବ। ଅନ୍ୟପକ୍ଷରେ ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ମନୋଜ ପାଢୀ କହିଥିଲେ, ଏହା ସମ୍ବେଦନଶୀଳ ଘଟଣା। ଦୁଇ ଶିଶୁଙ୍କ ପାଠପଢା ବ୍ୟବସ୍ଥା କରାଯିବ। ଏଥିସହିତ ଉକ୍ତ ପରିବାରକୁ ଯଥୋଚିତ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

କଢ଼ାଗଲା ଝଡ଼ ବତାସରେ ଛିଣ୍ଡିଥିବା ତ୍ରିରଙ୍ଗା: ପୁଣି ଗାନ୍ଧିଛକରେ ଉଡିଲା …

ବରଗଡ଼,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଗାନ୍ଧିଛକରେ ଉଡୁଥିବା ଛିଣ୍ଡା ତ୍ରିରଙ୍ଗାକୁ ମଙ୍ଗଳବାର ଅପସାରିତ କରାଯାଇଛି। ଅପସାରଣ ପରେ ସେଠାରେ ନୂଆ ତ୍ରିରଙ୍ଗା ଉଡୁଛି। ଏଠାରେ ଉଲ୍ଲେଖନୀୟ, ସହର…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

୧ ଏପ୍ରିଲରୁ ୧୫ ଦିନ ଧରି ଚାଲିବ ସ୍ବ-ଗଣନା, ଏହି ୱେବସାଇଟ ମାଧ୍ୟମରେ ଦେବେ ସବୁ ତଥ୍ୟ, ଜିଲାପାଳ କହିଲେ…

ଛତ୍ରପୁର,୩୧।୩ (ଦିଲ୍ଲୀପ ସାମଲ ): ପ୍ରଥମ ପର୍ଯ୍ୟାୟର ଗୃହ ତାଲିକା ଓ ଗୃହ ଗଣନା (ସ୍ବ-ଗଣନା) ଆସନ୍ତାକାଲି ଅର୍ଥାତ୍‌ ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri