ପୋଲିସକୁ ମାଡ଼ ମାରି ଜେଲ ଗଲେ ୨ ଭାଇ

ଆରଡ଼ି,୧୦।୪: ଭଦ୍ରକ ଜିଲା ଆରଡ଼ି ଫାଣ୍ଡି ପୋଲିସ ଶନିବାର ଅପରାହ୍ନରେ ମାସ୍କ ଓ ହେଲ୍‌ମେଟ ଚେକିଂ କରୁଥିବା ବେଳେ ମାଡ଼ ମାରିବା ଅଭିଯୋଗରେ ୨ ଭାଇଙ୍କୁ ଜେଲ ଯିବାକୁ ପଡ଼ିଛି। ସେମାନେ ହେଲେ ଯାଜପୁର ଜିଲା ଅର୍ଦ୍ଦାଉଳିଆ ଗ୍ରାମର ଶୁଭ ରଞ୍ଜନ ମେକପ ଓ ପ୍ରିୟ ରଞ୍ଜନ ମେକପ। ଏ ନେଇ ଧୂଷୁରୀ ଥାନାରେ ଏକ ମାମଲା (ନଂ.୭୭/୨୧) ରୁଜୁ ହୋଇଛି। ପୋଲିସ ସୂଚନା ଅନୁଯାୟୀ, ଫାଣ୍ଡି ନିକଟ ରାସ୍ତାରେ ଚେକିଂ ବେଳେ ହେଲ୍‌ମେଟ, ମାସ୍କ ପିନ୍ଧି ନ ଥିବାରୁ ଶୁଭରଞ୍ଜନ ଓ ପ୍ରିୟରଞ୍ଜନଙ୍କୁ ଅଟକା ଯାଇଥିଲା। ଚାଲାଣ କାଟିବାକୁ ଯାଉଥିବା ବେଳେ ସେମାନେ ବଚସା କରିବା ସହ ରସିଦ୍‌ ବହି ଚିରି ଦେଇଥିଲେ। ପରେ ଫାଣ୍ଡି ହାବିଲଦାରଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରି ଆହତ କରିଛନ୍ତି। ସେମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନ ବଢ଼ିଲା ସର୍ବକ୍ଷମା ଅବଧି

ଭୁବନେଶ୍ୱର,୫-୨(ବ୍ୟୁରୋ):ସହରାଞ୍ଚଳରେ ପ୍ଲାନ ବାହାରେ କୋଠାବାଡି ନିର୍ମାଣ କରିଥିବା କିମ୍ବା ଅନୁମୋଦନ ନ ନେଇ ଘର ତିଆରି କରିଥିବା ମାଲିକମାନେ ଆଶ୍ୱସ୍ତ ହୋଇଛନ୍ତି। ରାଜ୍ୟ ସରକାର ମଙ୍ଗଳବାର...

ଜାଲ୍‌ ରସିଦ୍‌ ବହି କରି ଫସିଲେ କନଷ୍ଟେବଳ, ମାମଲା ଦାୟର ପରେ ଗିରଫ କଲା ପୋଲିସ

ବ୍ରହ୍ମପୁର ଅଫିସ,୨୦ା୬: ରେଡକ୍ରସ୍‌ ରସିଦ ବହି ନକଲି କରି ଟଙ୍କା ଠକେଇ କରିବାକୁ ଯୋଜନା କରିଥିବା ବ୍ରହ୍ମପୁର ପୋଲିସ ଜିଲାର ଜଣେ କନଷ୍ଟେବଳଙ୍କୁ ଗିରଫ କରାଯାଇଛି।...

୧୦ବର୍ଷ ପରେ କାକଟପୁରକୁ ମନ୍ତ୍ରୀପଦ:ପ୍ରଥମ ଥର ବିଜୟୀ ହୋଇ ତୁଷାରକାନ୍ତି ହେଲେ ମନ୍ତ୍ରୀ, କର୍ମୀ ମନାଇଲେ ଉତ୍ସବ

କାକଟପୁର,୨୯।୫(ଡି.ଏନ୍‌.ଏ.): କାକଟପୁର ନିର୍ବାଚନମଣ୍ଡଳୀର ବିଧାୟକ ଭାବେ ପ୍ରଥମ ଥର ଲାଗି ଇଂ ତୁଷାରକାନ୍ତି ବେହେରା ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ...

ଜନସାଧାରଣ ଗଣତନ୍ତ୍ରର ଜୀବନୀଶକ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩ା୩(ବ୍ୟୁରୋ):ଗଣତନ୍ତ୍ରରେ ଜନସାଧାରଣ ହିଁ ପ୍ରକୃତ ମାଲିକ। ଏହା ରାଜ୍ୟର ପ୍ରତ୍ୟେକ ନାଗରିକ ଅନୁଭବ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ଗତବର୍ଷ ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ...

ଗଞ୍ଜାମ ଜିଲାରେ ଦିଆଯିବ କୋଭାକ୍ସିନ

ଭୁବନେଶ୍ୱର, ୩ା୭(ବ୍ୟୁରୋ): ଚଳିତ ମାସରୁ ଗଞ୍ଜାମ ଜିଲାରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ କୋଭାକ୍ସିନ ଟିକା ଦିଆଯିବ। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ବତନ୍ତ୍ର ଟ୍ରେନରେ ଲାଗିଲା ଆଉ ୫ ବଗି

ଭୁବନେଶ୍ୱର, ୧୨ା୫(ବ୍ୟୁରୋ)- କରୋନା ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ ଘୋଷଣା କରାଯାଇଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ବିଭାଗ ପକ୍ଷରୁ ସମସ୍ତ ଟ୍ରନ...

ରଥଯାତ୍ରା ପାଇଁ ବ୍ୟବସ୍ଥାବଳୀ : ୩ ରଥରେ ରହିବେ ୨୧୦ ସେବକ, କର୍ମଚାରୀ

ପୁରୀ ଅଫିସ, ୨୮।୬ : ଘୋଷଯାତ୍ରାର ଆଦ୍ୟପର୍ବ ସ୍ନାନଯାତ୍ରା ଶେଷ ହୋଇଛି। ମହାପ୍ରଭୁ ଏବେ ଅଣସରରେ। ଆଗକୁ ରଥଯାତ୍ରା। ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋର୍‌ଦାର...

୨୪ କର୍ମଚାରୀଙ୍କ ଦରମା ବନ୍ଦ କଲେ ମନ୍ତ୍ରୀ

ଗୋପ/ନିମାପଡ଼ା,୨୬ା୫(ଡି.ଏନ୍‌.ଏ.):ବାତ୍ୟା ‘ୟାସ୍‌’ର ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗୋପ ତହସିଲ ଓ...

Advertisement


Archives

Model This Week

Why Dharitri