ରାଜନୈତିକ ଶତ୍ରୁତାରୁ ୨ ବିଜେଡି ନେତାଙ୍କୁ ବିଭତ୍ସ ହତ୍ୟା

ଦିଗପହଣ୍ଡି,୨୪।୪(ଡି.ଏନ.ଏ.): ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପାଳଝାଡି ଗାଁର ଗ୍ରାମ୍ୟ କମିଟି ସଭାପତି ତଥା ବିଜେଡି ନେତା ସୁଦର୍ଶନ ସୁଆର ଏବଂ ତାଙ୍କ ପ୍ରମୁଖ ସହଯୋଗୀ ଗ୍ରାମ୍ୟ କମିଟି ଉପଦେଷ୍ଟା ତଥା ବିଜେଡି ନେତା ସୁଧୀର କାନ୍ତ ପାତ୍ରଙ୍କୁ ଶନିବାର ବିଳମ୍ବିତ ରାତିରେ ବିଭତ୍ସ ଭାବରେ ହତ୍ୟା କରାଯାଇଛି। ରାଜନୈତିକ ଶତ୍ରୁତାରୁ ଉଭୟଙ୍କୁ ତାଙ୍କ ପ୍ରତିପକ୍ଷ ଗୋଷ୍ଠୀର ୭ରୁ ଉଦ୍ଧର୍‌ବ ବ୍ୟକ୍ତି ପୂର୍ବ ଯୋଜନା ପ୍ରକାରେ ନୃଶଂସ ଭାବେ ହତ୍ୟା କରି ଫେରାର ହୋଇଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ଉଭୟେ ନିମଖଣ୍ଡିପେଣ୍ଠ ଗ୍ରାମର ଏକ ବିବାହ ଭୋଜିରେ ଯୋଗ ଦେଇ ଗାଁକୁ ବାଇକରେ ଫେରୁଥିବା ବେଳେ ଚଷାନିମଖଣ୍ଡି – ସଉରା ପାହାଡ଼ ଗାଁ ମଝି ରାସ୍ତାର ମଙ୍ଗଳ ବାରିଆ ଛକ ନିକଟ ନିକାଞ୍ଚନ ରାସ୍ତା ଉପରେ ପୂର୍ବ ଯୋଜନା ପ୍ରକାରେ ହତ୍ୟାକାରୀମାନେ ସଂଘବଦ୍ଧ ହୋଇ ଉଭୟଙ୍କୁ ପ୍ରଥମେ ଠେଙ୍ଗା ଓ ଲୁହାଛଡ଼ରେ ଅତର୍କିତ ଆକ୍ରମଣ କରିଥିଲେ। ବାଇକରୁ ଉଭୟେ ପଡିଯିବାରୁ ସେମାନଙ୍କୁ ଚାରିପଟୁ ଘେରିଯାଇ ନିସ୍ତୁକ ମାଡ଼ ମାରିଥିଲେ। ପ୍ରାଣ ବିକଳରେ ଉଭୟେ ରାସ୍ତାରେ ଦୋଡି ଥିଲେ ମଧ୍ୟ ହତ୍ୟାକାରୀମାନେ ଉଭୟଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ନିସ୍ତୁକ ମାଡ଼ ମାରିଥିଲେ। ଉଭୟେ ଚେତା ଶୂନ୍ୟ ହୋଇ ରାସ୍ତାରେ ଟଳି ପଡ଼ିବା ପରେ ହତ୍ୟାକାରୀ ମାନେ ସେମାନଙ୍କ ମୁଣ୍ଡ ଓ ଛାତିରେ ପଥର ଖଣ୍ଡ ଛେଚି ଦେବା ସହ ଦୁହେଁ ପିନ୍ଧିଥିବା ସୁନା ଚେନ, ମୁଦି, ଏବଂ ମୋବାଇଲକୁ ନେଇ ଫେରାର ହୋଇଯାଇଥିଲେ। କିଛି ସମୟ ପରେ ଉକ୍ତ ରାସ୍ତା ଦେଇ ଏକ ଟ୍ରାକ୍ଟର ଆସିଥିଲା। ଟ୍ରାକ୍ଟର ଚାଳକ ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ପଡିଥିବା ୨ ଜଣଙ୍କୁ ଦେଖିଥିଲେ। ସେ ଏନେଇ ପାଳଝାଡି ଗାଁ ଲୋକଙ୍କୁ ଖବର ଦେଇଥିଲେ। ବହୁ ସଂଖ୍ୟକ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ସୁଦର୍ଶନଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ସୁଧୀରଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ରାସ୍ତାରେ ସୁଧୀର ମୃତ୍ୟୁବରଣ କରିଥିଲେ।
ରବିବାର ପୂର୍ବାହ୍ନ ପ୍ରାୟ ୧୦ ଟାରେ ଚିକିଟି ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରା, କେ.ନୂଆଗାଁ ଥାନା ଆଇଆଇସି ମୃତ୍ୟୁଞ୍ଜୟ ସ୍ବାଇଁ, ବ୍ରହ୍ମପୁର ସାଇବର ଥାନା ଇନ୍ସପେକ୍ଟର ଅକ୍ଷୟ ନାୟକଙ୍କ ସମେତ ଦିଗପହଣ୍ଡି ଥାନା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ସନ୍ଧାନୀ କୁକୁର ସହାୟତାରେ ସାଇଣ୍ଟିଫିକ ଟିମ ତଦନ୍ତ କରିବା ସହ ଘଟଣାସ୍ଥଳରୁ ରକ୍ତଭିଜା ମାଟି, ହତ୍ୟାରେ ବ୍ୟବହୃତ ସିମେଣ୍ଟ କଂକ୍ରିଟ ଖଣ୍ଡ, ପଥର ଖଣ୍ଡ, ୨ ହଳ ଚପଲ, ବାଇକ ଏବଂ ଏକ ଭଙ୍ଗା ଚଷମା ଜବତ କରି ଫେରିଥିବା ଜଣାପଡିଛି। ଦିଗପହଣ୍ଡି ଥାନା ମାମଲା ନଂ.୧୪୫/୨୨ ଅନୁଯାୟୀ ଉଭୟଙ୍କ ମୃତଦେହ ବ୍ରହ୍ମପୁର ବଡ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯିବ।
ତେବେ ଏହି ଘଟଣା ପୂର୍ବରୁ କିଛି ବ୍ୟକ୍ତି ଦୁଇ ଦୁଇ ଥର ସୁଦର୍ଶନଙ୍କ ଘର ସମ୍ମୁଖରେ ପହଞ୍ଚି ତାଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ପାଇଁ ଧମକ ଦେଇଥିଲେ ବୋଲି ସୁଦର୍ଶନଙ୍କ ସ୍ତ୍ରୀ ମିନାକ୍ଷୀ ସୁଆର ପୋଲିସକୁ କହିଛନ୍ତି। ଗଞ୍ଜେଇ ବ୍ୟବସାୟରୁ ଅଳ୍ପ କିଛି ବର୍ଷ ବ୍ୟବଧାନରେ କୋଟି କୋଟି ଟଙ୍କା ଅର୍ଜନ କରିଥିବା ଜଣେ ବ୍ୟକ୍ତି ଉକ୍ତ ମର୍ଡର ମିଷ୍ଟ୍ରୀର ମୁଖ୍ୟ କାର୍ପଟଦାର ବୋଲି ସାଧାରଣରେ ଆଲୋଚନା ହେଉଛି। ଉକ୍ତ ବ୍ୟକ୍ତି ଗତ ପଞ୍ଚାୟତ ନିର୍ବାଚନରେ ନିଜ ସ୍ତ୍ରୀଙ୍କୁ ସରପଞ୍ଚ ପଦବୀ ପାଇଁ ଠିଆ କରାଇଥିଲେ। ନିର୍ବାଚନରେ ହାରିଯିବା ପରେ ସେ ରକ୍ତମୁଖା ହୋଇ ପୂର୍ବ ଯୋଜନା ପ୍ରକାରେ ତାଙ୍କ ସହଯୋଗୀ ମାନଙ୍କ ସହାୟତାରେ ଏହି ହତ୍ୟାପାଇଁ ପୂର୍ବରୁ ନକ୍ସା ତିଆରି କରିଥିବା ଚର୍ଚ୍ଚା ହେଉଛି। ପୋଲିସ ଏହି ମାମଲାରେ ଜଣେ ଯୁବକଙ୍କୁ ଥାନାରେ ଅଟକ ରଖି ମାରାଥନ ଜେରା ଚଳାଇଛନ୍ତି। ଘଟଣାର ସମସ୍ତ ଦିଗକୁ ତଦନ୍ତ କରାଯାଇ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବତନ ସରପଞ୍ଚ ରବି ଚନ୍ଦ୍ର ଗୌଡ ଦାବି କରିଛନ୍ତି। ସେହିପରି ଏହି ଘଟଣାର ମାଷ୍ଟରମାଇଣ୍ଡ ଭାବେ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ପୋଲିସ ଚିହ୍ନଟ କରି ଭିଷ୍ମଗିରି ଗ୍ରାମରେ ଥିବା ତାଙ୍କ ୧ କୋଟିରୁ ଉଦ୍ଧର୍‌ବ ମୂଲ୍ୟର ନୂତନ କୋଠା ଏବଂ ପାଳଝାଡି ଗାଁର ଘର ଉପରେ ପୋଲିସ ଚଢାଉ କଲେ ହତ୍ୟାକାଣ୍ଡର ଅନେକ ରହସ୍ୟ ଉନ୍ମୋଚନ ହେବ ବୋଲି ଗ୍ରାମବାସୀ କହିଛନ୍ତି। ହତ୍ୟାକାଣ୍ଡରେ ସମ୍ପୃକ୍ତ ମାଷ୍ଟରମାଇଣ୍ଡ କୁହାଯାଉଥିବା ବ୍ୟକ୍ତିଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆକଳନ କରାଯାଇ କେଉଁ ସୂତ୍ରରୁ ସେ ଏତେ ଗୁଡ଼ିଏ ସମ୍ପତ୍ତି ଅର୍ଜନ କଲେ ସେ ନେଇ ପୋଲିସ ପ୍ରଶାସନ ଖୋଳତାଡ଼ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ପଞ୍ଚାୟତ ନିର୍ବାଚନ ପରେ ଦିଗପହଣ୍ଡି ବ୍ଲକ ଅଧିନ ବିଭିନ୍ନ ଗାଁରେ ରାଜନୈତିକ ହିଂସା ଲାଗି ରହିଛି। ନିର୍ବାଚନ ପରବର୍ତ୍ତୀ ହିଂସାରେ ପାଳଝାଡି ଗାଁ’ର ସୁଦର୍ଶନ ଏବଂ ସୁଧୀର ୨ ଗାଁ ମୁଖିଆ ବଳି ପଡ଼ିଲେ ବୋଲି ସମ୍ପୃକ୍ତ ଅଞ୍ଚଳରେ ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦରୁ ହଟଯିବା ପରେ ପ୍ରଥମଥର ମୁହଁ ଖୋଲିଲେ ରାଘବ ଚଢା: କହୁ କହୁ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୩।୪: ଆମ ଆଦମୀ ପାର୍ଟି (AAP) ନେତା ଏବଂ ରାଜ୍ୟ ସଭା ଏମ୍‌ପି ରାଘବ ଚଢା ଉପନେତା ପଦରୁ ହଟିବା ପରେ ପ୍ରଥମ ଥର ପାଇଁ ଏନେଇ…

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

ଲୋକ ସଭା ଆସନ ୮୧୬କୁ ବଢ଼ିବ: ୧୬ରୁ ୩ ଦିନ ପାଇଁ ପୁଣି ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩ା୪(ପି.ଟି.):ପାର୍ଲାମେଣ୍ଟର ବଜେଟ ଅଧିବେଶନ ସ୍ବଳ୍ପକାଳୀନ ଅବକାଶ ପରେ ଏପ୍ରିଲ ୧୬ରୁ ପୁଣି ଚାଲିବ। ବିଶେଷକରି ଲୋକ ସଭାର ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି କରାଯିବା ସଂକ୍ରାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri