୨ ବାଇକ୍‌ ମୁହାଁମୁହିଁ ଧକ୍କାରେ ଜଣଙ୍କ ଜୀବନ ଗଲା, ୩ ଗୁରୁତର

ଜୁନାଗଡ଼,୩୦।୧: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ମାଟିଗଁା ନିକଟରେ ଶନିବାର ସନ୍ଧ୍ୟାରେ ୨ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଜୁନାଗଡ଼ ବ୍ଲକ ବକ୍ସିତୁଳସୀପାଲି ଗ୍ରାମର ନଳାମ୍ବର ପାଣ୍ଡେ(୫୮)। ଆହତମାନେ ହେଲେ ବକ୍ସିତୁଳସୀପାଲି ଗ୍ରାମର ଭୋଲା ପାଣ୍ଡେ(୨୮), ରାୟଗଡ଼ା ଜିଲା କାଶିପୁର ଥାନା ବରଙ୍ଗପାସ ଗ୍ରାମର କରନ ନାଏକ(୪୦) ଏବଂ ଚୈତ୍ଯଯ ମାଝୀ(୨୫)। ସମସ୍ତଙ୍କୁ ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମିଳିଥିବା ସୁଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ଏକ ବାଇକ୍‌ (ନଂ.ଓଡି୦୮କେ-୯୩୨୫) ଯୋଗେ ଭୋଲା ଓ ନିଳାମ୍ବର ଯାଉଥିବା ବେଳେ ଅନ୍ୟ ଏକ ବାଇକ୍‌ (ନଂ.ଓଡି୧୮ଏ-୯୮୦୫) କରନ ଏବଂ ଚୈତନ୍ୟ ଆସୁଥିଲେ। ଜୁନାଗଡ ବ୍ଲକ ମାଟିଗଁା ନିକଟରେ ୨ବାଇକ୍‌ ମଧ୍ୟରେ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ଜୁନାଗଡ଼ ଭାରପ୍ରାପ୍ତ ଥାନା ଅଧିକାରୀ ଉତ୍ତମ କୁମାର ସାହୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘୁଞ୍ଚିଲା ଆନ୍ଧ୍ର ନିର୍ବାଚନ: ପରିବର୍ତ୍ତନ ହେଲା ଭୋଟ୍-ଗଣନା ତାରିଖ, କୋଟିଆ ପଞ୍ଚାୟତରୁ ପ୍ରାର୍ଥୀ ହେଲେ ୨

ପଟ୍ଟାଙ୍ଗି, ୨୮।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ହେବାକୁ ଥିବା ଜିଲ୍ଲା ପରିଷଦ (ZPTC) ଏବଂ ସମିତି ସଭ୍ୟ (MPTC)…

ତପ୍ତପାଣି ଘାଟି ରାସ୍ତାରେ ପାହାଡ଼ି ଝରଣା ପାଣି: ୩୨୬ ନଂ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ, ଶହ ଶହ…

ଦିଗପହଣ୍ଡି, ୨୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିର ପାଳୁଖୋଳା ଗାଁ ନିକଟସ୍ଥ ୩୨୬ ନମ୍ବର ଜାତୀୟ ରାଜପଥରେ ବୁଧବାର ସକାଳୁ ପାହାଡ଼ି ଝରଣା ପାଣି…

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଟିମ ଇଣ୍ଡିଆରେ ବଡ଼ ହଲଚଲ: ଦଳରୁ ବାଦ ପଡ଼ିଲେ ଏହି ଖେଳାଳି!

ନୂଆଦିଲ୍ଲୀ, ୨୮।୧୦: ଭାରତୀୟ ଦଳ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ରହି ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି। ଏହା ପରେ ନଭେମ୍ବର ୪ ତାରିଖରୁ ୫…

୪ ଲେନ୍ ହେବ କନ୍ଦରପୁର-ପାରାଦ୍ବୀପ ରାଜ୍ୟ ରାଜପଥ, ସର୍ଭେ କାର୍ଯ୍ୟ ଆରମ୍ଭ

କଟକ ସଦର, ୨୮।୧୦(ସୁଶାନ୍ତ କୁମାର ଜେନା): ଜଗତସିଂହପୁର ପୂର୍ତ୍ତ ଡିଭିଜନ ଅନ୍ତର୍ଗତ କନ୍ଦରପୁର-ପାରାଦ୍ବୀପ ୧୨ ନମ୍ବର ରାଜ୍ୟ ରାଜପଥର ପ୍ରଶସ୍ତୀକରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାଥମିକ…

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ବର୍ଷା-ପବନ: ଧାନ ଗଛ ମାଟିରେ ଲୋଟିଲା, ଚାଷୀଙ୍କ ଚିନ୍ତା ବଢ଼ିଲା

ଛତ୍ରପୁର,୨୮।୧୦(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଛତ୍ରପୁର ଅଞ୍ଚଳରେ ବିଗତ ଦୁଇ ଦିନ ହେଲା ପ୍ରବଳ ବର୍ଷା ସାଙ୍ଗକୁ ପବନ ଜାରି ରହିଛି। ଏହି ପ୍ରାକୃତିକ ବିପର୍ଯ୍ୟୟ…

ଘୋଡ଼ାହାଡ଼ ନଦୀରେ ବନ୍ୟା: ପଳାଶପୁର ବ୍ରିଜ୍‌ ଉପରେ ୪ ଫୁଟ୍‌ର ପାଣି, ଆସିକା-ଦିଗପହଣ୍ଡି-ପାଟପୁର ଯୋଗାଯୋଗ ବିଚ୍ଛିନ୍ନ

ଦିଗପହଣ୍ଡି ୨୮।୧୦, ଅଶେଷ ନାଥ ମିଶ୍ର: ଗଞ୍ଜାମ ଜିଲାର ଘୋଡ଼ାହାଡ଼ ନଦୀରେ ସୃଷ୍ଟି ହୋଇଛି ଗମ୍ଭୀର ବନ୍ୟା ପରିସ୍ଥିତି। ନଦୀର ଉପରମୁଣ୍ଡ ଗଜପତି ଜିଲାରେ ପ୍ରବଳ ବର୍ଷା…

ବାତ୍ୟା ‘ଅର୍ଣ୍ଣବ’: ଦାରିଙ୍ଗବାଡ଼ି ଗସ୍ତ କରି ସ୍ଥିତି ପରଖିଲେ ମନ୍ତ୍ରୀ, ସିଲ୍‌ କରାଯାଇଥିବା ଗାଜଲବାଡ଼ି ଘାଟିର…

ଦାରିଙ୍ଗବାଡ଼ି,୨୮।୧୦ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଓ ଲୋକଙ୍କ ସୁରକ୍ଷା ଦିଗର ତଦାରଖ କରିବା ପାଇଁ ଓଡ଼ିଶାର ରାଜ୍ୟ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ…

ବଦଳିବ ମଙ୍ଗଳଙ୍କ ଚଳନ: ନଭେମ୍ବରରୁ କେବଳ ଏହି ୩ ରାଶିଙ୍କ ଜୀବନରେ ଆସିବ ବଡ଼ ଝଡ଼! ସମ୍ଭାଳିକି ରୁହନ୍ତୁ, ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୨ ନଭେମ୍ବର ୨୦୨୬ରେ ମଙ୍ଗଳ ଗ୍ରହ କର୍କଟ ରାଶିରୁ ବାହାରି ସିଂହ ରାଶିରେ ପ୍ରବେଶ କରିବେ। ମଙ୍ଗଳଙ୍କ ଏହି ଗୋଚରର ପ୍ରଭାବ ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?