ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧) ଓ ଚିଳ୍ପୀ ମଣ୍ଡଳ (୨୫)। ସେମାନେ ନିଜର ପରିଚୟ ବଦଳାଇ ଭୁବନେଶ୍ୱରରୁ ଏସ୍‌ଏମ୍‌ ଭିଟି ଏକ୍ସପ୍ରେସରେ ବେଙ୍ଗାଲୁରୁ ଯାଉଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି। ସେମାନେ କିପରି ଭୁବନେଶ୍ୱର ଆସିଲେ, ସେଠାରୁ ସେମାନେ ଟ୍ରେନ୍‌ରେ କାହିଁକି ବେଙ୍ଗାଲୁରୁ ଯାଉଥିଲେ ସେ ନେଇ ପୋଲିସ ଉଭୟ ଯୁବତୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ସେମାନଙ୍କ ପରିଚୟ ପତ୍ର, ଟ୍ରେନ୍‌ ଟିକେଟ, ମୋବାଇଲ ଇତ୍ୟାଦି ଜବତ କରି ପୋଲିସ ତଦନ୍ତ କରୁଥିବା କହିଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜିଆରପି, ଗୋଷାଣୀନୂଆଗାଁ ପୋଲିସ ବ୍ରହ୍ମପୁର ଅଭିମୁଖେ ଆସୁଥିବା ଉକ୍ତ ଟ୍ରେନ୍‌କୁ ଅପେକ୍ଷା କରିଥିଲେ। ଟ୍ରେନଟି ପ୍ଲାଟଫର୍ମ ଦୁଇରେ ଲାଗିବା ପରେ ପୋଲିସ ଉକ୍ତ ବଗିକୁ ଯାଇ ସେମାନଙ୍କୁ ସେଠାରେ ପଚରାଉଚରା ପରେ ସନ୍ଦେହ ହେବା ପରେ ତାଙ୍କୁ ଥାନାକୁ ଆଣି ଜେରା କରୁଛି।

Dharitri – Odisha’s No.1 Odia Daily

Share