ଗାଡ଼ିଆରେ ବୁଡ଼ି ଗଲେ ୨ ଶିଶୁକନ୍ୟା

ସମ୍ବଲପୁର,୨୬ା୨(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଥାନା ଗୋଶାଳା କ୍ଲବପଡ଼ାରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଗାଡ଼ିଆରେ ବୁଡ଼ି ୨ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଡୋଲେଶ୍ୱରୀ ଛୁରିଆ(୩) ଓ ନିଶା ମହାନନ୍ଦ(୩)। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। ଘଟଣାକୁ ନେଇ ଗୋଶାଳା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମିଳିଥିବା ରିପୋର୍ଟ ଅନୁସାରେ ସକାଳ ପ୍ରାୟ ୮ଟା ସମୟରେ ପ୍ରତିଦିନ ଭଳି ଦୁଇ ଶିଶୁକନ୍ୟା ଖେଳିବାକୁ ଯାଇଥିଲେ। ଘରଠାରୁ କିଛି ଦୂରରେ ଏକ ଗାଡ଼ିଆ ରହିଛି। ଖେଳୁଥିବା ସମୟରେ ଦୁଇ ଶିଶୁ ଗାଡ଼ିଆ ଭିତରେ ପ୍ରାୟ ୩ଫୁଟ ଗଭୀର ପାଣିରେ ବୁଡ଼ିଯାଇଥିଲେ। ଦେଢଘଣ୍ଟା ପରେ ପିଲାମାନଙ୍କୁ ନ ପାଇ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଥିଲେ। ପାଖ ପଡ଼ିଶାରେ ପଚରାଉଚୁରା କରିଥିଲେ। ପରେ ସନ୍ଦେହରେ ଗାଡ଼ିଆରେ ଖୋଜାଖୋଜି କରି ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ। ତୁରନ୍ତ ସେମାନଙ୍କୁ ବୁର୍ଲା ଭିମ୍‌ସାରକୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାତ, ସ୍ତ୍ରୀ ଲକ୍ଷ୍ମୀ ବିଳାସିନୀଙ୍କ ନାଁରେ ଚାର୍ଜଫ୍ରେମ୍‌

ଭୁବନେଶ୍ୱର,୨୪।୯(ସୂର୍ଯ୍ୟକାନ୍ତ ବେହେରା): ବହୁଚର୍ଚ୍ଚିତ ସିଶୋର ଚିଟ୍‌ଫଣ୍ଡ ଠକେଇ ମାମଲାର ୯ବର୍ଷ ପରେ ଭୁବନେଶ୍ୱର ସିବିଆଇ-୧ କୋର୍ଟରେ ଚାର୍ଜଫ୍ରେମ ହୋଇଛି। କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ...

ଏଫ୍‌ଇଏସ୍‌ ଦେଲା ସୁରକ୍ଷା ସାମଗ୍ରୀ

ଅନୁଗୋଳ ଅଫିସ, ୨୮।୪ କରୋନା ବିରୋଧୀ ସଂଗ୍ରାମରେ ପ୍ରମୁଖ ଯୋଦ୍ଧା ସାଜିଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ସହଯୋଗର ହାତ ବଢ଼ାଇଛି ଅନୁଗୋଳ ଜିଲାର ଫାଉଣ୍ଡେଶନ ଫର୍‌ ଇକୋଲୋଜିକାଲ ସିକ୍ୟୁରିଟି...

ସ୍ନାନମଣ୍ଡପରେ ଶ୍ରୀ ବଳଦେବଜୀଉ: ମନ୍ଦିର ନିକଟରେ ୧୪୪ ଧାରା ଜାରି, ଦର୍ଶନରୁ ବଞ୍ଚିତ ଶ୍ରଦ୍ଧାଳୁ

କେନ୍ଦ୍ରାପଡ଼ା ଅଫିସ,୫ା୬: ତୁଳସୀ କ୍ଷେତ୍ରାଧିପତି ଶ୍ରୀ ବଳଦେବଜୀଉଙ୍କ ସ୍ନାନଯାତ୍ରା ନୀତି ଶୁକ୍ରବାର ଅରମ୍ଭ ହୋଇଛି। ପ୍ରତ୍ୟୁଷରୁ ମଙ୍ଗଳାର୍ପଣ ପରେ ଶ୍ରୀ ବଳଦେବଜୀଉଙ୍କ ସହିତ ପ୍ରଭୁ ଜଗନ୍ନାଥ...

ପଶ୍ଚିମରେ ତାତି, ଉପକୂଳରେ ଗୁଳୁଗୁଳି: ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର, ୬।୬(ବ୍ୟୁରୋ): ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି ପଶ୍ଚିମ ଓଡ଼ିଶା। ଏପଟେ ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାର ସ୍ଥିତି ବିଗାଡୁଛି ଗୁଳୁଗୁଳି। ଫଳରେ ସାଧାରଣ ଜୀବନଯାତ୍ରା ଗୁରୁତର...

ଶ୍ରୀମନ୍ଦିରରେ ନୀତି ବିଳମ୍ବ ନେଇ ଅସନ୍ତୋଷ

ପୁରୀ ଅଫିସ,୨୭ା୧: ଶୁକ୍ରବାର ଭୋର୍‌ ପହୁଡ଼ ନୀତି ପାଳନରେ ଶ୍ରୀମନ୍ଦିର ଦ୍ୱାରଫିଟାରେ ବିଳମ୍ବ ହୋଇଛି। ଏନେଇ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଜି ଭୋର୍‌ ୫ଟା...

ଦୁର୍ଘଟଣାରେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ

ଭାପୁର, ୨ା୯(ଡି.ଏନ.ଏ.)- ଢେଙ୍କାନାଳ ଜିଲା ସଦର ବ୍ଲକ ଭାପୁର ବଜାରରେ ଔଷଧ ଦୌକାନ କରିଥିବା ଶ୍ରୀନିବାସ ଗୋଛି(୩୫)ଙ୍କ ରବିବାର ରାତିରେ ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି।...

ମହିଳା, ଶିଶୁ ଅପରାଧ ରୋକିବାକୁ ହେବ ସ୍ବତନ୍ତ୍ର ଶାଖା

ଭୁବନେଶ୍ୱର,୩୧।୧୨(ବ୍ୟୁରୋ):ମହିଳା ଓ ଶିଶୁଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧ ରୋକିବା ଦିଗରେ ଆହୁରି ପଦକ୍ଷେପ ନିଆଯିବ। ଏଥିପାଇଁ ଓଡ଼ିଶା ପୋଲିସର ଏକ ସ୍ବତନ୍ତ୍ର ଶାଖା ଗଠନ କରାଯିବ...

ଜାତୀୟ ହସ୍ତତନ୍ତ ଦିବସ: ବାନ୍ଧି ରଖିଛି ବାନ୍ଧକଳା

ଅଗଷ୍ଟ ୭, ଜାତୀୟ ହସ୍ତତନ୍ତ ଦିବସ। ଦେଶରେ ବୁଣାକାରଙ୍କ ଉନ୍ନୟନ ଲାଗି ୨୦୧୫ରୁ ଏହି ଦିବସ ପାଳିତ ହୋଇଆସୁଛି। ହସ୍ତତନ୍ତ, ବାନ୍ଧକଳା କେବଳ ପୁରୁଷଙ୍କ ପାଖରେ...

Advertisement
Archives

Model This Week