ଭୁଶୁଡ଼ିବାର ଅଢେଇ ବର୍ଷ ବିତିଲା: ତିଆରି ହେଲାନି ପାର୍ବତୀ ସାଗର ପାଚେରି

ପୁରୀ ଅଫିସ,୧୦।୭: ଶ୍ରୀକ୍ଷେତ୍ରରେ ଅନେକ ତୀର୍ଥ ପୁଷ୍କରିଣୀ ରହିଛି। ହେଲେ ଏସବୁର ରକ୍ଷଣାବେକ୍ଷଣ ଦିଗରେ ଉପଯୁକ୍ତ ଧ୍ୟାନ ଦିଆଯାଉ ନାହିଁ। ଫଳରେ ଦିନକୁ ଦିନ ଏକାଧିକ ତୀର୍ଥ ପୁଷ୍କରିଣୀର ସ୍ଥିତି ଦୟନୀୟ ହୋଇପଡୁଛି। ସେହିପରି ପାର୍ବତୀ ସାଗର ପାଚେରି ଭୁଶୁଡ଼ିବା ଇତିମଧ୍ୟରେ ଅଢେଇ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଲାଣି, ମାତ୍ର ଏ ପର୍ଯ୍ୟନ୍ତ ଏହାକୁ ତିଆରି କରାଯାଉ ନାହିଁ। ମୁକୁଳା ପଡ଼ିିଛି ପ୍ରାୟ ୧୦୦ ଫୁଟର ପାଚେରି। ଏଭଳି ଭାବେ ଶ୍ରୀକ୍ଷେତ୍ରର ଅନେକ ପୁଷ୍କରିଣୀର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। କାହାର ପାଚେରି ଭାଙ୍ଗିଛି ତ ଆଉ କାହାର ପାଚେରି ଦୁର୍ବଳ ହୋଇପଡ଼ିଛି। ଭଙ୍ଗା ପାଚେରି ଯୋଗୁ ଅଳିଆ ଆବର୍ଜନା ଏବଂ ବାହାର ପାଣି ପଶି ଅନେକ ପୁଷ୍କରିଣୀ ପ୍ରଦୂଷିତ ହୋଇପଡ଼ିଛି।

ପୁରୀକୁ ପ୍ରତିଦିନ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ଆସିଥାନ୍ତି। ଶ୍ରୀମନ୍ଦିର ଏବଂ ବେଳାଭୂମି ପରେ ଅନେକ ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀକୁ ବୁଲି ଦେଖିଥାନ୍ତି। କିନ୍ତୁ ଏକାଧିକ ତୀର୍ଥ ପୁଷ୍କରିଣୀଗୁଡ଼ିକର ଅବସ୍ଥା ଦୟନୀୟ ଅବସ୍ଥାରେ ରହିଛି। ସେଥିମଧ୍ୟରୁ ପାର୍ବତୀ ସାଗର ଅନ୍ୟତମ। ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରକୁ ଲାଗିରହିଛି ପାର୍ବତୀ ସାଗର। ସୁଉଚ୍ଚ ପାଚେରି ଦ୍ୱାରା ଏହା ପରିବେଷ୍ଟିତ। ଲୋକନାଥ ମନ୍ଦିରକୁ ଯିବାବେଳେ ଶ୍ରଦ୍ଧାଳୁମାନେ ଏହି ପୁଷ୍କରିଣୀରେ ହାତ, ଗୋଡ଼ ଧୋଇଥାନ୍ତି। ଶ୍ରାବଣ ମାସରେ ବୋଲବମ୍‌ ଭକ୍ତ ଏଠାରେ ସ୍ନାନ କରିଥାନ୍ତି। ସେହିପରି ସରନ୍ତି ସୋମବାର ରାତିରେ ଶ୍ରଦ୍ଧାଳୁ ଗାଧୋଇବା ସହ ଠାକୁରଙ୍କ ବାସନକୁସନ ସଫା କରାଯାଏ। ଦୀର୍ଘଦିନ ହେବ ଏହାର ଉତ୍ତରପାର୍ଶ୍ୱ ପାଚେରି ଦୁର୍ବଳ ରହିଥିଲା। ୨୦୧୭ ଅକ୍ଟୋବର ୨୦ ତାରିଖରେ ଲଗାଣ ବର୍ଷାରେ ଉତ୍ତର ପାର୍ଶ୍ୱରେ ପ୍ରାୟ ୧୦୦ ଫୁଟ ପାଚେରି ଭୁଶୁଡି ପଡ଼ିଥିଲା। ଆଉ ସାଢେ ୩ ମାସ ପରେ ଏହି ପାଚେରି ଭୁଶୁଡ଼ିିବାକୁ ୩ବର୍ଷ ପୂରିବ। ତେବେ ଏ ଯାଏ ପାଚେରି ମରାମତି କରାଯାଇ ନାହିଁ। ଏଥିଯୋଗୁ ଅଳିଆ ଆବର୍ଜନା ଉଡ଼ିି ପାର୍ବତୀ ସାଗରରେ ପଡୁଛି। ପାର୍ବତୀ ସାଗର ପାଚେରି ମରାମତି ସମ୍ପର୍କରେ ଲୋକନାଥ ମନ୍ଦିରର ମ୍ୟାନେଜର ଅପଚ୍ଛ ପରିଡ଼ାଙ୍କୁ ପଚାରିବାରେ କହିଛନ୍ତି, ପୁରୀ ସହରର ଖାଲୁଆ ଅଞ୍ଚଳରେ ଶ୍ରୀଲୋକନାଥ ମନ୍ଦିର ଏବଂ ପାର୍ବତୀ ସାଗର ରହିଛି। ଏହି ପୋଖରୀର ତିନିପାର୍ଶ୍ୱରେ ପ୍ରବଳ ବାଲି ଅଛି। ବାଲିର ଚାପ ସର୍ବଦା ପାଚେରି ଉପରେ ରହୁଛି। ବର୍ଷା ହେଲେ ବାଲି ବୋହି ଏହି ଚାପ ଅଧିକ ମାତ୍ରାରେ ପଡ଼ିଥାଏ। ଲଗାଣ ବର୍ଷା ଯୋଗୁ ଉତ୍ତର ପାର୍ଶ୍ୱରେ ପ୍ରାୟ ୧୦୦ ଫୁଟ ପାଚେରି ଭୁଶୁଡ଼ିି ପଡ଼ିଥିଲା। ଏହାର ମରାମତି ପାଇଁ ମାପଚୁପ ସହ ଏଷ୍ଟିମେଟ ମଧ୍ୟ କରାଯାଇଛି। ବର୍ଷା ଦିନ ପରେ କାମ ଆରମ୍ଭ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ପରେ ଏବେ ସଂସଦ…, କେସି ଭେନୁଗୋପାଳଙ୍କ ବଡ଼ ଦାବି, କହିଲେ-କ୍ଷମା ମାଗନ୍ତୁ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳ ପ୍ରତିବାଦ କରୁଥିବା ଛାତ୍ରଙ୍କ ଉପରେ ପୋଲିସର କଥିତ ବର୍ବରତା ପ୍ରସଙ୍ଗରେ ସଂସଦରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛି। ସୂତ୍ର ଅନୁଯାୟୀ,…

୧ ମାସ ପୂର୍ବରୁ ହିଁ ହୋଇଯାଇଥିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଭବିଷ୍ୟବାଣୀ! ସାମ୍ନାକୁ ଆସିଥିବା ଭିଡିଓ ଉଡ଼ାଇଦେବ ହୋସ୍‌!

ନୂଆଦିଲ୍ଲୀ,୨୬।୭: କକ୍ରୋଚ ଜନତା ପାର୍ଟିର ଆନ୍ଦୋଳନ ପରେ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଇସ୍ତଫା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଦାନ କରିଥିଲେ, ଯାହା…

ଇରାନର ଭୟ ନା ଅନ୍ୟ କିଛି? ତୁର୍କୀ ଅଭିମୁଖେ ଯାତ୍ରା କରିବା ସମୟରେ ଟ୍ରମ୍ପଙ୍କ ବିମାନ ଗତିପଥ ବଦଳାଇ ଦେଇଥିଲା

ଓ୍ବାଶିଂଟନ,୨୬।୭: ତୁର୍କୀ ଗସ୍ତ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ସାମ୍ନାକୁ ଆସିଛି। ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇରାନ-ସମର୍ଥିତ…

ଲୋୟର ସୁକତେଲର ୩ ଗେଟ୍‌ ଖୋଲିଲା: ଛଡ଼ାଗଲା ପ୍ରଥମ ବନ୍ୟାଜଳ, ପାଣିଘେରରେ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର,୨୬ା୭(ସୁନିଲ କୁମାର ମହାନ୍ତି): ଉପରମୁଣ୍ଡରେ ପ୍ରବଳ ଲଗାଣ ବର୍ଷା ଯୋଗୁ ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମର ୩ଟି ଗେଟ୍‌ ଖୋଲାଯାଇଛି। ରବିବାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ…

ଆନ୍ଦୋଳନରୁ ଉଠୁ ଉଠୁ ଅଭିଜିତ୍‌ ଦିପକେଙ୍କୁ ହେଲା ଭୟଙ୍କର ରୋଗ! ସୋସିଆଲ ମିଡିଆରେ ସୂଚନା ଦେଇ କହିଲେ…

ନୂଆଦିଲ୍ଲୀ,୨୬।୭: ବର୍ଷା ଋତୁରେ ଟାଇଫଏଡ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହା ଏଭଳି ଏକ ରୋଗ, ଯାହାକୁ ଲୋକମାନେ ପ୍ରାୟତଃ ସାଧାରଣ ଜ୍ୱର ଭାବି…

CJPର ବଡ଼ ଘୋଷଣା: ଆନ୍ଦୋଳନ ଶେଷ, ଏବେ ଆଇନଗତ ଯୁଦ୍ଧ ଆରମ୍ଭ! ପୁଣି ଚିନ୍ତାରେ ପଡିଲେ ସରକାର

ନୂଆଦିଲ୍ଲୀ,୨୬।୭: ନିଟ୍‌ ପେପର ଲିକ୍‌ ମାମଲାକୁ ନେଇ ଯନ୍ତର-ମନ୍ତରରେ ୩୬ ଦିନ ଧରି ଚାଲିଥିବା ଆନ୍ଦୋଳନ ସମାପ୍ତ ହେବା ପରେ କକ୍ରୋଚ ଜନତା ପାର୍ଟି (CJP) ର…

ଜଣେ ଅଧିକାରୀଙ୍କ ବଦଳିରୁ ଆରମ୍ଭ ହୋଇଥିଲା ପରିବର୍ତ୍ତନ, ମନ୍ତ୍ରଣାଳୟରେ ପଡିଯାଇଥିଲା ହାହାକାର!

ନୂଆଦିଲ୍ଲୀ,୨୬।୭: ପେପର ଲିକ୍‌ ପ୍ରସଙ୍ଗରେ ଯନ୍ତରମନ୍ତର ସମେତ ଦେଶର ବିଭିନ୍ନ ସ୍ଥାନରେ ପ୍ରଦର୍ଶନ ଜାରି ରହିଥିଲେ ମଧ୍ୟ ଶିକ୍ଷା ମନ୍ତ୍ରଣାଳୟରେ ସ୍ଥିତି ସାଧାରଣ ଜଣାପଡୁଥିଲା, କିନ୍ତୁ ମାତ୍ର…

ବିରାଟକାୟ ଗଛ ପଡ଼ି ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ, ଅନ୍ଧାରରେ ଗାଁ

ଦାରିଙ୍ଗବାଡ଼ି,୨୬ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରୁ ଲଘୁଚାପ ଜନିତ ବର୍ଷା ଜାରି ରହିଛି ଏଥିପାଇଁ ଅଞ୍ଚଳର ଦୁର୍ଗମ ଗ୍ରାମଗଡ଼ିକ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri