ଅଫିସ ଭଡ଼ା ଦେବାକୁ ଅସମର୍ଥ ଟୁଇଟର, ମାମଲା ରୁଜୁ କଲା ଲିଜ୍‌ ପ୍ରଦାନକାରୀ କମ୍ପାନୀ…

ସାନ ଫ୍ରାନ୍ସିସ୍କୋ ,୧।୧ : ଏଲନ ମସ୍କ ଯେବେଠାରୁ ଟୁଇଟର ଦାୟିତ୍ୱ ଗ୍ରହଣ କଲେଣି ସେବେଠାରୁ, କ୍ରମାଗତ ଭାବରେ କମ୍ପାନୀର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଖର୍ଚ୍ଚ ହ୍ରାସ କରିବାକୁ ସେ କର୍ମଚାରୀଙ୍କ ଛଟେଇ କରିବା ଆରମ୍ଭ କରିଥିଲେ। ସେହିପରି କର୍ମଚାରୀଙ୍କୁ ମିଳୁଥିବା ସୁବିଧା ସୁଯୋଗକୁ ମଧ୍ୟ ସୀମିତ ରଖିଛନ୍ତି। ଏହା ସତ୍ତ୍ୱେ କମ୍ପାନୀର ଅବସ୍ଥା ଏତେ ଖରାପ ଯେ ଏହାର କାର୍ଯ୍ୟାଳୟର ଭଡା ମଧ୍ୟ ଦେବାକୁ କଷ୍ଟକର ହୋଇ ପଡୁଛି।

୨୦୨୨ ଡିସେମ୍ବର ୧୩ ତାରିଖର ଏକ ରିପୋର୍ଟ ଅନୁଯାୟୀ, ଟୁଇଟର ସମଗ୍ର ବିଶ୍ୱରେ ଏହାର କାର୍ଯ୍ୟାଳୟ ଏବଂ ମୁଖ୍ୟାଳୟ ପାଇଁ ଭଡା ଦେବାକୁ ଅସମର୍ଥ । ବର୍ତ୍ତମାନ ଏହା ଜଣାପଡିଛି ଯେ ଟୁଇଟର ଏହାର ସାନ ଫ୍ରାନ୍ସିସ୍କୋ କାର୍ଯ୍ୟାଳୟର ଭଡା ପ୍ରଦାନ ନକରିବାରୁ ଲିଜ୍‌ ପ୍ରଦାନକାରୀ କମ୍ପାନୀ ପକ୍ଷରୁ ଏନେଇ ଏକ ମାମଲା ରୁଜୁ କରାଯାଇଛି।

ଏହାର ସାନ ଫ୍ରାନ୍ସିସ୍କୋ କାର୍ଯ୍ୟାଳୟ ପାଇଁ ଭଡା ୧୩୬,୨୫୦ ଡଲାର ପୈଠ ହୋଇନାହିଁ। ଲିଜ୍‌ ପ୍ରଦାନକାରୀ କମ୍ପାନୀ କହିଛି ଯେ ୨୦୨୨ ଡିସେମ୍ବର ୧୬ ରେ ଟୁଇଟରକୁ ଚେତାବନୀ ଦିଆଯାଇଥିଲା ଯେ, ହାର୍ଟଫୋର୍ଡ ବିଲ୍ଡିଂର ୩୦ ମହଲାରେ ଥିବା ଲିଜ ପାଞ୍ଚ ଦିନ ମଧ୍ୟରେ ଶେଷ ହେବ। ଭଡା ନ ଦେଇ ଥିବାରୁ ଲିଜ୍‌ ପ୍ରଦାନକାରୀ କମ୍ପାନୀ ଟୁଇଟର ବିରୋଧରେ ଏକ ମାମଲା ଦାୟର କରିଥିବା ଜଣାପଡ଼ିଛି।

Share