ଟୁଇଟରରେ ଛଟେଇ ଆରମ୍ଭ

ନୂଆଦିଲ୍ଲୀ/ଓ୍ବାଶିଂଟନ,୫ା୧୧: କାଲିଫର୍ନିଆସ୍ଥିତ ସାନ୍‌ଫ୍ରାନ୍ସିସ୍କୋରେ ମୁଖ୍ୟାଳୟ ଥିବା ଆମେରିକୀୟ ଟେଲିକମ୍ୟୁନିକେଶନ କମ୍ପାନୀ ଟୁଇଟରକୁ ବିଶ୍ୱର ସବୁଠୁ ଧନୀ ତଥା ଇଲେକ୍ଟ୍ରୋନିକ୍‌ କାର୍‌ ଟେସ୍‌ଲା ନିର୍ମାତା ଏଲନ୍‌ ମସ୍କ ୪୪ ବିଲିୟନ ଡଲାରରେ କିଣିଛନ୍ତି। ଗତ ଅକ୍ଟୋବର ୨୭ରେ ମସ୍କ ମାଲିକାନା ସ୍ବତ୍ୱ ହାତକୁ ନେବା ପରେ ଏହା ପବ୍ଲିକ୍‌ ଲିମିଟେଡ୍‌ କମ୍ପାନୀରୁ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀରେ ପରିଣତ ହୋଇଛି। ଏଥିଯୋଗୁ ଟୁଇଟରକୁ ନ୍ୟୁୟର୍କ ଷ୍ଟକ୍‌ ଏକ୍ସଚେଞ୍ଜରୁ ଆସନ୍ତା ୮ରେ ବାଦ୍‌ ଦିଆଯିବ। ଏହି ପରିପ୍ରେକ୍ଷୀରେ ମସ୍କ ଟୁଇଟରକୁ ନିଜ ଢଙ୍ଗରେ ଚଳାଇବା ଆରମ୍ଭ କରିଛନ୍ତି। ଶୁକ୍ରବାରଠାରୁ ଟୁଇଟରର ଅନେକ ଅଫିସକୁ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି। ଏଥିସହ ବହୁସଂଖ୍ୟକ କର୍ମଚାରୀଙ୍କୁ ଛଟେଇ କରାଯାଉଛି। ଏନେଇ ଟୁଇଟର ପକ୍ଷରୁ କର୍ମଚାରୀମାନଙ୍କୁ ଇ-ମେଲ୍‌ କରାଯାଇଛି। ଅଫିସ୍‌ରେ ଥାଆନ୍ତୁ କି ଅଫିସକୁ ଆସିବା ପାଇଁ ବାଟରେ ଥାଆନ୍ତୁ ଦୟାକରି ଘରକୁ ଫେରିଯାଆନ୍ତୁ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ଟୁଇଟରକୁ ଏକ ସୁସ୍ଥ ପଥରେ ଆଗେଇ ନେବା କ୍ଷେତ୍ରରେ ଆମେ ଅନେକ କଠିନ ପ୍ରକ୍ରିୟା ଦେଇ ଗତି କରିବୁ। ଏଥି ସକାଶେ ସାରା ବିଶ୍ୱରେ ଆମେ ଛଟେଇ କରୁଛୁ। ଯେଉଁ କର୍ମଚାରୀମାନେ ଛଟେଇ ହେବେ ନାହିଁ ସେମାନଙ୍କୁ ଇ-ମେଲ୍‌ରେ ଜଣାଇଦିଆଯିବ ବୋଲି କୁହାଯାଇଛି।
ଯେ, ଗତ ଏପ୍ରିଲରେ ମସ୍କ ଟୁଇଟର କିଣିବା ନେଇ ଆଗ୍ରହ ପ୍ରକାଶ କରିଥିଲେ। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଫେକ୍‌ ଆକାଉଣ୍ଟ ସଂଖ୍ୟାର ଆଳ ଦେଖାଇ ଡିଲ୍‌ରୁ ବାହାରିଯିବାକୁ ଉଦ୍ୟମ କରିଥିଲେ। ଏହାକୁ ନେଇ ବିବାଦ ସୃଷ୍ଟି ହେବାରୁ ଟୁଇଟର ଅଦାଲତଙ୍କ ଆଶ୍ରୟ ନେଇଥିଲା। ଶେଷରେ କୋର୍ଟ ନିର୍ଦ୍ଧାରିତ ଡେଡ୍‌ଲାଇନ୍‌ର ଦିନକ ପୂର୍ବରୁ ମସ୍କ ଏହି ସୋସିଆଲ ମିଡିଆ ସାଇଟ୍‌କୁ କିଣିବାକୁ ବାଧ୍ୟ ହୋଇଥିଲେ। ଟୁଇଟରକୁ ଅଧିଗ୍ରହଣ କରିବା ମାତ୍ରେ ୫୧ ବର୍ଷୀୟ ମସ୍କ ଏହାର ସିଇଓ ପରାଗ ଅଗ୍ରଓ୍ବାଲ ଓ ଲିଗାଲ୍‌ ଏକ୍‌ଜିକ୍ୟୁଟିଭ୍‌ ବିଜୟା ଗାଡ୍ଡେଙ୍କୁ ବିଦା କରିଥିଲେ। ଶୁକ୍ରବାର କେତେଜଣ ଭାରତୀୟ କର୍ମଚାରୀ ଚାକିରି ହରାଇଛନ୍ତି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ ମାର୍କେଟିଂ, ଇଞ୍ଜିନିୟରିଂ ଓ କମ୍ୟୁନିକେଶନ ବିଭାଗର କର୍ମଚାରୀମାନେ ସର୍ବାଧିକ ପ୍ରଭାବିତ ହୋଇଥିବା କୁହାଯାଉଛି। ଯେଉଁମାନେ ଏବେ ବି ଟୁଇଟର ଇଣ୍ଡିଆରେ ଅଛନ୍ତି, ସେମାନେ ନିଯୁକ୍ତି ହରାଇବା ନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି। ଏହା ଆମକୁ ବାହାର କରିବା ପାଇଁ ଅତି ଅମାନବୀୟ ଉପାୟ। ଟୁଇଟର ଇଣ୍ଡିଆରେ ଅନେକ ବର୍ଷ କାର୍ଯ୍ୟ କରିଛୁ। ମସ୍କ ଏହାର ମାଲିକ ହେବା ପରଠୁ ଆମ ସହ କମ୍ପାନୀ ଆଦୌ ଯୋଗାଯୋଗ କରୁନାହିଁ ବୋଲି ପ୍ରଭାବିତ କର୍ମଚାରୀମାନେ କହିଛନ୍ତି। ଟୁଇଟରରେ କାର୍ଯ୍ୟରତ ୭,୬୦୦ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ଅଧା ଅର୍ଥାତ୍‌ ୩,୮୦୦ ଜଣଙ୍କୁ ନୂଆ ସିଇଓ ମସ୍କ ବିଦା କରିବାକୁ ଲକ୍ଷ୍ୟ ରଖିଛନ୍ତି। ଆମେରିକାର ଆଇନ ଅନୁସାରେ ଛଟେଇ ପାଇଁ ୬୦ ଦିନ ପୂର୍ବରୁ ନୋଟିସ ଦିଆଯିବା କଥା। ଏପରି ନ କରି ସିଧାସଳଖ କାର୍ଯ୍ୟରୁ ଅବ୍ୟାହତି ଦିଆଯାଉଥିବାରୁ ଗୁରୁବାର କେତେଜଣ କର୍ମଚାରୀ ଟୁଇଟର ବିରୋଧରେ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri