Posted inଫୁରସତ

ଦୁଇ ଭଉଣୀଙ୍କ ଜଣେ ବୟଫ୍ରେଣ୍ଡ, ଏକା ସାଙ୍ଗରେ କରିବାକୁ ଚାହୁଁଛନ୍ତି ବିବାହ

ବେଳେବେଳେ ଅଜବ କଥା ଶୁଣିବାକୁ ମିଳିଥାଏ। ଏଥିରୁ କିଛି କଥା ବିଶ୍ୱସନୀୟ ହୋଇଥିବା ବେଳେ ଆଉ କିଛି ଅବିଶ୍ୱସନୀୟ ଲାଗିଥାଏ। ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ଅଷ୍ଟ୍ରେଲିଆରେ। ଏଠାରେ ରହୁଥିବା ଦୁଇ ଯାଁଳା ଭଉଣୀ ଏନା ଏବଂ ଲୁସିଙ୍କର ଜଣେ ପ୍ରେମିକ। ଦୁଇଜଣ ଅଲଗା ସିନା ଜୀବନ ମନ୍ତ୍ରକୁ ଗୋଟିଏରେ ପରିଣତ କରିଛନ୍ତି। କାରଣ ସେ ସବୁକିଛି ଏକା ସାଙ୍ଗରେ କରିବାକୁ ପସନ୍ଦ କରନ୍ତି। ଏପରିକି ଏକାସାଙ୍ଗରେ ଦୁଇଜଣ ପ୍ରେମିକଙ୍କୁ ବିବାହ କରିବା ସହ ଗର୍ଭବତୀ ହେବାକୁ ସ୍ଥିର କରିଛନ୍ତି।

ଏହି ଦୁଇ ଭଉଣୀ କିଛିଦିନ ପୂର୍ବରୁ ଟିଏଲ୍‌ସି ଏକ୍ସଟ୍ରିମ୍‌ ସିଷ୍ଟର୍ସ ନାମକ ଏକ ଶୋ’ରେ ନଜର ଆସିଥିଲେ। ଏହି ଯାଁଳା ଭଉଣୀ ଦୁନିଆର ସବୁଠୁ ନିକଟତର ବୋଲି କୁହାଯାଉଛି। କାରଣ ଏମାନେ ପ୍ରତ୍ୟେକ କାମ ଏକା ସମୟରେ କରିଥାନ୍ତି।

ଲୁସି ଏବଂ ଏନା ଏକା ସାଙ୍ଗରେ ଖାଇଥାନ୍ତି। ଏକାପ୍ରକାର ଡ୍ରେସ୍‌ ବି ପିନ୍ଧିଥାନ୍ତି। ସାଥୀ ହୋଇ ଓ୍ବାର୍କଆଉଟ୍‌ କରିବା ଠାରୁ ଆରମ୍ଭ କରି ଗାଧୋଇବା, ବସିବା, ଶୋଇବା, ବୁଲିବା ଆଦି ପ୍ରତ୍ୟେକ କାର୍ଯ୍ୟ ମିଶି କି କରିଥାନ୍ତି। ଜଣଙ୍କଠାରୁ ଜଣକୁ ଅଲଗା କରିବା ବହୁତ କଷ୍ଟ। ୪୦ ବର୍ଷରେ ପଦାର୍ପଣ କରିଥିବା ଏନା ଏବଂ ଲୁସି କୁହନ୍ତି, ସେମାନେ ଏକା ସମୟରେ ମା’ ହେବାକୁ ଚାହାନ୍ତି। ମାତ୍ର ଅଷ୍ଟ୍ରେଲିଆର ଏକ ନିୟମ ତାଙ୍କ ପାଇଁ ପାଚେରି ହୋଇ ଠିଆ ହୋଇଛି।

ଏନା ଏବଂ ଲୁସି ତାଙ୍କ ବୟଫ୍ରେଣ୍ଡ ବେନ୍‌ଙ୍କ ସହ ୨୦୧୨ରେ ସାକ୍ଷାତ ହୋଇଥିଲା। ବେନ୍‌ ପେସାରେ ଜଣେ ମେକାନିକ୍‌। ଏହି ଦୁଇ ଭଉଣୀଙ୍କୁ ଦେଖି ଆକର୍ଷିତ ହୋଇଥିଲେ ବେନ୍‌। ଦୁଇ ଭଉଣୀ ମଧ୍ୟ ବେନ୍‌ଙ୍କୁ ବହୁ ପସନ୍ଦ କରନ୍ତି। କିନ୍ତୁ ଅଷ୍ଟ୍ରେଲିଆର ନିୟମ କାନୁନ ଅନୁଯାୟୀ, ଏହା ହୋଇପାରିବ ନାହିଁ। ମ୍ୟାରେଜ ଆକ୍ଟ ୧୯୬୧ ଅନୁଯାୟୀ, ଜଣେ ବ୍ୟକ୍ତି ଦୁଇ ଜଣଙ୍କୁ ବିବାହ କରିପାରିବ ନାହିଁ।

ଏକ ରିୟାଲିଟି ଶୋ’ରେ ଏ ବିଷୟରେ କଥା ହେଉଥିବା ବେଳେ ଦୁଇ ଭଉଣୀ ଭାବବିହ୍ବଳ ହୋଇଯାଇଥିଲେ। କାରଣ ଦୀର୍ଘଦିନ ଧରି ଦୁହେଁ ଏକାସାଙ୍ଗରେ ବିବାହ କରିବାକୁ ପ୍ରସ୍ତୁତ ଚଳାଇ ଆସୁଛନ୍ତି। ମାତ୍ର ଏହା ଆଇନ ବିରୋଧୀ ବୋଲି ଅଷ୍ଟ୍ରେଲିଆ କାନୁନ କହୁଛି। ତେଣୁ ଦୁଇ ଭଉଣୀ ମାନସିକ ଦୁଃଶ୍ଚିନ୍ତାରେ ପଡ଼ିଛନ୍ତି। ଲୁସି କୁହନ୍ତି, ଆମେ ବିବାହ କଲେ କିଛି ଅସୁବିଧା ହେବ ନାହିଁ। କେହି କାହା ପ୍ରତି ଈର୍ଷା କରିବୁ ନାହିଁ। ବେନ୍‌ ମଧ୍ୟ ଏଥିରେ ରାଜି ଅଛନ୍ତି। ଦୁଇଜଣ ବେନ୍‌ଙ୍କୁ ବିବାହ କଲେ ଖୁସିରେ ରହିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri