Categories: ଗଞ୍ଜାମ

ଚିଲିକାରୁ ୧୨ ଏକର ଚିଙ୍ଗୁଡ଼ି ଘେରି ଉଚ୍ଛେଦ

ଖଲ୍ଲିକୋଟ,୯ା୬(ଡି.ଏନ.ଏ.): ଖଲ୍ଲିକୋଟ ତହସିଲ ଅନ୍ତର୍ଗତ ଚିଲିକା ମଧ୍ୟରେ ଥିବା ବେଆଇନ ଚିଙ୍ଗୁଡ଼ି ଘେରିକୁ ପ୍ରଶାସନ ତରଫରୁ ଉଚ୍ଛେଦ କରାଯାଇଛି। ଭେଜିପୁଟ ଆର୍‌ଆଇ ସର୍କଲ ଅଧୀନରେ ଥିବା ଓଡ଼ିଆ ଆଲପୁର, କେଶପୁର ଆର୍‌ଆଇ ସର୍କଲରେ ଥିବା କଙ୍କେଇ ନିକଟ ଚିଲିକା କୂଳରେ ଥିବା ପ୍ରାୟ ୧୨ ଏକର ବେଆଇନ ଚିଙ୍ଗୁଡ଼ି ଘେରିକୁ ସ୍ଥାନୀୟ ତହସିଲଦାର ରାଜକିଶୋର ପଟ୍ଟନାୟକଙ୍କ ଉପସ୍ଥିତିରେ ଉଚ୍ଛେଦ ହୋଇଥିଲା। ଏହି ଚଢ଼ାଉରେ ଅତିରିକ୍ତ ତହସିଲଦାର ଜ୍ୟୋର୍ତିମୟ ଦାସ, ସିଡିଏ ଅଧିକାରୀ, ଭେଜିପୁଟ ପୋଲିସ ଓଆଇସି ସନ୍ତୋଷ ସ୍ବାଇଁ, ସବଇନ୍ସପେକ୍ଟର ହିମାଂଶୁ ପାତ୍ର, ଭେଜିପୁଟ ଆର୍‌ଆଇ ରମେଶ ଜେନା, କେଶପୁର ଆରଆଇ ଏମ୍‌. ସୁଦାମଙ୍କ ସମେତ ଏକ ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତ ଥିଲେ।