ବିବାହର ଛଅ ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହେଲେ ଅଭିନେତ୍ରୀ

ବମ୍ବେ: ବିବାହର ଛଅ ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହୋଇଛନ୍ତି ଅଭିନେତ୍ରୀ ସନା ଅମିନ ଶେଖ। ଟେଲି ଧାରାବାହିକ ‘କୁଛ ରଙ୍ଗ ପ୍ୟାର କେ ଐସେ ଭି’ ଫେମ୍‌ ସନା ନିର୍ଦ୍ଦେଶକ ଏଜାଜ୍‌ ଶେଖଙ୍କୁ ବିବାହ କରିଥିଲେ। ହେଲେ ବିବାହକୁ ନେଇ ଉଭୟ ଖୁସି ନ ଥିଲେ। ଏମିତିରେ ସେମାନେ ଅଲଗା ହେବା ବାଟକୁ ବାଛି ନେଇଛନ୍ତି।

ନିଜର ଛାଡ଼ପତ୍ରକୁ ନେଇ ସନା କହିଛନ୍ତି, ପରସ୍ପରକୁ ମାତ୍ର ଏକ ମାସ ଧରି ଜାଣିବା ପରେ ଆମେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲୁ। ଆମେ ପରସ୍ପରକୁ ପସନ୍ଦ କରୁଥିଲି। ହେଲେ ଟେଲିଜଗତର ହୋଇଥିବାରୁ ସମୟ ଅଭାବ ଥାଏ। ବହୁତ କଷ୍ଟରେ ନିଜର ସମୟକୁ ଉପଭୋଗ କରିହୁଏ। ପରିବାର ଏବଂ ପାର୍ଟନରଙ୍କ ସହ ସମୟ ବିତାଇବା ଲାଗି ଦିନଟାଏ ବି ଛୁଟି ମିଳେନାହିଁ। ବ୍ୟସ୍ତ ବହୁଳ ଜୀବନଶୈଳୀ ଯୋଗୁ ଆମେ ପରସ୍ପର ସହ ସମୟ ବିତାଇ ପାରିଲୁ ନାହିଁ। ବିବାହର ପରଦିନ ମୁଁ କୃଷ୍ଣଦାସୀ ଲାଗି ଶୁଟିଂ କରୁଥିଲି। କାମରୁ ସମୟ ମିଳୁଥିବା ସମୟରେ ପରସ୍ପର ଭିନ୍ନ କାମରୁ ଆସିଥିବାରୁ ଭିନ୍ନ ମତ ରଖୁଥିଲୁ। ଏମିତିରେ ବୁଝାମଣାର ଅଭାବ ଦେଖାଦେଇଥିଲା। ଉଭୟ ବିବାହକୁ ସଫଳ କରିବାକୁ ଚେଷ୍ଟା କରିଥିଲୁ, ହେଲେ ହୋଇପାରି ନ ଥିଲା। ବିବାହର ଛଅ ବର୍ଷ ମଧ୍ୟରେ ଅନେକ ଥର ଆମେ ଅଲଗା ହୋଇଛୁ, ପୁଣି ଏକାଠି ହୋଇ ରହିଛୁ। ଯଦି ଦୁଇଜଣ ଲୋକ ଗୋଟିଏ ଛାତ ତଳେ ରହି ବି ଖୁସି ନାହାନ୍ତି ତେବେ ଅଲଗା ହୋଇଯିବା ଠିକ୍‌ ବୋଲି ଭାବିଥିଲୁ। ଶେଷରେ ପାରସ୍ପରିକ ବୁଝାବଣାରେ ଆମେ ଅଲଗା ହୋଇଯାଇଥିଲୁ। ତେବେ ଏବେ ସେ ନିଜ କାମରେ ଧ୍ୟାନ ଦେଉଛନ୍ତି। ଓଟିଟି ପ୍ଲାଟଫର୍ମରେ କାମ କରିବାକୁ ସେ ଆଶାବାଦୀ ଅଛନ୍ତି ବୋଲି ସନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍ସମ୍ୟାନ୍‌ରୁ ସେଲିବ୍ରିଟି: ୨.୪୪ କୋଟିରୁ ଅଧିକ ମୂଲ୍ୟର ରେଞ୍ଜ ରୋଭର୍‌ କିଣି ଚର୍ଚ୍ଚାରେ ଫୈଜଲ ଶେଖ୍‌

ବମ୍ବେ: ସେଲ୍ସମ୍ୟାନ୍‌ରୁ ସୋସିଆଲ ମିଡିଆ ଷ୍ଟାର। ଆଉ ଏବେ ଜୀବନରେ ଯୋଡ଼ି ହୋଇ ଚାଲିଛି ସଫଳତାର ନୂଆ ନୂଆ ଫର୍ଦ୍ଦ। ଆମେ କଥା ହେଉଛୁ ଫୈଜଲ...

ବଲିଉଡ୍‌ରେ ୩୦ ବର୍ଷ ପୂରଣ କଲେ ଖିଲାଡି ବୟ, ସୋସିଆଲ ମିଡିଆରେ ଲେଖିଲେ ଏମିତି

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାର ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ୩ ଦଶନ୍ଧି ପାଳନ କରିଛନ୍ତି। ଏହି ୩୦ ବର୍ଷ ମଧ୍ୟରେ ପ୍ରଶଂସକମାନେ ତାଙ୍କୁ ଅନେକ ଭଲ...

ମୀନା କୁମାରୀଙ୍କ ଜୀବନ ଥିଲା ଫିଲ୍ମ ଭଳି ଦୁଃଖଭରା: ତିନିତଲାକ୍‌ ପରେ ହଲାଲାରେ ଫେରିଥିଲେ ପ୍ରଥମ ସ୍ବାମୀଙ୍କ ପାଖକୁ

ମୁମ୍ବାଇ: ବଲିଉଡ୍‌ର ଖ୍ୟାତି ସମ୍ପନ୍ନ ଅଭିନେତ୍ରୀ ମୀନା କୁମାରୀ ଝିଅ ହୋଇଥିବାରୁ ତାଙ୍କ ପିତା ତାଙ୍କୁ ନେଇ ଅନାଥାଶ୍ରମରେ ଛାଡିଆସିଥିଲେ। ସେ ୧୯୩୩ ଅଗଷ୍ଟ ୧ରେ...

ଭାଇରାଲ ହେଉଛି ହିନାଙ୍କ ଗ୍ଲାମରସ୍ ଫଟୋ

ମୁମ୍ବାଇ: ନାୟିକା ହିନା ଖାଁ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ସେଥିପାଇଁ ବୋଧହୁଏ ତାଙ୍କର ରହିଛନ୍ତି ବହୁ ଫ୍ୟାନ୍ ଫଲୋଇଂସ୍ । ସବୁବେଳେ ହିନା...

ବିବାହ ଦିନ ଏମିତି କାମ କଲେ ସାଉଥ୍‌ ଅଭିନେତ୍ରୀ

ସାଉଥ୍‌ ଅଭିନେତ୍ରୀ ନୟନତାରା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନୟନତାରା -ବିଘ୍ନେଶ ଶିବନ ୭ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଜୁନ୍‌ ୯...

ରିଲିଜ ହେବ ‘ବଧାଇ ଦୋ’

ମୁମ୍ବାଇ : ଆସୁଛି ‘ବଧାଇ ଦୋ’। ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସର ଶେଷ ସପ୍ତାହରେ ଏହି ଫିଲ ରିଲିଜ୍‌ ହେବ। ହର୍ଷବର୍ଦ୍ଧନ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ...

ପ୍ରଥମ ସ୍ତ୍ରୀଙ୍କ ଚିଠି ପଢି ପ୍ରବଳ କାନ୍ଦିଥିଲେ ଅମିର ଖାନ୍‌

ବଲିଉଡ୍‌ ଅଭିନେତା ଅମିର ଖାନଙ୍କ ପ୍ରଥମ ଚଳଚ୍ଚିତ୍ର ‘ଲଗାନ’ ରିଲିଜ ହେବାର ଇତିମଧ୍ୟରେ ୨୦ ବର୍ଷ ବିତିଗଲାଣି। ଏହି ଚଳଚ୍ଚିତ୍ରଟି ଅମିରଙ୍କ ପାଇଁ ସ୍ବତନ୍ତ୍ର ଥିଲା।...

ହିନାଙ୍କ ବୋଲ୍ଡ ଅବତାର: ପ୍ରଶଂସା ପାଇଁ କମ୍ ପଡିଲା ଶବ୍ଦ

ମୁମ୍ବାଇ: ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରି ସାରିଥିବା ହିନା ଖାଁ ଦେଖିବାକୁ ତ ସୁନ୍ଦର ହେଲେ ତାଙ୍କର ଗ୍ଲାମରସ୍ ଫଟୋ ଫ୍ୟାନ୍ସଙ୍କ ମନ କିଣିବାରେ ଏକ...

Advertisement
Archives

Model This Week