Posted inଜାତୀୟ

ଲାଲକିଲ୍ଲା ପଡ଼ିଆରେ ଆୟୋଜିତ ହେବ ରାମଲୀଳା: ୩ କ୍ୟାବିନେଟ ମନ୍ତ୍ରୀ ନଜର ଆସିବେ ଏହି ଚରିତ୍ରରେ

ନୂଆଦିଲ୍ଲୀ,୧୩।୯: ଚଳିତ ଥର ଦେଶର ରାଜଧାନୀ ଦିଲ୍ଲୀରେ ରାମଲିଳା ଭବ୍ୟ ସହକାରେ ଆୟୋଜିତ ହେବା ପାଇଁ ପୁରା ଜୋରସୋରରେ ପ୍ରସ୍ତୁତି ଚାଲିଛି। ବିଶେଷ କଥା ହେଉଛି ଏଥର ରାମଲୀଳାରେ କ୍ୟାବିନେଟ ମନ୍ତ୍ରୀ ଓ ଟିଭି କଳାକାରଙ୍କୁ ଏକାଠି ଦେଖିବାକୁ ମିଳିବ। ଏଥିରେ ଅଶ୍ୱିନୀ କୁମାର ଚୌବେ ଋଷି ବୈଶିଷ୍ଠ, ଫଗାନ ସିଂ କୁଲାସ୍ତେ ଋଷି ଅଗସ୍ତ୍ୟ ଏବଂ ଧୀବର ଭୂମିକାରେ ଉତ୍ତର-ପୂର୍ବ ଦିଲ୍ଲୀର ଭାଜପା ବିଧାୟକ ମନୋଜ ତିୱାରୀ ଙ୍କ ଅଭିନୟ ଦେଖିବାକୁ ମିଳିବ। ସେହିପରି ଅର୍ଜୁନ ରାମ ମେଘୱାଲ ଭଜନ ଗାଇବେ ବୋଲି ଜଣାପଡ଼ିଛି। ଭେଟେରାନ ଅଭିନେତା ଅସରାନୀ ନାରଦ ଭୂମିକାରେ ନଜର ଆସିବେ। ସେପ୍ଟେମ୍ବର ୨୬ରୁ ଆରମ୍ଭ ହୋଇ ଏହା ଦଶହରାରେ ଶେଷ ହେବ। ତେବେ ୧୦ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଓ କଳାକାରମାନେ ମିଳିତ ଭାବେ ରାମଲୀଳାରେ ରାମଙ୍କ ପୁରୁଣା କାହାଣୀକୁ ଜୀବନ୍ତ କରିବାକୁ ଚେଷ୍ଟା କରିବେ। କେବଳ ଏତିକି ନୁହେଁ, ଏଥର ଦର୍ଶକମାନେ କର୍ତ୍ତବ୍ୟ ପଥ ମଡେଲ ଏବଂ ସବୁଠୁ ବଡ଼ ମଞ୍ଚ ଦେଖିବାକୁ ପାଇବେ। ଏଥର ଦଶହରାରେ ବାହୁବଲୀ ଫେମ୍‌ ଅଭିନେତା ପ୍ରଭାସ ରାବଣର ପୁତ୍ତଳିକା ଜଳାଇବେ। ଭାରତର ସ୍ବାଧୀନତାର ୭୫ତମ ବାର୍ଷିକୀ ପାଳନ ଅବସରରେ ପଡ଼ିଆରେ ୭୫ଟି ତ୍ରିରଙ୍ଗା ପତାକାରେ ସଜାଯିବ। ରାମଲୀଳା ପଡ଼ିଆର ମୁଖ୍ୟ ଫାଟକରେ ପ୍ରଭୁ ରାମଙ୍କ ଫଟୋ ଲଗାଯିବ, ଯାହାର ନାମ ‘ରାମ ଦ୍ୱାର’ ରଖାଯିବ ବୋଲି ଲୁଭ କୁଶ ରାମଲୀଳା କମିଟିର ସଭାପତି ଅର୍ଜୁନ କୁମାର କହିଛନ୍ତି। ସେହିପରି ଦ୍ୱିତୀୟ ଫାଟକକୁ ‘ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ୱାର’ କୁହାଯିବ। ତାଙ୍କର ପ୍ରତିମୂର୍ତ୍ତି ଏଠାରେ ଲଗାଯିବ। ପଡ଼ିଆରେ ୧୮୦X୬୦ ଫୁଟର ଏକ ତିନି ମହଲା ମଞ୍ଚ ତିଆରି କରାଯିବ। ଯାହା ଉପରେ ଏକ ବଡ଼ ରାମ ମନ୍ଦିର ନିର୍ମାଣ ହେବ। ଏହା ପୂର୍ବରୁ ଏହା ୧୨୦X୪୮ ଫୁଟ ମଞ୍ଚ ତିଆରି ହେଉଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ କରାଯାଇଛି ବୋଲି ଅର୍ଜୁନ କୁମାର କହିଛନ୍ତି। ଅନ୍ୟପଟେ ମୁମ୍ବାଇର ମେକ୍‌ଅପ୍‌ ଆଟିଷ୍ଟ ବିଷ୍ଣୁ ପାଟିଲ ରାମଲୀଳା ସମୟରେ ଦିଲ୍ଲୀରେ ରହିବେ। ଅଭିନେତାମାନଙ୍କ ପୋଷାକ ମଧ୍ୟ ବଲିଉଡ୍‌ର ଫ୍ୟାଶନ ଡିଜାଇନର୍‌ ଦ୍ୱାରା ଡିଜାଇନ କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ସୁଧୀରଙ୍କୁ ମନୋନୀତ କଲେ ନବୀନ

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri