ମୁନ୍ଦ୍ରା-ପାନିପତ ପାଇପ୍‌ ଲାଇନ୍‌ ପାଇଁ ଜମି ଅଧିଗ୍ରହଣ ଆରମ୍ଭ…

ନୂଆଦିଲ୍ଲୀ, ୧୩।୯ : ଅଶୋଧିତ ତୈଳ ପାଇପଲାଇନ ପାଇଁ କେନ୍ଦ୍ର ସରକାର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଗୁଜରାଟର କଚ୍ଛ ଜିଲାର ଚୁଡୱା ଠାରୁ ଅଶୋଧିତ ତୈଳ ପାଇପଲାଇନ ବିଛାଇବା ଲାଗି ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ କାର୍ଯ୍ୟ ଆରମ୍ଭ କରିବ। ଗତ ସପ୍ତାହରେ ରାଜସ୍ଥାନର ବିଭିନ୍ନ ଜିଲାରେ ଜମି ଅଧିଗ୍ରହଣ ସମ୍ପର୍କରେ ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ ଏକ ଘୋଷଣା କରାଯାଇଥିଲା। ଏହି ପାଇପଲାଇନ ରାଜସ୍ଥାନର ନାଗୌର, ଜାଲୋର, ଝୁନୁଞ୍ଜୁନୁ, ସିକର, ଯୋଧପୁର ଏବଂ ପାଲି ଜିଲା ଦେଇ ଯିବ।

ଗୁଜରାଟର ମୁନ୍ଦ୍ରାରୁ ହରିୟାଣାର ପାନିପତ ପର୍ଯ୍ୟନ୍ତ ଏକ ନୂତନ ଅଶୋଧିତ ତୈଳ ପାଇପଲାଇନ ନିର୍ମାଣ ପାଇଁ କେନ୍ଦ୍ର ସରକାର ୯,୦୨୮ କୋଟି ଟଙ୍କା ବିନିଯୋଗ କରିବେ। ବାର୍ଷିକ ୧୭.୫ ନିୟୁତ ଟନ କ୍ଷମତା ବିଶିଷ୍ଟ ମୁନ୍ଦ୍ରା-ପାନିପତ ପାଇପଲାଇନ ବ୍ୟବସ୍ଥା ପାଇଁ ଇଣ୍ଡିଆନ ଓଏଲ ନିବେଶ ପ୍ରସ୍ତାବକୁ ଅନୁମୋଦନ କରିଛି। ଏହି ପ୍ରକଳ୍ପ ପାନିପତ ରିଫାଇନାରୀର କ୍ଷମତା ବାର୍ଷିକ ୧୫ ନିୟୁତ ଟନ ରୁ ୨୫ ନିୟୁତ ଟନକୁ ବୃଦ୍ଧି ଯୋଗୁ ଅଶୋଧିତ ତୈଳର ବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବାକୁ ସକ୍ଷମ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ସ୍ଥାପନ ହେବ ୧୮ ଇ-ଯାନଚାର୍ଜିଂ ଷ୍ଟେଶନ

ନୂଆଦିଲ୍ଲୀ,୪-୧: ଦେଶର ୨୪ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ୬୨ ସହରରେ ଇ-ଯାନ ଲାଗି ୨୬୩୬ ଚାର୍ଜିଂ ଷ୍ଟେଶନ ସ୍ଥାପନ କରାଯିବ। ଓଡିଶାରେ ଏହି...

ଭାରତୀୟ ବଜାର ପାଇଁ ବଦ୍ଧପରିକର ଫୋର୍ଡ; ଉତ୍ପାଦନ ବୃଦ୍ଧି ନେଇ ମହିନ୍ଦ୍ରା ସହ ହେବ ଚୁକ୍ତି

ନୂଆଦିଲ୍ଲୀ,୨୮-୯: ବର୍ତ୍ତମାନ ଭାରତରେ ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ୱେ ଆମେରିକାର ବୃହତ ଗାଡ଼ି ନିର୍ମାତା ଫୋର୍ଡ ମୋଟର କମ୍ପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀ ସହିତ ଚୁକ୍ତି...

‘ଅନ୍‌ଲାଇନ୍‌ ବ୍ୟବସାୟ ଟ୍ରେଡର୍ସଙ୍କ ସମସ୍ୟା ବଢ଼ାଉଛି’

ଅନୁଗୋଳ ଅଫିସ, ୩୦।୮: ଓଡ଼ିଶା ଫୁଟ୍‌ ଓ୍ବେୟାର ଟ୍ରେଡର୍ସ ଆସୋସିଏଶନ୍‌ (ଓଏଫ୍‌ଟିଏ) ସଦସ୍ୟଙ୍କୁ ନେଇ ଏକ ସମ୍ମିଳନୀ ଅନୁଗୋଳରେ ଅନୁଷ୍ଠିତ ହୋଇଯାଇଛି। ଓଏଫ୍‌ଟିଏ ସଭାପତି ଓମ୍‌ପ୍ରକାଶ...

ନିର୍ଦ୍ଦିଷ୍ଟ କ୍ଷେତ୍ର ପାଇଁ ଆସିପାରେ ଋଣ ପୁନର୍ଗଠନ ସୁବିଧା

  ନୂଆଦିଲ୍ଲୀ,୩୦।୬ : ବର୍ତ୍ତମାନ କୋଭିଡ୍‌ ଯୋଗୁ ପ୍ରଭାବିତ ନିର୍ଦ୍ଦିଷ୍ଟ କ୍ଷେତ୍ରଗୁଡିକ ଲାଗି ରିଜର୍ଭ ବ୍ୟାଙ୍କ ଋଣ ପୁନର୍ଗଠନ ସୁବିଧା ଆଣିପାରେ। ଏଥିଲାଗି ପ୍ରକ୍ରିୟା ଆରମ୍ଭ...

ଦୁର୍ନୀତି ଜଣାଇବାରେ ବିଳମ୍ବ;୯ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କର ଜରିମାନା

ମୁମ୍ବାଇ,୪-୮: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସମେତ ୯ ବାଣିଜି୍ୟକ ବ୍ୟାଙ୍କଠାରୁ ଜରିମାନା ଆଦାୟ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଏସ୍‌ବିଆଇ) ନିର୍ଦ୍ଦେଶ ଦେଇଛି। ବିଭିନ୍ନ ଦୁର୍ନୀତି,ଜାଲିଆତି, ଠକାମୀ...

ସୁନାଅଳଙ୍କାର ହଲମାର୍କିଂ ଅବଧି ବୃଦ୍ଧି

ନୂଆଦିଲ୍ଲୀ,୨୮।୭: ସୁନା ଅଳଙ୍କାର ଓ କାରିଗରୀ ଉପରେ ବାଧ୍ୟତାମୂଳକ ହଲମାର୍କିଂ ଅବଧିକୁ ସରକାର ଆସନ୍ତା ବର୍ଷ ଜୁନ ୧ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ଅବଧି...

ଦିଓ୍ବାଲିରେ ୭୨ ହଜାର କୋଟିର କାରବାର

ନୂଆଦିଲ୍ଲୀ: କରୋନାର ପ୍ରଭାବ ସାରା ଦେଶରେ ରହିଥିବା ବେଳେ ଚଳିତ ଏହି ପର୍ବକୁ ଏକ ଭିନ୍ନ ଭାବେ ପାଳନ କରାଯାଇଛି। ଭାରତୀୟ ସାମଗ୍ରୀକୁ ବୃହତ୍ତ ମାତ୍ରାରେ...

ନିରାପତ୍ତା କ୍ଷେତ୍ରରେ ହ୍ୟୁଣ୍ଡାଇର ଉଦ୍ୟମ

ଭୁବନେଶ୍ୱର,୬।୫: ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ କର୍ମଚାରୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ଉଦ୍ୟମ ଜାରି ରହିଛି। କମ୍ପାନୀ ପକ୍ଷରୁ ଏହାର ପ୍ରତି ବିତରଣ କେନ୍ଦ୍ରଗୁଡିକରେ...

Advertisement
Archives

Model This Week