ସଡ଼କ ସୁରକ୍ଷା ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କର

ଭୁବନେଶ୍ୱର,୧୩।୧୨(ଅନିଲ ଦାସ): ରାଜ୍ୟ ବାଣିଜ୍ୟ ଓ ପରିିବହନ ବିଭାଗ ଆନୁକୂଲ୍ୟରେ ମଙ୍ଗଳବାର କିଟ୍‌ଠାରେ ଜାତୀୟ ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ-୨୦୨୩ର ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହୋଇଛି। ଏଥିରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ସମସ୍ତ ସଡ଼କ ସୁରକ୍ଷା ଉଦ୍ୟମ ହେବ ଜନଆନ୍ଦୋଳନ। ଆମେ ଖୁବ୍‌ଶୀଘ୍ର ସମସ୍ତଙ୍କ ପାଇଁ ଆମ ସଡ଼କକୁ ସୁରକ୍ଷିତ କରିବୁ। ଚଳଚ୍ଚିତ୍ର ଭାବପ୍ରବଣ ସୃଷ୍ଟି କରେ। ଆମେ ଯେଉଁ ବିଷୟଗୁଡ଼ିକୁ ଅଣଦେଖା କରୁ ସେସବୁକୁ ଚଳଚ୍ଚିତ୍ର ଆମ ସହ ଯୋଡ଼ିଥାଏ। କ୍ଷୁଦ୍ର ଚଳଚ୍ଚିତ୍ରଗୁଡ଼ିକ ବର୍ତ୍ତମାନ ସମୟରେ ସଡ଼କ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ସମାଧାନ କରିବାରେ ଉପଯୁକ୍ତ ମାଧ୍ୟମ ହୋଇଛି। ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ। ରାଜ୍ୟ ସରକାରଙ୍କ ପାଇଁ ସଡ଼କ ସୁରକ୍ଷା ହେଉଛି ସର୍ବାଧିକ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉତ୍ସବରେ ୨୪୭ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିବାରୁ ଏହା ବାସ୍ତବିକ ଉତ୍ସାହପ୍ରଦ ବୋଲି ସେ କହିଛନ୍ତି। ଓଡ଼ିଆ ଭାଷା ସହିତ ସାନ୍ତାଳି ଓ ସମ୍ବଲପୁରୀ ଭାଷାକୁ ଏହି ଉତ୍ସବରେ ଅନ୍ତର୍ଭୁକ୍ତ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିଛନ୍ତି। ଉତ୍ସବରେ ଓଡ଼ିଶା ବ୍ୟତୀତ ପଞ୍ଜାବ, ମହାରାଷ୍ଟ୍ର, କେରଳ, ଆସାମ, ଦିଲ୍ଲୀ, ମଧ୍ୟପ୍ରଦେଶ ଏବଂ ପଶ୍ଚିମବଙ୍ଗ ଅଂଶଗ୍ରହଣ କରିଛନ୍ତି। ନେପାଳ, ବାଂଲାଦେଶ ଏବଂ କେନିଆ ଭଳି ଦେଶରୁ ମଧ୍ୟ ଛାତ୍ର ସାମିଲ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିଛନ୍ତି। ଏହି ଅବସରରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ରାଜ୍ୟ ସରକାର ଲୋକମାନଙ୍କୁ ସଚେତନ କରିବା ପାଇଁ ସଡ଼କ ସୁରକ୍ଷା ଦିଗରେ ଅନେକ ପଦକ୍ଷେପ ନେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଶ୍ରେଷ୍ଠ ଚଳଚ୍ଚିତ୍ର ସମେତ ବିଭିନ୍ନ ବର୍ଗରେ ଶ୍ରେଷ୍ଠତା ପାଇଁ ପୁରସ୍କୃତ କରାଯାଇଛି।

 

ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର
୧. ବିଶ୍ୱସ୍ତ ସାଥୀ: ନିର୍ଦ୍ଦେଶକ ଅମୃତାଂଶୁ ମହାପାତ୍ର
୨. ହେ ପ୍ରଭୁ: ନିର୍ଦ୍ଦେଶକ ୟୁରେକା ଆପ୍ତା
୩. ସ୍ଲେଟ୍‌: ନିର୍ଦ୍ଦେଶକ ମନ୍ମୟ ଦେ
ଶ୍ରେଷ୍ଠ ଅଣ ଓଡ଼ିଆ ଚଳଚ୍ଚିତ୍ର
୧. ଇଫ୍‌: ନିର୍ଦ୍ଦେଶକ ଶ୍ରୀନାଥ
୨. ହ୍ବାଟ୍‌ ଦ ହେଲ୍‌ମେଟ୍‌: ନିର୍ଦ୍ଦେଶକ ଶୁଭମ କିଶୋର ପାଣ୍ଡବ
୩. ହେଲ୍‌ମେଟ୍‌ ସାଇଲେଣ୍ଟ: ନିର୍ଦ୍ଦେଶକ ବୁଲୁ କୁମାର
ବ୍ୟକ୍ତିଗତ ପୁରସ୍କାର(ଓଡ଼ିଆ)
୧. ସର୍ଟକଟ୍‌: ଶ୍ରେଷ୍ଠ ସିନେମାଟୋଗ୍ରାଫି, ସ୍ମୃତିମୟୀ ସେଠୀ
୨. ଚଏସ୍‌: ଶ୍ରେଷ୍ଠ ସଙ୍ଗୀତ, ଅନାଦି ପୁହାଣ
୩. ନଟ୍‌ ଆଉଟ୍‌: ଶ୍ରେଷ୍ଠ ନିର୍ଦ୍ଦେଶକ, ଆୟୁଷ୍ମାନ୍‌ ବଡ଼ପଣ୍ଡା
୪. ସ୍ମାର୍ଟ ଫାଦର: ଶ୍ରେଷ୍ଠ ଅଭିନୟ, ପପୁ ପମ୍‌ପମ୍‌, ରାଜକିଶୋର ଦୁର୍ଗା, ଚାର୍ଲି
ବ୍ୟକ୍ତିଗତ ପୁରସ୍କାର(ଅଣଓଡ଼ିଆ)
୧. ଇଫ୍‌: ଶ୍ରେଷ୍ଠ ସିନେମାଟୋଗ୍ରାଫର୍‌ ବିବେକ୍‌ ବିଜୟିନୀ
୨. ଆଞ୍ଜଲେ ଅଫ୍‌ ଡିଷ୍ଟୋପିଆ: ଶ୍ରେଷ୍ଠ ସଙ୍ଗୀତ, ସୁଦ୍ଧି ସୁରେଶ
୩. ରୋଡ୍‌ ସେଫ୍ଟି ଲାଇଫ୍‌ ସେଫ୍ଟି: ଶ୍ରେଷ୍ଠ ନିର୍ଦ୍ଦେଶକ, କୁରେଶ ଚନ୍ଦ୍ର ସାହୁ
୪. ଦ ରୋଡ୍‌: ଶ୍ରେଷ୍ଠ ଭିନେତା, ମାନସ ରାଉତ
ସ୍ବତନ୍ତ୍ର ଜୁରି ପୁରସ୍କାର
୧. ୟୋର୍‌ ଲାଇଫ୍‌ ଇଜ୍‌ ନଟ୍‌ ଓନ୍‌ଲି : ଆନିମେଶନ(୨ଡି), ନିର୍ଦ୍ଦେଶକ ଭିଲିପ୍ସା ତ୍ରିପାଠୀ
୨. ହାଥ୍‌ ଧୋରେ ଚାଲୋ: ଆନିମେଶନ(୩ଡି)
୩. ଫିଟ୍‌ନେସ୍‌ ଅଲ୍‌ସୋ ଏସେନ୍ସିଆଲ, ନିର୍ଦ୍ଦେଶକ ସରୋଜ କୁମ୍ଭାର
୪. ଅଭ୍ୟସ୍ତ: ଶ୍ରେଷ୍ଠ ବିଷୟବସ୍ତୁ (ଓଡ଼ିଆ), ନିର୍ଦ୍ଦେଶକ ଦେବାଶିଷ ପ୍ରତିହାରୀ
୫.ସାଇଲେଣ୍ଟ ସ୍ଲମ୍ବର: ଶ୍ରେଷ୍ଠ ବିଷୟବସ୍ତୁ(ଅଣଓଡ଼ିଆ), ନିର୍ଦ୍ଦେଶକ ବ୍ରଜବନ୍ଧୁ ବେହେରା
୬. ଏ ଟ୍ରୁ ଷ୍ଟୋରି: ଡକୁମେଣ୍ଟାରି,
ନିର୍ଦ୍ଦେଶକ ମାନସ ମିଶ୍ର
୭. ଦ ସାଇଲେଣ୍ଟ ଏପିଡେମିକ୍‌: ଡକୁମେଣ୍ଟାରି ଫର୍‌ ଏ କଜ୍‌
୮. ବିଶ୍ୱସ୍ତ ସାଥୀ: ସ୍ବତନ୍ତ୍ର ଜୁରି


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri