ହଳଦୀ ଫେସ୍‌ ପ୍ୟାକ୍‌

ହଳଦୀ ଆମ ସ୍ବାସ୍ଥ୍ୟ ଓ ସ୍କିନ୍‌ ଦୁଇଟି ପାଇଁ ବହୁ ଅଧିକ ଜରୁରୀ। ଏହାକୁ ଖାଇବା ଏବଂ ଫେସ୍‌ପ୍ୟାକ୍‌ ରୂପେ ବ୍ୟବହାର କରିବା ଦ୍ୱାରା ତ୍ୱଚା ସଫା, ଦାଗହୀନ ତ୍ୱଚା ଆପଣ ପାଇ ପାରିବେ। ଏହା ବ୍ୟତୀତ ହଳଦୀ ଫେସ୍‌ପ୍ୟାକ୍‌ ଲଗାଇବା ଦ୍ୱାରା କେତେକ ଫାଇଦା ମଧ୍ୟ ରହିଛି। ଜାଣନ୍ତୁ ଏହାର ଫାଇଦା ବିଷୟରେ…

ଷ୍ଟ୍ରେଚ୍‌ ମାର୍କ: ଷ୍ଟ୍ରେଚ୍‌ ମାର୍କ ଦୂର କରିବାକୁ ହେଲେ ହଳଦୀ ଔଷଧ ପରି କାମ କରିଥାଏ। ଏହି ଦାଗ ଦୂର କରିବାକୁ ହେଲେ ହଳଦୀ, କେସର ସହିତ ଲେମ୍ବୁ ପକାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଷ୍ଟ୍ରେଚ୍‌ ମାର୍କ ହୋଇଥିବା ସ୍ଥାନରେ ୨୦ମିନିଟ୍‌ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ। ଏହା ଶୁଖିଗଲା ପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ। କିଛି ଦିନ ପର୍ଯ୍ୟନ୍ତ ଏପରି କରିବା ଦ୍ୱାରା ଷ୍ଟ୍ରେଚ୍‌ ମାର୍କ ଦାଗ ଦୂରହୋଇଯିବ।
ବ୍ରଣ ସମସ୍ୟା: ମୁଖ ବ୍ରଣ ସମସ୍ୟା ଥିଲେ ଏଥିପାଇଁ ଚନ୍ଦନ, ହଳଦୀ, କ୍ଷୀର ଫେସ୍‌ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହି ପ୍ୟାକ୍‌କୁ ମୁହଁ, ବେକରେ ଲଗାନ୍ତୁ। ୧୫-୨୦ମିନିଟ୍‌ ପରେ ପ୍ୟାକ୍‌କୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ୨-୩ ଦିନ ପର୍ଯ୍ୟନ୍ତ ଏପରି କଲେ ମୁଖବ୍ରଣ ମୂଳରୁ ସଫା ହୋଇଯିବ। ଫଳରେ କୌଣସି ଦାଗ ବି ରହିବନାହିଁ।
ଦୂରିହେବ ରିଙ୍କଲ୍ସ: ବୟସ ବଢ଼ିଲେ ରିଙ୍କଲ୍ସ ଦେଖାଯିବା ଏକ ସାଧାରଣ କଥା। ବେଳେବେଳେ ଦେଖାଯାଏ ଯଦି ଖାଦ୍ୟପେୟରେ ଅନିୟମିତତା ଦେଖାଯାଏ ତେବେ ଏହା ରିଙ୍କଲ୍ସର କାରଣ ମଧ୍ୟ ହୋଇପାରେ। ଏଥିରୁ ରକ୍ଷା ପାଇବାକୁ ହେଲେ ମହୁ ସହିତ ହଳଦୀ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟ ପ୍ରସ୍ତୁତ କରିବାକୁ ହେଲେ ୩ ଚାମଚ ହଳଦୀ ସହିତ ୧ ଚାମଚ ମହୁ ମିଶାନ୍ତୁ। ରିଙ୍କଲ୍ସରୁ ରକ୍ଷାପାଇବାକୁ ହେଲେ ଏଥିରେ ଅଳ୍ପ ପରିମାଣରେ ଲେମ୍ବୁ ରସ ମିଶାନ୍ତୁ। ଏବେ ଏହି ପେଷ୍ଟକୁ ମୁହଁ ଓ ବେକରେ ଲଗାନ୍ତୁ। ଏବେ ଏହାକୁ ୧୫-୨୦ମିନିଟ୍‌ ପର୍ଯ୍ୟନ୍ତ ଲଗାଇ ରଖିବା ପରେ ଏହାକୁ ନଖ ଉଷୁମ ପାଣିରେ ଭଲଭାବେ ଧୋଇ ଦିଅନ୍ତୁ।
ଦାଗ ଦୂରହେବ: ହଳଦୀ ଶରୀରରେ ଲଗାଇବା ଦ୍ୱାରା ଦାଗ ଦୂର ହୋଇଥାଏ। ଏଥିସହିତ ହଳଦୀ ଫେସ୍‌ପ୍ୟାକ୍‌ ପ୍ରତିଦିନ ମୁହଁରେ ଲଗାଇବା ଦ୍ୱାରା ତ୍ୱଚା ସଫା ଦେଖାଯାଏ ଏବଂ ଦାଗ ଦୂର ହୋଇଥାଏ। ଏଥିପାଇଁ ଆପଣ ଅଳ୍ପ ହଳଦୀ ସହିତ ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଅନ୍ତତଃ ସପ୍ତାହରେ ୨ଥର ଳଗାଇଲେ ଦେଖିବେ ଆପଣଙ୍କ ତ୍ୱଚାରେ କୌଣସି ଦାଗ ରହିବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri