ସୁଡ଼ଙ୍ଗ ଉଦ୍ଧାର ଅଭିଯାନରେ ଟେକ୍ନୋଲୋଜିର ପ୍ରୟୋଗ

ଏଣ୍ଡୋସ୍କୋପିକ କ୍ୟାମେରା ଜରିଆରେ ଛବି ଉତ୍ତୋଳନ : ସୁଡ଼ଙ୍ଗ ମଧ୍ୟରେ ଫସି ରହିଥିବା ଶ୍ରମିକମାନଙ୍କ ଛବି ଦୀର୍ଘ ୧୦ ଦିନ ପରେ ନଭେମ୍ବର ୨୧ ତାରିଖ ଦିନ ସାରା ଦୁନିଆ ପ୍ରଥମକରି ଏକ ଏଣ୍ଡୋସ୍କୋପିକ ବ୍ୟବସ୍ଥା ଜରିଆରେ ଦେଖିଥିଲା I ଏହି ବ୍ୟବସ୍ଥା ପ୍ରୟୋଗ କରି ସଧାରଣତଃ ଜଣେ ଡାକ୍ତର ରୋଗୀ ଶରୀର ମଧ୍ୟରେ ଏକ ନରମ ନଳୀ ପୂରାଇ ଆଭ୍ୟନ୍ତରୀଣ ଅଙ୍ଗପ୍ରତ୍ୟଙ୍ଗକୁ ଦେଖି ଯାଞ୍ଚ କରିଥାନ୍ତି I ନଳୀର ଅଗ୍ରଭାଗରେ ଏକ କ୍ୟାମେରା ଖଞ୍ଜାଯାଇଥାଏ, ଯାହା ସମ୍ମୁଖସ୍ଥ ବସ୍ତୁର ଫଟୋ ଗ୍ରହଣ କରି ଆଲୋକରଶ୍ମିକୁ ନଳୀ ଦେଇ ଡାକ୍ତରଙ୍କ ନିକଟକୁ ପ୍ରେରଣ କରେ। ନଳୀ ମଧ୍ୟରେ ଆଲୋକରଶ୍ମିର ସମ୍ପୂର୍ଣ୍ଣ ପ୍ରତିଫଳନ ଧର୍ମ ହେତୁ ନଳୀଟି ଆକୃତିରେ ବଙ୍କାଟଙ୍କା ହୋଇଥିଲେ ସୁଦ୍ଧା ଆଲୋକରଶ୍ମି ସର୍ବଦା ନଳୀ ମଧ୍ୟରେ ଗତିକରି ଡାକ୍ତରଙ୍କ ନିକଟରେ ପହଞ୍ଚିବାକୁ ସକ୍ଷମ ହୁଏ ଏବଂ ଡାକ୍ତର ପଦାରେ ଥାଇ ରୋଗୀ ଶରୀରର ଆଭ୍ୟନ୍ତରୀଣ ଅଙ୍ଗପ୍ରତ୍ୟଙ୍ଗ ସ୍ପଷ୍ଟ ଦେଖିପାରନ୍ତି I ଏହି ନଳୀ ଅଗ୍ରଭାଗରେ ଏକ ଏଲ୍‌ଇଡି ବତି ସଂଲଗ୍ନ ଥାଏ; ଫଳରେ ଏହି ଉପକରଣ ଜରିଆରେ ଅନ୍ଧାରରେ ମଧ୍ୟ ଫଟୋ ଗ୍ରହଣ କରିହୁଏ। ଉତ୍ତରକାଶୀଠାରେ ଏହିପରି ଏକ ଏଣ୍ଡୋସ୍କୋପିକ ନଳୀକୁ ଖାଦ୍ୟପଦାର୍ଥ ପଠାଯିବା ପାଇଁ ଉଦ୍ଦିଷ୍ଟ ୬ ଇଞ୍ଚ ବ୍ୟାସର ପାଇପ ମଧ୍ୟରେ ପୂରାଯାଇ ଅଟକି ଥିବା ଶ୍ରମିକମାନଙ୍କର ଫଟୋ ଦେଖି ହେଉଥିଲା I
ରୋବଟର ସର୍ବେକ୍ଷଣ : ଏହି ଉଦ୍ଧାର ଅଭିଯାନରେ ରାଷ୍ଟ୍ରୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (ଡି.ଆର୍‌.ଡି.ଓ.)ଙ୍କ ତରଫରୁ ଦୁଇଟି ରୋବଟକୁ ମଧ୍ୟ ଖୋଳା ଯାଉଥିବା ୮୦୦ ମି.ମି. ପାଇପ ମଧ୍ୟରେ କାର୍ଯ୍ୟରେ ଲଗା ଯାଇଥିଲା। ମନୁଷ୍ୟର ପହଞ୍ଚ ବାହାରେ ଥିବା ବିପଦସଙ୍କୁଳ ସ୍ଥାନରେ ପ୍ରବେଶ କରି ଆବଶ୍ୟକ କାର୍ଯ୍ୟ ସମ୍ପାଦନ କରିବା କୌଣସି ରୋବଟ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ I ଏହି ଦୁଇଟି ରୋବଟ ପାଇପ ମଧ୍ୟରେ ପ୍ରବେଶ କରି ନିଜର ସେନ୍‌ସର୍‌ ଓ କ୍ୟାମେରା ଜରିଆରେ ସୁଡ଼ଙ୍ଗ ମଧ୍ୟସ୍ଥ ଭୂମିରୂପର ସୂଚନା ପ୍ରଦାନ ତଥା ଖୋଳାଯିବା ସ୍ଥାନର ଚୟନ ଇତ୍ୟାଦି ସମ୍ପର୍କୀୟ ସମସ୍ତ ତଥ୍ୟ ଓ ଫଟୋଚିତ୍ର ସଂଗ୍ରହ ପୂର୍ବକ ବାହାରେ ଥିବା ବିଶେଷଜ୍ଞମାନଙ୍କ ନିକଟକୁ ନିୟମିତ ପ୍ରେରଣ କରୁଥିଲେ। ଫଳରେ ଉଦ୍ଧାରକାରୀ ଦଳକୁ ନିଜର ଆଗାମୀ କର୍ମପନ୍ଥା ନିରୂପଣ କରିବା ବେଶ୍‌ ସହଜସାଧ୍ୟ ହେଉଥିଲା I
ଡ୍ରୋନର ଉଡ୍ଡାଣ : ଖୋଳା ଯାଉଥିବା ସୁଡ଼ଙ୍ଗ ମଧ୍ୟରେ ଘଟୁଥିବା କାର୍ଯ୍ୟକଳାପ ଉପରେ ନିରନ୍ତର ନଜର ରଖିବା ପାଇଁ ବେଙ୍ଗାଲୁରୁସ୍ଥିତ ସ୍କ୍ବାର୍ଡନ ଇନଫ୍ରା ମାଇନିଙ୍ଗ ପ୍ରାଇଭେଟ ଲିମିଟେଡ କମ୍ପାନୀଙ୍କ ତରଫରୁ ଏକ ଡ୍ରୋନର ପ୍ରୟୋଗ କରାଯାଇଥଲା I ଏହି ଡ୍ରୋନ ଖୋଳାଯାଉଥିବା ପାଇପ ମଧ୍ୟରେ ଉଡି ଉଡି ନିଜର ସେନସର୍‌ ଓ କ୍ୟାମେରା ଜରିଆରେ ପାଇପ ତଥା ମାଟି ଭିତରର ପରିସ୍ଥିତି ସମ୍ପର୍କରେ ବିଶେଷଜ୍ଞମାନଙ୍କୁ ଅବଗତ କରାଉଥିଲା I ଫଳରେ ଉଦ୍ଧାରକାରୀ ଦଳକୁ ନିଜର ଆଗାମୀ କର୍ମପନ୍ଥା ନିରୂପଣ କରିବା ସହଜସାଧ୍ୟ ହୋଇଥିଲା I ସାରା ଉଦ୍ଧାର କାର୍ଯ୍ୟରେ ଟେକ୍‌ନୋଲୋଜିର ଭରପୂର ପ୍ରୟୋଗ ହୋଇଥିଲେ ସୁଦ୍ଧା ଶେଷ ଚଉଦ, ପନ୍ଦର ମିଟର ଗର୍ତ୍ତ ମୂଷା ଗାତିଆମାନେ (Rat Miners) ହାତରେ ପାରମ୍ପରିକ ଉପକରଣ ଦ୍ୱାରା ଖୋଳି ଦୁର୍ଗତ ଶ୍ରମିକମାନଙ୍କ ପାଖରେ ପହଞ୍ଚି ଥିବାରୁ ଏ ମହା ଅଭିଯାନରେ ସେମାନଙ୍କ ଭୂମିକାକୁ ମଧ୍ୟ ଅସ୍ବୀକାର କରାଯାଇ ନ ପାରେ I

(ଶେଷ ଭାଗ)
-ନିକୁଞ୍ଜ ବିହାରୀ ସାହୁ,
ଏଜୁକେଶନ ଅଫିସର୍‌, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ପହଞ୍ଚୁ ପହଞ୍ଚୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ଦିନିକିଆ ସିରିଜରୁ ବାଦ୍‌ ପଡ଼ିବେ ଏହି ଷ୍ଟାର ଖେଳାଳି!

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଏବେ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ପୁଣି ମିଳିବନି ସୁଯୋଗ? ଡେବ୍ୟୁକୁ ନେଇ ଏ କ’ଣ କହିଦେଲେ ଅଧିନାୟକ

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଭାରତୀୟ ଦଳର ବ୍ୟାଟିଂ ଲାଇନ୍-ଅପ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଚମତ୍କାର…

ବରଗଡ଼ ଆସିବେ ଅମିତ୍ ଶାହା: ୨ଜି ଇଥାନଲ ପ୍ଲାଣ୍ଟର କରିବେ ଉଦଘାଟନ, ଗସ୍ତ ପୂର୍ବରୁ ପ୍ରଶାସନ ତତ୍ପର

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ)- ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆସନ୍ତା ଜୁଲାଇ ମାସ ୪ତାରିଖ ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଆସି ସେ ଭଟଲି…

ଥୁଆମୂଳ ରାମପୁରରେ ଦୁର୍ଘଟଣା: ଗୁରୁତରଙ୍କୁ ମିଳିଲାନି ଆମ୍ବୁଲାନ୍ସ, ବେସରକାରୀ ଗାଡ଼ିରେ ମେଡିକାଲ ସ୍ଥାନାନ୍ତର, ବଢ଼ିଲା ଅସନ୍ତୋଷ

ଥୁଆମୂଳ ରାମପୁର, ୩୦।୬ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ସଦର ସ୍ଥିତ ତାଳବନ୍ଧ ପଡ଼ା ଓ କାଲି ମନ୍ଦିର ପଡ଼ା ମଝିରେ ଥିବା ଦୁଇଟି ବନ୍ଧ…

ବିଶ୍ୱକପ୍‌ରୁ ବିଦାୟ ନେବା ପରେ ମୁହିଁ ଖୋଲିଲେ ଅଧିନାୟକ, କହିଲେ…

ଫକ୍ସବରୋ,୩୦ା୬: କ୍ରମାଗତ ତୃତୀୟଥର ପାଇଁ ଜର୍ମାନୀ ବିଶ୍ୱକପ୍‌ର ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେଇଛି। ଏଥର ଦଳ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ପାରାଗୁଏଠାରୁ ଲଜ୍ଜାଜନକ ପରାଜୟ ବରଣ କରିଛନ୍ତି। ଦକ୍ଷିଣ…

ଅଧ୍ୟକ୍ଷା ସ୍ମିତାରାଣୀଙ୍କ ଅବସର ପରେ ସୁଶାନ୍ତ ନେଲେ ଅଧ୍ୟକ୍ଷ ଦାୟିତ୍ୱ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସ୍ମିତାରାଣୀ ପଣ୍ଡା ମଙ୍ଗଳବାର ଚାକିରିରୁ ଅବସର ନେଇଛନ୍ତି। ଏହି ଅବସରରେ ନୂତନ ଭାରପ୍ରାପ୍ତ…

ପ୍ରାଇଭେଟ୍ କମ୍ପାନୀରେ କେବେ ସୁଦ୍ଧା ମିଳିବା ଦରକାର ଦରମା? ଜାଣନ୍ତୁ କଣ କହୁଛି ସରକାରୀ ନିୟମ

ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର କାମ କରିଥାନ୍ତି। କେହି ନିଜର ବ୍ୟବସାୟ କରନ୍ତି ତ କେହି ଚାକିରି କରନ୍ତି, ଯେଉଁଥିରେ ସରକାରୀ…

ବରଗଡ଼ କେନାଲରେ ଆସିବ ପାଣି, ଏହି ମୁହୂର୍ତ୍ତରେ ଖୋଲିବ ଗେଟ…

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲକୁ ଆସନ୍ତା ଜୁଲାଇ ମାସ ୨ତାରିଖ ସକାଳ ୯ଟାରୁ ପାଣି ଛଡାଯିବ । ଏହାକୁ ଦୃଷ୍ଟିରେ ରଖି ଏହି କେନାଲ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri