ତୁମୁଡିବନ୍ଧରେ ସଚେତନ ରଥ ବିକାଶ ବାହାନ

ତୁମୁଡିବନ୍ଧ,୧୨।୬,(ଦିପକ କୁମାର ପରାସେଠ): ମୋହନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ଜନହିତ କାର୍ଯ୍ୟ କରାଯାଇଛି ସେହି କାର୍ଯ୍ୟ ଗୁଡିକକୁ ସହରଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ପହଞ୍ଚି ଲୋକଙ୍କୁ ସଚେତନ କରିବା ମୂଳ ଲକ୍ଷ ଅଟେ। ସେହି ପରି କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ପ୍ରଶାସନ ପକ୍ଷରୁ ଗୁରୁବାର ପୂର୍ବାହ୍ନ ୯ଘଣ୍ଟା ସମୟରେ ବ୍ଳକ କାର୍ଯ୍ୟାଳୟଠାରେ ସଚେତନ ରଥ ବିକାଶ ବାହାନକୁ ବ୍ଳକ ଅଧ୍ୟକ୍ଷା ବାସନ୍ତି ମାଝି ପୂଜାର୍ଚ୍ଚନା କରି ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।ଏହି କାର୍ଯ୍ୟକ୍ରମଟିକୁ ତୁମୁଡିବନ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବନବିହାରି ହରପାଲ ପରିଚାଳନା କରିଥିଲେ। ସେହିପରି ତୁମୁଡିବନ୍ଧ ବ୍ଲକର ସହକାରୀ ଯନ୍ତ୍ରୀ କେଦାରନାଥ ଚୌଧୁରୀ, କନିଷ୍ଠ ଯନ୍ତ୍ରୀ ପ୍ରଣୟ କୁମାର ମିଶ୍ର,ବି ପି ଏମ ଅକ୍ଷୟ କୁମାର ପ୍ରଧାନ, ଜି ପି ଓ ବିଘ୍ନେଶ୍ୱର ଦିଗଳ, ବି ଏସ ଏସ ଓ ସୌମ୍ୟ ରଞ୍ଜନ ସାହୁ, ବି ଏଲ ସି ବାଦଲ କୁମାର ପ୍ରଧାନ, ସଞ୍ଜୟ କୁମାର ପାତ୍ର,ସମସ୍ତ ଏମ ବି କେ ଓ ସି ଆର ପି ସି ଏମ ଓ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ। ଏହି ସଚେତନ ରଥ ବିକାଶ ବାହାନ ତୁମୁଡିବନ୍ଧ ବ୍ଲକର ୧୧ ଗୋଟି ପଞ୍ଚାୟତକୁ ଯାଇ ଚଳିତ ମାସ ୨୧ତାରିଖ ପର୍ଯ୍ୟନ୍ତ ବୁଲି ବୁଲି ସଚେତନ କରିବ। ଉଦଘାଟନ ପରେ କାର୍ଯ୍ୟ ସୂଚୀ ଅନୁସାରେ ଗୁରୁବାର ମୁଣ୍ଡିଗ ପଞ୍ଚାୟତକୁ ଗସ୍ତ କରି କାର୍ଯ୍ୟାଳୟ ପରିସରରେ ଏକ ସଚେତନତା କାର୍ଯ୍ୟ କରାଯାଇଛି। ସେହ କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବନାଞ୍ଚଳ ଦ୍ୱାରା ବାଲିଗୁଡା ଡି ଏଫ ଓ ବିଶ୍ୱ ରଞ୍ଜନ ପଣ୍ଡା ଓ ବି ଡି ଓ ବନ ବିହାରୀ ହରପାଲଙ୍କ ଦ୍ୱାରା ୩୫୦ ଚାରା ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମରେ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ନିଜ ନିଜ ବିଭାଗ ଯୋଜନା ଉପରେ ସଚେତନ କରିବା ହେଲା ମୂଳ ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମରେ ବ୍ଳକ କାର୍ଯ୍ୟାଳୟ ତରଫରୁ ମନରେଗାର ଜବ କାର୍ଡ ଅନ୍ତୋଦ୍ୱୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ,ଭତ୍ତା ବଣ୍ଟନ, ତୁମୁଡିବନ୍ଧ ଗୋଷ୍ଠୀ ଜନ ସାସ୍ଥ୍ୟ ବିଭାଗ ପକ୍ଷରୁ ବୟୋବନ୍ଦନା ହେଲଥ କାର୍ଡ ,ତହସିଲ କାର୍ଯ୍ୟାଳୟ ପକ୍ଷରୁ ଏଫ ଆର ଏ ରେ ପଟ୍ଟା ବଣ୍ଟନ ମଧ୍ୟ କରାଯାଇଛି ବୋଲି ତୁମୁଡିବନ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହରପାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri