କର୍ଲାମୁଣ୍ଡା,୭ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଅଇଁଲାପାଲି ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ମ.ରାମପୁର ବ୍ଲକ ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ବ୍ଲକ ସ୍ତରୀୟ ନିର୍ବାଚନ ବୈଠକ ସୋମବାର ଅନୁଷ୍ଠିତ ହୋଇଥିଲା। ଏଥିରେ କଳାହାଣ୍ଡି ଜିଲାର ସଭାପତି ନୀଳମଣି ସାହୁଙ୍କ ସଭାପତତତ୍ୱରେ ବ୍ଲକ କମିଟି ଗଠନ କରାଯାଇଥିଲା। ଏଥିରେ ବ୍ଲକ ସଭାପତି ଭାବେ ତୁମେଶ୍ୱର ସାହୁ,ସାଧାରଣ ସମ୍ପାଦକ ମୁରଲୀଧର ସାହୁ, ଉପସଭାପତି ନରସିଂହ ସାହୁ, ସହ ସମ୍ପାଦକ କ୍ଷୀର ସାହୁ ଓ ଈଶ୍ୱର ସାହୁ, କୋଷାଧ୍ୟକ୍ଷ ଟିକେଶ୍ୱର ସାହୁ ପ୍ରମୁଖ ଚୟନ ହୋଇଥିଲେ। ସଭାରେ ଜିଲା ସମ୍ପାଦକ ନବୀନ କିଶୋର ସାହୁ ଙ୍କ ସମେତ ଜିଲା କମିଟି, ବ୍ଲକ୍ କମିଟି, ମଣ୍ଡଳ କମିଟି, ଗାଁ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।