କଲ୍ୟାଣ ମଣ୍ଡପ ନିର୍ମାଣର ଟେଣ୍ଡର ଫିକ୍ସିଂ ଅଭିଯୋଗର ତଦନ୍ତ କରିବେ ଉପଜିଲାପାଳ

କେସିଙ୍ଗା,୨।୬(ଡିଏନଏ): କଳାହାଣ୍ଡି ଜିଲା କେସିଙ୍ଗା ଏନ.ଏ.ସିର ୱାର୍ଡ ନମ୍ବର ୨ରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଗତ ଦୁଇମାସରେ ଶେଷ ହୋଇଥିଲା। ଏହି ଟେଣ୍ଡର ପ୍ରକ୍ରିୟାକୁ ବିରୋଧ କରି ଏନ.ଏ.ସିର ଦୁଇ ଜଣ କାଉନସିଲର ରୋହିତ ଜୈନ ଓ ଧରଣୀଧର ନାଏକ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ଉପଜିଲାପାଳ କେସିଙ୍ଗା ଗସ୍ତ କରିବେ। ସେଠାରେ ସେ ଟେଣ୍ଡର ପ୍ରକ୍ରିୟାକୁ ତନଖି କରିବେ। ସେହି ସମୟରେ ପରିଷଦ ବର୍ଗର ଅଧ୍ୟକ୍ଷ, ନିର୍ବାହୀ ଅଧିକାରିଣୀ, ଉପାଧ୍ୟକ୍ଷା, ସମସ୍ତ କାଉନସିଲରଙ୍କୁ ଶନିବାର ସକାଳ ସାଢେ ଦଶ ଘଣ୍ଟା ସମୟରେ ଉପସ୍ଥିତ ରହିବା ନେଇ ଉପଜିଲାପାଳ କାର୍ଯ୍ୟାଳୟରୁ ଚିଠି ନମ୍ବର ୪୬୫୨/୩୧.୫ ୨୩ ଅନୁସାରେ ନୋଟିସ ଜାରି ହୋଇଛି।
ଏ ନେଇ ଅଧ୍ୟକ୍ଷ ନୃପରାଜ ଯାଦବଙ୍କୁ ପଚାରିବାରୁ ସେ ଉପଜିଲାପାଳଙ୍କୁ ସ୍ବାଗତ କରୁଛନ୍ତି ବୋଲି କହିଛନ୍ତି। ଗତ ଦୁଇ ମାସ ତଳର ଟେଣ୍ଡର ପ୍ରକ୍ରିୟାକୁ ସେ ତଦନ୍ତ କରନ୍ତୁ। ଟେଣ୍ଡର କମିଟିର ୫ଜଣିଆ ସଦସ୍ୟଙ୍କ ଉପସ୍ଥିତରେ ଟେଣ୍ଡର କାର୍ଯ୍ୟ ଠିକ୍‌ ଠାକ୍‌ ହୋଇଛି କି ନାହିଁ ତାହାକୁ ତଦନ୍ତ କରନ୍ତୁ।