କଟକର ଗରିମା ତୁଳସୀପୁର

କଟକ ଅଫିସ,୨୫ା୮: ପ୍ରାଚୀନ କଟକ ସହରର ପ୍ରମୁଖ ପରିଚିତି ପୂର୍ବାଞ୍ଚଳର ତୁଳସୀପୁର। ସାମାଜିକ, ଅର୍ଥନୈତିକ, ନ୍ୟାୟିକ, ଆଧ୍ୟାତ୍ମିକ, ରାଜନୈତିକ, ସାଂସ୍କୃତିକ, ଶୈକ୍ଷିକ ଆଦି ବିଭିନ୍ନ ଦିଗକୁ ଅବଲୋକନ କଲେ କଟକର ଗାରିମାକୁ ରାଜ୍ୟ, ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଉଜ୍ଜ୍ୱଳ କରିଛି ଏହି ତୁଳସୀପୁର। ମହାନଦୀକୁ ଲାଗି ଏହାର ଅବସ୍ଥିତି ଏକ ସବୁଜିମାଭରା ଶାନ୍ତ, ସୁନ୍ଦର ପରିବେଶ ସୃଷ୍ଟି କରିଛି। ଏଥିସହ କଟକର ନାନା ସମ୍ପ୍ରଦାୟ ମଧ୍ୟରେ ରହିଥିବା ଭାଇଚାରା ଏଠାରେ ବେଶ୍‌ ସୁସ୍ପଷ୍ଟ। ବିଚାରପତି, ରାଜନେତା, କଳାକାର, ସାହିତି୍ୟକ, ଶିକ୍ଷାବିତ୍‌, ଆଇନ୍‌ଜୀବୀ, ବ୍ୟବସାୟୀ, ସାମ୍ବାଦିକ ଆଦି ବିଭିନ୍ନ ବର୍ଗର ଲୋକଙ୍କ ସହାବସ୍ଥାନ ତୁଳସୀପୁରକୁ ଦେଇଛି ଅନନ୍ୟ ପରିଚୟ। ସେହିପରି ଏଠାରେ ଅବସ୍ଥିତ ପ୍ରବାଦପୁରୁଷ ବିଜୁବାବୁଙ୍କ ଜନ୍ମସ୍ଥାନ ଆନନ୍ଦଭବନ, ମଧୁବାବୁଙ୍କ ସମାଧିପୀଠ ଗୋରାକବର, ସାରସ୍ବତ ପୀଠ ସାରଳା ଭବନ, ହରିଣପାର୍କ ଆଦି ଆକର୍ଷଣର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଛି। ସମୟକ୍ରମେ ତୁଳସୀପୁରର ଭୌଗୋଳିକ ଅବସ୍ଥାରେ ସେତେଟା ପରିବର୍ତ୍ତନ ହୋଇ ନ ଥିଲେ ସୁଦ୍ଧା ବହୁ ଘରଦ୍ୱାର, ବ୍ୟବସାୟିକ ପ୍ରତିଷ୍ଠାନ ଗଢ଼ି ଉଠିଛି। ଏପରି କି ଜନବସତି ବଢ଼ିବାରେ ମଧ୍ୟ ଲାଗିଛି। ଲୋକଙ୍କୁ ଉନ୍ନତମାନର ରାସ୍ତାଘାଟ, ଡ୍ରେନ୍‌ ଏବଂ ପାନୀୟ ଜଳ ଯୋଗାଇଦେବା ଉପରେ ପୌର ପ୍ରଶାସନ ଉପରେ ଗୁରୁତ୍ୱ ଦିଆଯାଉଛି। ଏହା ସତ୍ତ୍ୱେ ଆହୁରି ସୁୁବିଧାର ଆବଶ୍ୟକ ରହିଥିବା ଅଞ୍ଚଳବାସୀ ମତ ଦେଇଛନ୍ତି।

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ୧୯୧୬ ମାର୍ଚ୍ଚ ୫ରେ ତୁଳସୀପୁରରେ ଜନ୍ମଲାଭ କରିଥିଲେ। ବିଜୁବାବୁଙ୍କ ପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ପରିବାର ପକ୍ଷରୁ ଆନନ୍ଦଭବନକୁ ସରକାରଙ୍କ ହାତକୁ ଟେକି ଦିଆଯିବା ପରେ ଏହା ନୂତନ ରୂପ ପାଇ ଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ର ଭାବରେ ପରିଚିତି ଲାଭ କରିଛି। ୨୦୧୮ ମାର୍ଚ୍ଚ ୧୭ରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାକୁ ଲୋକାର୍ପଣ କରିଥିଲେ। ଏଠାରେ ବିଜୁବାବୁଙ୍କ ପାରିବାରିକ, ରାଜନୈତିକ ଜୀବନ ସମ୍ପର୍କିତ ଫଟୋଚିତ୍ର, ବ୍ୟବହାର କରୁଥିବା ପୋଷାକ, ଆସବାବପତ୍ର, ଜନ୍ମ କୁଣ୍ଡଳୀ, ହସ୍ତାକ୍ଷର ଆଦିକୁ ୬ଟି ଗ୍ୟାଲେରିରେ ଆକର୍ଷଣୀୟ ଢଙ୍ଗରେ ପ୍ରଦର୍ଶିତ କରାଯାଇଛି। ଏକ ରାଜନୈତିକ ପୃଷ୍ଠଭୂମିର ଫଟୋଚିତ୍ରଟିଏ ଯେଉଁଥିରେ ବିଜୁବାବୁଙ୍କ ସହ ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଅଛନ୍ତି, ତାହା ଝଡ଼ର ଇଗଲ ଓ ମାଟିର ନନ୍ଦିନୀ ଲେଖାର ସାର୍ଥକତାକୁ ପର୍ଯ୍ୟଟକଙ୍କ ଆଗରେ ପ୍ରତିପାଦିତ କରୁଛି।

ସ୍ଥାନୀୟ ଅଧିବାସୀଙ୍କ ଉଦ୍ୟମରେ ପ୍ରଥମ ପାଠାଗାର ଭାବେ ୧୯୮୩ରେ ସ୍ଥାପିତ ହୋଇଥିଲା ମଧୁସୂଦନ ପାଠାଗାର। ମଧୁସୂଦନ ନଗର ଉନ୍ନୟନ ସମିତି ଦ୍ୱାରା ପାଠାଗାର ପରିଚାଳିତ। ପ୍ରାୟ ୪୦ ଜଣ ବସି ପଢ଼ି ପାରିବାର ବ୍ୟବସ୍ଥା ଏଠାରେ ରହିଛି।

ଓଡ଼ିଆ ଜାତିର ଅସ୍ମିତା ମଧୁ ବାରିଷ୍ଟରଙ୍କ ସମାଧିପୀଠ ଗୋରାକବର ଅନ୍ୟତମ ଆକର୍ଷଣ ତୁଳସୀପୁରର। ରାଜ୍ୟ ସରକାର ଏହି ପୀଠକୁ ସ୍ବତନ୍ତ୍ର ଭାବେ ଦୃଷ୍ଟି ଦେଇଆସିଥିଲେ ବି ସାଧାରଣ ଶ୍ମଶାନଠାରୁ ଏହି ପୀଠକୁ ଅଲଗା କରି ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାକୁ ଦାବି ହୋଇଆସୁଛି। ମଧୁବାବୁଙ୍କୁ ଜୟନ୍ତୀ ଓ ଶ୍ରାଦ୍ଧରେ ପୁଷ୍ପାମାଲ୍ୟ ଓ ଶ୍ରଦ୍ଧାସୁମନ ଦେବାକୁ ସରକାରୀ ଓ ବେସରକାରୀ ଭାବେ ଏଠାରେ ବେଶ୍‌ ଭିଡ଼ ଜମିଥାଏ।

ଟିଭି ସେଣ୍ଟର ରୋଡ୍‌ ନାମରେ ପରିଚିତ ଏହି ଅଞ୍ଚଳର ପରିଚିତି ଦୂରଦର୍ଶନ କେନ୍ଦ୍ରକୁ ନେଇ। ଓଡ଼ିଶାରେ ପ୍ରଥମ କରି ୧୯୭୩ ରେ ଏଠାରେ ଆରମ୍ଭ ହୋଇଥିଲା ଦୂରଦର୍ଶନ ପ୍ରସାରଣ। ହେଲେ ପରବର୍ତ୍ତୀ ସମୟରେ ଭୁବନେଶ୍ୱରକୁ ଦୂରଦର୍ଶନ କେନ୍ଦ୍ର ଉଠିଯିବା ପରେ କେବଳ ସଞ୍ଚାରଣ କାର୍ଯ୍ୟ ଏଠାରୁ ହେଉଛି।

ମଠସାହିରେ ଅବସ୍ଥିତ ପ୍ରାୟ ୮୦ ବର୍ଷର ପୁରୁଣା ଏହି ମନ୍ଦିର। ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଏଠାରେ ପୂଜା ପାଆନ୍ତି। ବର୍ଷତମାମ ଠାକୁରଙ୍କ ବିଭିନ୍ନ ବେଶ ଓ ନୀତିକାନ୍ତି ସାଙ୍ଗକୁ ରଥଯାତ୍ରା, ସ୍ନାନପୂର୍ଣ୍ଣିମା, ଝୁଲଣ ଯାତ୍ରା, ଜନ୍ମାଷ୍ଟମୀ, ବିମଳାଙ୍କ ଷୋଳପୂଜା, କାର୍ତ୍ତିକ ମହୋତ୍ସବ, ଅଷ୍ଟପ୍ରହର ନାମଯଜ୍ଞ ମହାାସମାରୋହରେ ପାଳିତ ହେଉଥିବା ଓ ଭାଇଚାରାର ନିଦର୍ଶନ ସ୍ବରୂପ ଅନ୍ୟ ଧର୍ମାବଲମ୍ବୀମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଏ ବୋଲି ମନ୍ଦିର କମିଟି ଆବାହକ ପ୍ରଫୁଲ୍ଲ କୁମାର ବେହେରା କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri