Posted inଜାତୀୟ

‘ଟୁକ୍‌ଡେ-ଟୁକ୍‌ଡେ ଗ୍ୟାଙ୍ଗ୍‌ ଲିଡର କଂଗ୍ରେସ’

ନୂଆଦିଲ୍ଲୀ,୮ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପାର୍ଲାମେଣ୍ଟରେ କଂଗ୍ରେସ ଦଳକୁ କଡ଼ା ସମାଲୋଚନା କରିଛନ୍ତି। ବ୍ରିଟିଶ ଶାସକ ଚାଲିଯାଇଛନ୍ତି ହେଲେ ସେମାନଙ୍କ ‘ବିଭାଜନ ଓ ଶାସନ’ ନୀତି ଏହି ଦଳର ଚରିତ୍ରରେ ପରିଣତ ହୋଇଛି। କଂଗ୍ରେସ ‘ଟୁକ୍‌ଡେ-ଟୁକ୍‌ଡେ ଗ୍ୟାଙ୍ଗ’ର ନେତା ପାଲଟିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ଲୋକ ସଭାରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗନେଇ ପ୍ରଧାନମନ୍ତ୍ରୀ କହିଥିଲେ, ବାରମ୍ବାର ହାରିବା ସତ୍ତ୍ୱେ ଏହି ସର୍ବପୁରାତନ ଦଳ ନିଜର ଅହଂକାର ଛାଡ଼ିପାରି ନାହିଁ। ଏହି ଦଳ କରିଥିବା କୁକର୍ମ ଲାଗି ଆଗାମୀ ୧୦୦ ବର୍ଷ ଯାଏ କ୍ଷମତାକୁ ଆସିବ ନାହିଁ, ତାହା ଏହାର ନେତାମାନେ ଧରିନେଇଥିବା ଜଣାପଡ଼ୁଛି ବୋଲି ମୋଦି କହିଥିଲେ।

କୋଭିଡ୍‌ ମହାମାରୀ ବେଳେ କଂଗ୍ରେସ ସବୁ ସୀମା ଟପିଯାଇଥିଲା। ପ୍ରଥମ ଲହର ବେଳେ ଦେଶବ୍ୟାପୀ ଲକ୍‌ଡାଉନ୍‌କୁ ଲୋକେ ମାନୁଥିବାବେଳେ ମୁମ୍ବାଇ ଷ୍ଟେଶନରେ କଂଗ୍ରେସ ନେତା ଛିଡ଼ାହୋଇ ନିରୀହ ଶ୍ରମିକମାନଙ୍କୁ ଭୟଭୀତ କରାଇଥିଲେ ଓ ସେମାନଙ୍କୁ ନିଜ ରାଜ୍ୟକୁ ଚାଲିଯିବା ପାଇଁ ବାଧ୍ୟ କରିଥିଲେ। ଫଳରେ ହଜାର ହଜାର ଲୋକ ଚାଲି ଚାଲି ଓ ଟ୍ରକ୍‌ ଯୋଗେ ନିଜ ରାଜ୍ୟକୁ ଫେରିଯାଇଥିଲେ, ଯେଉଁଥିପାଇଁ ସାରା ଦେଶକୁ ସଂକ୍ରମଣ ବ୍ୟାପିଗଲା। ଏପରି କରି କଂଗ୍ରେସ ବଡ଼ ପାପ କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରାୟ ୧୦୦ ମିନିଟର ଭାଷଣରେ ମୋଦି ବିରୋଧୀ ଦଳକୁ ସମାଲୋଚନା କରି ଏହି ଦଳ ଅନ୍ଧ ଭାବେ ବିରୋଧ କରୁଥିବା ଏବଂ ବିଚ୍ଛିନ୍ନତାବାଦକୁ ସୁଦୃଢ଼ କରୁଥିବା କହିଥିଲେ। ସମାଲୋଚନା ଗଣତନ୍ତ୍ର ପାଇଁ ଅଳଙ୍କାର ହୋଇଥିବାବେଳେ ଅନ୍ଧ ବିରୋଧ ଗଣତନ୍ତ୍ର ପାଇଁ ଅପମାନ ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଥିଲେ।

କେନ୍ଦ୍ର ସରକାର ଭୋକାଲ ଫର୍‌ ଲୋକାଲ କଥା କହୁଛନ୍ତି, ଯାହା ମହାତ୍ମା ଗାନ୍ଧୀଙ୍କ ସ୍ବପ୍ନ ଥିଲା। ହେଲେ ବିରୋଧୀ ଏହାକୁ ତାଚ୍ଛଲ୍ୟ କରୁଛନ୍ତି। ସେହିପରି ଆମେ ଯୋଗ ଓ ଫିଟ୍‌ ଇଣ୍ଡିଆ କଥା କହୁଥିବାବେଳେ ସେମାନେ ଏହାକୁ ଉପହାସ କରୁଛନ୍ତି। ବିଭାଜନକାରୀ ମାନସିକତା କଂଗ୍ରେସର ଡିଏନ୍‌ଏରେ ରହିଯାଇଛି ବୋଲି ମୋଦି କହିଛନ୍ତି। ୧୯୭୧ରେ ନିର୍ବାଚନ ଜିତିବା ବେଳେ କଂଗ୍ରେସର ସ୍ଲୋଗାନ ଥିଲା ‘ଦାରିଦ୍ର୍ୟ ଦୂରୀକରଣ’। ଦାରିଦ୍ର୍ୟ ଦୂର ହେଲା ନାହିଁ। ଲୋକେ ଏହି ଦଳକୁ କ୍ଷମତାରୁ ଦୂରେଇ ଦେଲେ। ଅନେକ ରାଜ୍ୟ ବହୁ ଦଶନ୍ଧି ହେଲା କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏବେ ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି। ଆଗାମୀ ଦିନରେ ଭାରତ କିପରି ବିଶ୍ୱରେ ନେତୃତ୍ୱ ଭୂମିକା ତୁଲାଇ ପାରିବ ତାହା ଚିନ୍ତା କରିବାର ଏହା ପ୍ରକୃଷ୍ଟ ସମୟ। ମହାମାରୀ ପରେ ବିଶ୍ୱ ଏବେ ଏକ ନୂଆ ବିଶ୍ୱ ଗଠନ ଦିଗରେ ଦ୍ରୁତ ବେଗରେ ଆଗେଇ ଚାଲିଛି। ଭାରତ ଏହି ସୁଯୋଗକୁ ହାତଛଡ଼ା କରିବା ଉଚିତ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଲୋକ ସଭାରେ ଗୃହୀତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri