ନଳକୂପ ଦୂର କରିପାରୁନି ଜଡ଼ାପୁଟ ଜଳସଙ୍କଟ

ଦଶମନ୍ତପୁର,୨୫ା୨ (ଡି.ଏନ.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡାପଦର ପଞ୍ଚାୟତ ଜଡ଼ାପୁଟ ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖିବାକୁ ମିଳିଛି। ଗ୍ରାମବାସୀ ବର୍ଷ ବର୍ଷ ଧରି ଝରଣା ପାଣିରେ ଚଳୁଥିବା ଜଣାପଡିଛି। ଏହି ଗ୍ରାମରେ ୪୦ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାର ବସବାସ କରନ୍ତି। ଗ୍ରାମବାସୀଙ୍କ ମୁଖ୍ୟ ସମସ୍ୟା ରୂପେ ପାନୀୟ ଜଳ ରହିଛି। ଗ୍ରାମରେ ଥିବା ଗୋଟିଏ ମାତ୍ର ନଳକୂପ ଜଳସଙ୍କଟ ଦୂର କରିପାରୁନି। ୮ ବର୍ଷ ହେଲା ଏହି ନଳକୂପ ମଧ୍ୟ ଅଚଳ ହୋଇପଡ଼ିଛି। ଗ୍ରାମବାସୀ ବାଧ୍ୟ ହୋଇ ଗ୍ରାମଠାରୁ ୫୦୦ ମିଟର ଦୂରରେ ଥିବା ପୋଡ଼ାଆମ୍ବପୋଦା ଝରଣାରୁ ଜଳ ସଂଗ୍ରହ କରି ଚଳୁଛନ୍ତି । ଏହି ଜଳକୁ ମଧ୍ୟ ପ୍ରାଥମିକ ବିଦ୍ୟାଳୟ, ପ୍ରାକ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ରରେ ବ୍ୟବହାର କରାଯାଉଛି। ପୂର୍ବରୁ ଗ୍ରାମରେ ପାନୀୟ ଜଳ ସମସ୍ୟା ନ ଥିଲା। ଝରଣା ପାଣି ଗ୍ରାମକୁ ଆସୁଥିଲା। ତେବେ ଗ୍ରାମଦେଇ ନୂତନ ରୂପେ ନିର୍ମିତ ହେଉଥିବା ପିଏମ୍‌ଜିଏସ୍‌ଓ୍ବାଇ ରାସ୍ତା ନିର୍ମାଣ ବେଳେ ଗ୍ରାମକୁ ସଂଯୋଗ ହେଉଥିବା ପାଣି ପାଇପଗୁଡିକ ଠିକାଦାର ଭାଙ୍ଗି ଦେବାରୁ ଆମ ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖା ଦେଇଛି ବୋଲି ଗ୍ରାମର ପୁସ୍ତ ମୁଦୁଲି, କଇତା ମୁଦୁଲି, କୁରୁଞ୍ଜି ମୁଦୁଲି, ଲକ୍ଷ୍ମୀ ମୁଦୁଲି, ସପତି ଜାନି, ସଇତ ମୁଦୁଲି, ଭୁଇଲି ଜାନି, ନାରଙ୍ଗୀ ମୁଦୁଲି, ଦାନ ଜାନି ଅଭିଯୋଗ କରିଛନ୍ତି। ଏହି ପାଣି ପିଇ ଆମେ ଅନେକ ରୋଗର ଶିକାର ହେଉଛୁ ବୋଲି ଗ୍ରାମବାସୀ କହିଛନ୍ତି । ଏସମ୍ପର୍କରେ ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ-୨ ସଞ୍ଜୀବ ଅଲ୍ଲିିଙ୍କୁ ପଚାରିବାରୁ ସେ କହିଲେ, ଖୁବ ଶୀଘ୍ର ଜଡାପୁଟ ଗ୍ରାମର ନଳକୂପ ମରାମତି କରିଦେବେ। ସରପଞ୍ଚ ନବୀନ ମୁଦୁଲିଙ୍କୁ ପଚାରିବାରୁ ଜଡାପୁଟରେ ଏକ ନୂତନ ନଳକୂପ ଖନନ ବ୍ୟବସ୍ଥା ହେବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri