ଟ୍ରାଏ କରନ୍ତୁ କୁଲ୍‌ କାର୍ଟୁନ୍‌ ପ୍ରିଣ୍ଟ, ଆଉ ଦେଖନ୍ତୁ…

ଷ୍ଟ୍ରାଇପ୍‌, ପୋଲ୍‌କା ଡଟ୍‌, ଆନିମଲ ପ୍ରିଣ୍ଟ, ଫ୍ଲୋରାଲ ପ୍ରିଣ୍ଟ ଭଳି ପ୍ୟାଟର୍ନର ପୋଷାକ ତ ସମସ୍ତେ ପିନ୍ଧନ୍ତି। ହେଲେ କାର୍ଟୁନ୍‌ ପ୍ରିଣ୍ଟର ପୋଷାକ ବହୁତ କମ୍‌ ପିନ୍ଧନ୍ତି। ଖାଲି ପୋଷାକ ନୁହେଁ ଏହି ପ୍ରିଣ୍ଟର ଫ୍ୟାଶନେବଲ ଆସେସରୀଜ୍‌ ବି ମିଳୁଛି। ଏହି ପ୍ରିଣ୍ଟକୁ ଟ୍ରାଏ କରନ୍ତୁ ଆଉ ଦେଖନ୍ତୁ ଲୁକ୍‌ କେମିତି ଖାସ୍‌ ଲାଗିବ….

ଟି-ସର୍ଟ: କାଜୁଆଲ ଲୁକ୍‌ରେ କାର୍ଟୁନ୍‌ ପ୍ରିଣ୍ଟକୁ ଷ୍ଟାଇଲ୍‌ କରିବାକୁ ଚାହୁଁଥିଲେ କାର୍ଟୁନ ପ୍ରିଣ୍ଟ ଟି-ସର୍ଟ ଆପଣେଇପାରିବେ। ଏହା ବହୁତ କମ୍ଫର୍ଟେବୁଲ ଓ ଷ୍ଟାଇଲିଶ୍‌ ଆଉଟ୍‌ଫିଟ୍‌ ଅଟେ। କାର୍ଟୁନ ପ୍ରିଣ୍ଟ ଟି-ସର୍ଟ ସହ ଶର୍ଟସ୍‌, ଜିନ୍ସ କିମ୍ବା ସ୍କର୍ଟକୁ ପେୟାର କରିପାରିବେ। ଏହି ଲୁକ୍‌ ସହ ହିଲ୍ସ ଭଲ ଲାଗେ। ଯଦି କମ୍ଫର୍ଟେବଲ ଓ ସ୍ପୋର୍ଟି ଲୁକ୍‌ ଚାହାନ୍ତି ତେବେ ସ୍ନିକର୍‌ ପିନ୍ଧିପାରିବେ।

ସାର୍ଟ: କାର୍ଟୁନ ପ୍ରିଣ୍ଟ ଟି-ସର୍ଟ ଭଳି କାର୍ଟୁନ୍‌ ପ୍ରିଣ୍ଟ ସାର୍ଟ ଷ୍ଟନିଂ ଲୁକ୍‌ ଦେଇଥାଏ। କହିବାକୁ ଗଲେ ଏହି ପ୍ରିଣ୍ଟର ସାର୍ଟ ଅଧିକ ଷ୍ଟାଇଲିଶ୍‌ ଲୁକ୍‌ ଦିଏ। ଆଉ ଦିନ ବେଳା ଆଉଟିଂ ପାଇଁ ଯାଉଥିଲେ ଫନ୍‌ ଲୁକ୍‌ ପାଇଁ କାର୍ଟୁନ ସାର୍ଟ ଟ୍ରାଏ କରିପାରିବେ। ଚାହିଁଲେ ସାର୍ଟର ତଳଭାଗକୁ ବାନ୍ଧି ନଟେଡ୍‌ ଲୁକ୍‌ ବି ଦେଇପାରିବେ। ଏହିଭଳି ସାର୍ଟ ସହ ଜିନ୍ସ କିମ୍ବା ରିପ୍‌୍‌ଡ ଜିନ୍ସ ପିନ୍ଧିପାରିବେ।

ଶାଢି: ପାରମ୍ପରିକ ଶାଢି ପିନ୍ଧି ବୋର୍‌ ହୋଇଯାଇଥିଲେ କାର୍ଟୁନ ପ୍ରିଣ୍ଟ ଶାଢି ଟ୍ରାଏ କରନ୍ତୁ। ଆଜିକାଲି ବିଭିନ୍ନ କଲର୍‌ ଓ ଷ୍ଟାଇଲ୍‌ର କାର୍ଟୁନ ପ୍ରିଣ୍ଟ ଶାଢି ଉପଲବ୍ଧ ହେଉଛି। ଯାହାକୁ କ୍ୟାରି କରି ଆପଣ ନିଜର ଲୁକ୍‌ ଖାସ୍‌ କରିପାରିବେ।ତେବେ କାର୍ଟୁନ ପ୍ରିଣ୍ଟ ଶାଢି ସହ ପ୍ଲେନ୍‌ ବ୍ଲାଉଜ୍‌ ପିନ୍ଧିବା ଭଲ। ଯଦ୍ୱାରା ଆପଣଙ୍କ ଶାଢି ଲୁକ୍‌ ଅଧିକ ସୁନ୍ଦର ଲାଗିବ। ଏମିତି ବି କରିପାରିବେ ଯଦି ପ୍ଲେନ୍‌ ଶାଢି ପିନ୍ଧୁଛନ୍ତି ତେବେ କାର୍ଟୁନ ପ୍ରିଣ୍ଟର ବ୍ଲାଉଜ୍‌ ପେୟାର୍‌ କରିପାରିବେ।

କାର୍ଟୁନ ପ୍ରିଣ୍ଟ ନାଇଟ୍‌ ଡ୍ରେସ୍‌: ଯଦି ଆପଣଙ୍କୁ କାର୍ଟୁନ୍‌ ପସନ୍ଦ କିନ୍ତୁ ତାକୁ ବାହାରକୁ ପିନ୍ଧି ଯିବାରେ କମ୍ଫର୍ଟେବୁଲ ଫିଲ୍‌ କରୁ ନାହାନ୍ତି ତେବେ ଘରେ କାର୍ଟୁନ୍‌ ପ୍ରିଣ୍ଟର ନାଇଟ୍‌ ସୁଟ୍‌, ନାଇଟ୍‌ ଡ୍ରେସ୍‌ ପିନ୍ଧିପାରିବେ। ଏହା ଯେତିକି କମ୍ଫର୍ଟେବୁଲ ସେତିକି କ୍ୟୁଟ୍‌ ଲୁକ୍‌ ବି ଦିଏ।

ଡଙ୍ଗରୀ: ଡଙ୍ଗରୀ ଷ୍ଟାଇଲ୍‌ ଡ୍ରେସ୍‌ ଅନେକଙ୍କୁ ପସନ୍ଦ ଥାଏ। ଏହା କମ୍ଫର୍ଟେବୁଲ ସହ କ୍ୟୁଟ୍‌ ଲୁକ୍‌ ବି ଦିଏ। ଆଉ ଯଦି କାର୍ଟୁନ ପ୍ରିଣ୍ଟର ଡଙ୍ଗରୀ ପିନ୍ଧିବେ ତେବେ ଲୁକ୍‌ ଆହୁରି ଖାସ୍‌ ଲାଗିବ।

ଆସେସରୀଜ୍‌: ଜରୁରୀ ନୁହେଁ କି ଆପଣ କେବଳ ଆଉଟ୍‌ ଫିଟ୍‌ରେ ହିଁ କାର୍ଟୁନ ପ୍ରିଣ୍ଟ କ୍ୟାରୀ କରିବେ। ଏହାକୁ ଆପଣ ଆସେସରୀଜ୍‌ ଭାବେ ମଧ୍ୟ କ୍ୟାରି କରିପାରିବେ। ଯେମିତିକି କାର୍ଟୁନ୍‌ ପ୍ରିଣ୍ଟ ଥିବା ହ୍ୟାଣ୍ଡ ବ୍ୟାଗ୍‌, ହେୟାର୍‌ ପିନ୍‌, ହେଡବ୍ୟାଣ୍ଡ ଓ ଓ୍ବାଚ୍‌ ବ୍ୟବହାର କରି ଲୁକ୍‌କୁ ଖାସ୍‌ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri