ଟ୍ରମ୍ପ୍‌ଙ୍କ ଟାରିଫ୍‌ ଯନ୍ତା

ଭାରତରୁ ଆମଦାନୀ କରୁଥିବା ସମସ୍ତ ସାମଗ୍ରୀ (ଆଇଫୋନ୍‌,ଫାର୍ମାସ୍ୟୁଟିକାଲ ଉତ୍ପାଦ ବ୍ୟତୀତ) ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୫୦% ଟାରିଫ୍‌ ଲାଗୁକରିବା ପରେ ୨ଦେଶ ମଧ୍ୟରେ ଆର୍ଥିକ ସମ୍ପର୍କ ବିଗିଡ଼ିଯାଇଛି। ଟ୍ରମ୍ପ୍‌ ପ୍ରଶାସନର ଅତ୍ୟଧିକ ଟାରିଫ୍‌ ବ୍ୟବସ୍ଥା ମଧ୍ୟରେ ଥିବା ବ୍ରାଜିଲ(୫୦%), ସିରିଆ(୪୧%) ଲାଓସ୍‌(୪୦%) ଏବଂ ମ୍ୟାନ୍‌ମାର(୪୦%) ସହ ଭାରତ ପଞ୍ଚମ ରାଷ୍ଟ୍ରଭାବେ ଯୋଡ଼ିହୋଇଛି। ବିଶେଷକରି ଟ୍ରମ୍ପ୍‌ଙ୍କ ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖୋଲା ସମର୍ଥନକୁ ଦେଖିଲେ ଏହି ଘୋଷଣା ଯୋଗୁ ଭାରତୀୟ ନୀତିନିର୍ଦ୍ଧାରକମାନେ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି। ହ୍ବାଇଟ୍‌ ହାଉସ୍‌ କଡ଼ା ବିବୃତି ଦେଇଛି ଯେ, ରୁଷିଆର ତେଲ ଭାରତ କିଣୁଥିବାରୁ ଦଣ୍ଡ ସ୍ବରୂପ ଏଭଳି ପଦକ୍ଷେପ ନିଆଯାଇଛି । ନିକଟରେ ଓ୍ବାଲ୍‌ଷ୍ଟ୍ରିଟ୍‌ ଜର୍ନାଲରେ ପ୍ରକାଶ ପାଇଥିଲା ଯେ, ଏହି କାରଣର କୌଣସି ସତ୍ୟାସତ୍ୟ ନାହିଁ, କାରଣ ରୁଷିଆରୁ ସବୁଠୁ ବେଶି ତେଲ ଚାଇନା କିଣୁଥିଲେ ମଧ୍ୟ ଏହା ପାଇଁ ତାକୁ ଦଣ୍ଡିତ କରାଯାଇ ନାହିଁ।
ଏହି ଗତିଶୀଳତା ଆଣ୍ଟୋନି ଚେଖୋଭଙ୍କ କ୍ଷୁଦ୍ର ଗଳ୍ପ ‘ଦି ନିନି’କୁ ସ୍ମରଣ କରାଇଦିଏ। ବିନା କାରଣରେ ସ୍ବେଚ୍ଛାଚାରୀ ଭାବେ ଜଣେ ମାଲିକ ତାଙ୍କ ପିଲାଙ୍କୁ ଘରେ ପଢ଼ାଉଥିବା ଶିକ୍ଷୟିତ୍ରୀଙ୍କର ପ୍ରାୟ ୧ ମାସର ଦରମା ସହିତ ସମାନ ଅର୍ଥ କାଟି ରଖନ୍ତି। ଦରମାରୁ କଟୁଥିବା ଟଙ୍କା ବିଷୟରେ ଶିକ୍ଷୟିତ୍ରୀ ପ୍ରତିବାଦ କରନ୍ତି ନାହିଁ। ଏହି ସହନଶୀଳତାକୁ ନିଯୁକ୍ତିଦାତା ଦୁର୍ବଳତା ମନେକରି ଦଣ୍ଡିତ କରୁଥିଲେ। ପରେ ସମର୍ପଣ କିଭଳି ଶୋଷଣକୁ ଆମନ୍ତ୍ରଣ କରେ ତାହା ଦର୍ଶାଇବା ପାଇଁ ଚେଖୋଭଙ୍କ ଗଳ୍ପକୁ ଦେଖି ଅର୍ଥନୀତିଜ୍ଞ ଏରିଏଲ ରୁବିନ୍‌ଷ୍ଟାଇନ୍‌ ଏକ ମଡେଲ ବିକାଶ କରିଥିଲେ। ଟ୍ରମ୍ପ୍‌ଙ୍କ ପ୍ରତି ଭାରତର ଏବକାର ଆନୁଗତ୍ୟ ସୂଚିତ କରୁଛି ଯେ, ଭାରତ ଏକ ଦୃଢ଼ ସ୍ବାଧୀନ ଦେଶ ଭାବେ ଏହାର ଦୀର୍ଘମିଆଦୀ ଭୂମିକାରୁ ଦୂରେଇଯାଉଛି। ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ସହ-ପ୍ରତିଷ୍ଠାତା ଭାବେ ଏହା ଏକଦା ରଣନୀତିକ ସ୍ବାୟତ୍ତତାରେ ଆଗୁଆ ଥିଲା ଏବଂ ଆମେରିକା କିମ୍ବା ରୁଷିଆ ଭଳି ବୃହତ୍‌ ଶକ୍ତିର ବଶତା ବିନା ଅନେକ ଦେଶ ସହ ସମନ୍ବୟ ରକ୍ଷା କରୁଥିଲା। ଏଣୁ ଭାରତ ସେହି ପରମ୍ପରାକୁ ଆପଣାଇ ମେକ୍ସିକୋ, କାନାଡା ତଥା ଚାଇନା ଭଳି ଦେଶଗୁଡ଼ିକ ସହ ଆର୍ଥିକ ଓ କୂଟନୈତିକ ବୁଝାମଣା କରିବା ପାଇଁ ଏହା ଉପଯୁକ୍ତ ସମୟ। ଅର୍ଥାତ୍‌ ଟ୍ରମ୍ପ୍‌ଙ୍କ ଟାରିଫ୍‌ର ପ୍ରଭାବ ସମ୍ପର୍କରେ ସଚେତନ ଥିବା ବିଶେଷକରି ୟୁରୋପ ଓ ଲାଟିନ୍‌ ଆମେରିକାର ଦେଶଗୁଡ଼ିକ ସହ ବାଣିଜ୍ୟ ଓ ସହଯୋଗ ଦୃଢ଼କରିବା ଦରକାର।
ଭାରତର ପ୍ରତିଷ୍ଠିତ ଆର୍ଥିକ ସମୀକ୍ଷକମାନେ ଯୁକ୍ତି ଦର୍ଶାଇଛନ୍ତି ଯେ, ପ୍ରତିଶୋଧାତ୍ମକ ଟାରିଫ୍‌ ଲାଗୁକରିବା ମୋଦିଙ୍କ ପାଇଁ ଏକ ଭୁଲ୍‌ ହେବ। ପ୍ରତିଶୋଧାତ୍ମକ ଟାରିଫ୍‌ ଆମେରିକାର କ୍ଷତି କରିବ, ହେଲେ ଏଥିରେ ଭାରତର ପ୍ରଭୂତ କ୍ଷତି ହୋଇଯିବ। ଆମେରିକା ହେଉଛିି ଭାରତର ସବୁଠୁ ବଡ଼ ବାଣିଜି୍ୟକ ଭାଗୀଦାରି। ହେଲେ ଭାରତ ହେଉଛି ଆମେରିକା ପାଇଁ କେବଳ ଦଶମ ବୃହତ୍‌ ଭାଗୀଦାରି, ଯାହା ମେକ୍ସିକୋ, କାନାଡା, ଚାଇନା ଓ ଜର୍ମାନୀ ପଛକୁ ରହିଛି। ଆମେରିକାର ଅର୍ଥ ବ୍ୟବସ୍ଥା ଖୁବ୍‌ ବଡ଼। ଏଣୁ ବଡ଼ ଆର୍ଥିକ ଝଟକାକୁ ସହିଯିବା ପାଇଁ ଏହାର କ୍ଷମତା ଅଛି। ତେବେ ଦୀର୍ଘଦିନର ବାଣିଜି୍ୟକ ଭାଗୀଦାରିଙ୍କ ଉପରେ ଅତ୍ୟଧିକ ଟାରିଫ୍‌ ଲଗାଇ ଆମେରିକା ଏକ ଗୁରୁତର ଭୁଲ୍‌ କରୁଛି। ଏହା ନିଜକୁ ଦୂରେଇ ନେବା ସହ ତା’ ଅର୍ଥ ବ୍ୟବସ୍ଥା ପ୍ରତି ବ୍ୟାପକ କ୍ଷତି ପହଞ୍ଚାଉଛି। ଏହା ନିଶ୍ଚିତ ଯେ, ଆର୍ଥିକ ନୀତିରେ ଟାରିଫ୍‌ ଏକ ପ୍ରମୁଖ ଭୂମିକା ନେଇପାରେ। ଏହାର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ହେଉଛି ଇନ୍‌ଫାଣ୍ଟ ଇଣ୍ଡଷ୍ଟ୍ରି (ବିକାଶର ପ୍ରାରମ୍ଭିକ ସ୍ତରରେ ଥିବା ନୂଆ ଶିଳ୍ପ) ନୀତି ବା ଯୁକ୍ତି । ଏହା ଦର୍ଶାଏ, ଯେତେବେଳେ ଏକ ସେକ୍ଟର ବିକାଶର ପ୍ରାରମ୍ଭିକ ସ୍ତରରେ ଥାଏ, ସେତେବେଳେ ସାମୟିକ ଟାରିଫ୍‌ ସୁରକ୍ଷିତ ବିଜ୍‌ନେସ୍‌କୁ ନିବେଶକରିବା ପାଇଁ ଭରସା ଦିଏ। ସେକ୍ଟରର ବିକାଶ ତଥା ଆର୍ଥିକ ଉନ୍ନତି ହାସଲକରିବା ସହ ପ୍ରତିଯୋଗୀ ହେବା ସକାଶେ ଅନୁମତି ବି ଦେଇଥାଏ। କିନ୍ତୁ ଶିଳ୍ପ ଯେତେବେଳେ ପରିପକ୍ୱ ଅବସ୍ଥାକୁ ଆସିଯାଏ, ସେତେବେଳେ ଟାରିଫ୍‌ କମ୍‌ କରାଯିବା ଉଚିତ, ଯେଉଁଥିପାଇଁ ମୁକ୍ତ ପ୍ରତିଯୋଗିତାର ବ୍ୟବସ୍ଥା ଏହାକୁ ଆହୁରି ଭଲ ପ୍ରଦର୍ଶନ କରିବା ଲାଗି ସାହାଯ୍ୟ କରିପାରିବ। ଏହାର ଏକ ଉଦାହରଣ ହେଉଛି ଭାରତ। ୧୯୭୭ରେ,ଏକ ରାଜନୈତିକ ବିବାଦ ଯୋଗୁ ସରକାର ଆଇବିଏମ୍‌କୁ ତଡ଼ିଦେଇ ଦେଶକୁ ନିଜସ୍ବ ମିନି ଓ ମାଇକ୍ରୋ କମ୍ପ୍ୟୁଟର ବିକାଶ କରିବା ନିମନ୍ତେ ବାଧ୍ୟ କରିଥିଲା। ବାଣିଜି୍ୟକ ବାଧାଗୁଡ଼ିକରୁ ସୁରକ୍ଷିତ ରହି ଘରୋଇ କମ୍ପ୍ୟୁଟର ସେକ୍ଟର ଖୁବ୍‌ ଶୀଘ୍ର ବୃଦ୍ଧି ପାଇଲା। କିନ୍ତୁ ୧୯୯୧-୯୩ର ଆର୍ଥିକ ସଂସ୍କାର ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତ ମାର୍କେଟ ପ୍ରବେଶ କରିବା ଦ୍ୱାରା ଭାରତର ଆଇଟି ସେକ୍ଟର ଅଭିବୃଦ୍ଧି କରିବାକୁ ସକ୍ଷମ ହେଲେ। ଏହା ସହ ଇନ୍‌ଫୋସିସ୍‌, ଓ୍ବିପ୍ରୋ ଏବଂ ଟାଟା କନ୍‌ସଲଣ୍ଟାନ୍ସି ସର୍ଭିସ ଭଳି ଭାରତୀୟ କମ୍ପାନୀଗୁଡ଼ିକ ବିଶ୍ୱସ୍ତରୀୟ କମ୍ପାନୀ ଭାବେ ଉଭା ହେଲେ ଏବଂ ଅପ୍ରତ୍ୟାଶିତ ଆର୍ଥିକ ଅଭିବୃଦ୍ଧି ଘଟାଇଥିଲେ।
କୌତୂହଳର ବିଷୟ ହେଉଛି, ବିକାଶର ପ୍ରାରମ୍ଭିକ ସ୍ତରରେ ଥିବା ଶିଳ୍ପର ଆର୍ଥିକ ବିକାଶର ଧାରଣା ଆଧୁନିକ ଅର୍ଥନୀତି ଆସିବା ପୂର୍ବରୁ ରହିଛି। ଏହାର ଇତିହାସ ଆମେରିକାର ପ୍ରଥମ ଟ୍ରେଜେରି(ଅର୍ଥ) ସଚିବ ଆଲେକ୍‌ଜାଣ୍ଡର ହାମିଲ୍‌ଟନ୍‌ଙ୍କ ସହ ଯୋଡ଼ିହୋଇ ରହିଛି। ଆମେରିକାର ଟାରିଫ୍‌ ତାହାର ନୂଆ ଶିଳ୍ପଗୁଡ଼ିକର ସୁରକ୍ଷା ଓ ଯତ୍ନ ନେବା ପାଇଁ ସେ ଦୃଢ଼ ଦାବି କରିଥିଲେ। ୧୮୬୦ ପରେ ବାଣିଜ୍ୟ ନୀତିରେ ପରିବର୍ତ୍ତନ ହୋଇଥିଲେ ମଧ୍ୟ ଉଚ୍ଚ ଟାରିଫ୍‌ ୧୯୩୪ ପର୍ଯ୍ୟନ୍ତ ଜାରି ରହିଥିଲା। ପରେ ତାହା ଦ୍ରୁତଗତିରେ ହ୍ରାସ ପାଇଥିଲା ଏବଂ ବିରାଟ ସ୍ଥାୟୀ ଆର୍ଥିକ ଅଭିବୃଦ୍ଧିର କାରଣ ହୋଇଥିଲା। ଭାରତ, ଭିଏଟ୍‌ନାମ ଏବଂ ଇଣ୍ଡୋନେସିଆ ଭଳି ବିକାଶଶୀଳ ଦେଶଗୁଡ଼ିକ ସହ ପ୍ରତିଯୋଗିତା କରିବାକୁ ହେଲେ ଆମେରିକାର କର୍ମଚାରୀଙ୍କ ବେତନ ହ୍ରାସ କରିବା ଦରକାର ପଡ଼ିବ, ଯାହା ବାସ୍ତବବାଦୀ କିମ୍ବା ବାଞ୍ଛନୀୟ ରଣନୀତି ହେବନାହିଁ। ଏହା ମଧ୍ୟ ଭାରତ ପାଇଁ ପ୍ରଯୁଜ୍ୟ। ରାଜନୈତିକ ସଫଳତା ପାଇଁ ଟାରିଫ୍‌କୁ ବ୍ୟବହାର କରାଯିବା ଉଚିତ ନୁହେଁ। ଟ୍ରମ୍ପ୍‌ଙ୍କ ଟାରିଫ୍‌ ନୀତି ଦୃଷ୍ଟିରୁ ଆମେ କେବଳ ଆଶା କରିବା ଯେ, ସେ ନିଜ ତ୍ରୁଟିକୁ ସ୍ବୀକାର କରିବେ ଏବଂ ଆମେରିକା ଅର୍ଥ ବ୍ୟବସ୍ଥାକୁ ଅଧିକ କ୍ଷତି ପହଞ୍ଚାଇବା ପୂର୍ବରୁ ତାଙ୍କ ନିଷ୍ପତ୍ତିର ପରିବର୍ତ୍ତନ କରିବେ।

କୌଶିକ ବସୁ
ପୂର୍ବତନ ମୁଖ୍ୟ ଅର୍ଥନୀତିଜ୍ଞ, ବିଶ୍ୱବ୍ୟାଙ୍କ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଞ୍ଜାବର ଗୁରୁବିନ୍ଦର ସିଂ ସୋହି ଗହମ ବଦଳରେ ଫୁଲ ଚାଷ କରି ବର୍ଷକୁ ୨୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଗୁରୁବିନ୍ଦର ରହୁଛନ୍ତି ନାନୋଓ୍ବାଲରେ। ଏହି ଗାଁରେ…

‘ଏକ୍‌ଲା ଚଲୋରେ’ର ବିକୃତ ପ୍ରକଟନ

“ତୋର୍‌ ଡାକ୍‌ ଶୁନେ ଯଦି କେଉ ନା ଆସେ, ତବେ ଏକ୍‌ଲା ଚଲୋରେ“- ନୋବେଲ ପୁରସ୍କାରପ୍ରାପ୍ତ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କର ଦେଶାମତ୍ବୋଧକ ସଙ୍ଗୀତର ଏହି ପଂକ୍ତି ଆଜି…

କୃଷି କୃଷକର କଥା ଓ ବ୍ୟଥା

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ରାଜ୍ୟର ପ୍ରାୟ ଶତକଡ଼ା ସତୁରି ଭାଗ ଲୋକ ଜୀବନ ଜୀବିକା ପାଇଁ କୃଷି ଉପରେ ନିର୍ଭର କରିଥାନ୍ତି। ତେଣୁ ଓଡ଼ିଶାର…

ଫାଳିକିଆ ଆଇନ

ସଶସ୍ତ୍ର ଦୁର୍ବୃତ୍ତମାନେ ସେପ୍ଟେମ୍ବର ୧୩ରେ ମଣିପୁରର ତାମେଙ୍ଗଲଙ୍ଗ ଜିଲାରେ ଦୁଇଟି ପୃଥକ୍‌ ସ୍ଥାନରେ ଆକ୍ରମଣ କରିବାରୁ ଜଣେ ୬ ବର୍ଷର ଶିଶୁ ଆହତ ହେବା ସହ ୪…

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?