ଚାଇନା ଉପରେ ଅତିରିକ୍ତ ୫୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୮।୪: ଆମେରିକାର ୩୪% ପାରସ୍ପରିକ ଶୁଳ୍କ ଜବାବରେ ଚାଇନା ସମାନ ପରିମାଣର ଜବାବୀ ଶୁଳ୍କ ଲଗାଇଥିଲା। ବେଜିଂ ଏହି ଟାରିଫ୍‌ ଘୋଷଣା କରିବାର ୨୪ ଘଣ୍ଟା ନ ପୂରୁଣୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଚାଇନା ସାମଗ୍ରୀ ଉପରେ ଅତିରିକ୍ତ ୫୦% ଶୁଳ୍କ ଲଗାଯିବା ନେଇ ସୋମବାର ଘୋଷଣା କରିଛନ୍ତି। ୨ ଦେଶ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଜୋର୍‌ଦାର ହୋଇଥିବାବେଳେ ଚାଇନା ସାମଗ୍ରୀ ଉପରେ ଓ୍ବାଶିଂଟନ ମୋଟ ୮୪% ଟାରିଫ୍‌ ଲଗାଇବାକୁ ଯାଉଛି।

ବିଶ୍ୱବ୍ୟାପୀ ସବୁ ଦେଶ ଉପରେ ହ୍ବାଇଟ୍‌ ହାଉସ୍‌ ୧୦% ଶୁଳ୍କ ଲଗାଇଥିବାବେଳେ ଏହାକୁ ମିଶାଇ ଚାଇନା ସାମଗ୍ରୀ ଉପରେ ମୋଟ ୯୪% ଟାରିଫ୍‌ ଲାଗୁ ହେବାକୁ ଯାଉଛି। ଚାଇନାକୁ ପୂର୍ବରୁ ଚେତାବନୀ ଦେଇଥିବା ଟ୍ରମ୍ପ୍‌ ନିଜ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଟ୍ରୁଥ୍‌ ସୋସିଆଲ୍‌ରେ ଲେଖିଛନ୍ତି। ଚାଇନା ଆମେରିକୀୟ ସାମଗ୍ରୀ ଉପରେ ଯଥେଷ୍ଟ ଅଧିକ ଶୁଳ୍କ ଲଗାଇଥିବାବେଳେ ପୁଣି ୩୪% ଜବାବୀ ଟିକସ ଘୋଷଣା କରିଥିଲା।

ଆମ ଉପରେ ଅଧିକ ଟାରିଫ ଲାଗୁ କଲେ ଆମେ ଆହୁରି ଅଧିକ ଶୁଳ୍କ ଲଗାଇବୁ ବୋଲି ପୂର୍ବରୁ କହିଥିଲୁ। ବେଜିଂ ଯଦି ୩୪% ଶୁଳ୍କ ମଙ୍ଗଳବାର ସୁଦ୍ଧା ପ୍ରତ୍ୟାହାର ନ କରେ, ତେବେ ୯ ତାରିଖରୁ ଏହାର ସାମଗ୍ରୀ ଉପରେ ଅତିରିକ୍ତ ୫୦% ଶୁଳ୍କ ଲାଗୁ ହେବ ବୋଲି ଟ୍ରମ୍ପ୍‌ ସୋମବାର ସ୍ପଷ୍ଟ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ସହିତ ଉତ୍ତେଜନା ମଧ୍ୟରେ ଇରାନରେ ବଡ଼ ଧରଣର ଫାଟ! ବୈଦେଶିକ ମନ୍ତ୍ରୀ ଆବାସ ଆରାକଚି ହରାଇବେ ପଦ

ତେହରାନ,୧।୫: ଆମେରିକା ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନ ଭିତରେ ସବୁକିଛି ଠିକ ଠାକ ଚାଲିଛି କି ନାହିଁ? ଏହାକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି,…

କାଳବୈଶାଖୀ ଆଣିଲା ଆଶ୍ୱସ୍ତି: ୪୦ ଡିଗ୍ରୀ ତଳେ ସବୁ ସହର

ଭୁବନେଶ୍ୱର,୧ା୫: ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଥିବାରୁ ଲୋକେ ତାତିରୁ ଆଶ୍ୱସ୍ତି ପାଇଛନ୍ତି। ଶୁକ୍ରବାର ମଧ୍ୟାହ୍ନ ୨ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ଉପରେ ରାଜ୍ୟର କୌଣସି…

ଶ୍ରମିକ ଦିବସରେ ପୁରୁଣା କଥାକୁ ମନେ ପକାଇଲେ ଶେଖ ହସିନା, କହିଲେ ଆମେ ଦେଢ ଦଶକରେ ଯାହା କରିଥିଲୁ, ୟୁନୁସ ସରକାର…

ଢାକା,୧।୫: ଶୁକ୍ରବାର ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ, ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ତାଙ୍କ ଦେଶର ବର୍ତ୍ତମାନର ପରିସ୍ଥିତିକୁ ଚିନ୍ତାଜନକ ବୋଲି ବର୍ଣ୍ଣନା କରିଥିଲେ। ହସିନା…

Nobel Peace Prize: ଟ୍ରମ୍ପଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର? ୨୮୭ ଜଣଙ୍କ ନାମ ସର୍ଟଲିଷ୍ଟ କରୁଛି କମିଟି

ଓସଲୋ,୧।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ପ୍ରକୃତରେ, ୨୦୨୬ ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପ ମନୋନୀତ ହୋଇପାରନ୍ତି।…

‘ମୋର ଗୋଟିଏ କଲ୍‌ରେ ୮ ମହିଳାଙ୍କ ମୃତ୍ୟୁଦଣ୍ଡ ବନ୍ଦ ହୋଇଥିଲା’ – ଇରାନକୁ ନେଇ କାହିଁକି ବଡ଼ ବଡ଼ ଦାକି କରୁଛନ୍ତି ଟ୍ରମ୍ପ? ଜାଣନ୍ତୁ…

ତେହରାନ,୧।୫: ଗୁରୁବାର, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ପରିସ୍ଥିତି ସମ୍ପର୍କରେ ଅନେକ ବଡ଼ ଦାବି କରିଥିଲେ। ସେ କହିଥିଲେ ଯେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ଇରାନ…

ମେ’ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ

ଭୁବନେଶ୍ୱର,୧ା୫: ମେ’ ତୃତୀୟ ସପ୍ତାହରେ ପ୍ରକାଶ ପାଇବ +୨ ରେଜଲ୍ଟ। ଏନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ଏଥିସହିତ ମନ୍ତ୍ରୀ କହିଛନ୍ତି, ଆସନ୍ତାକାଲି ମାଟ୍ରିକ୍‌…

ମୋ ଜେଜେବାପା ଜଣେ ‘ଭଲ ବ୍ୟକ୍ତି’ ନୁହଁନ୍ତି..ଦୁଃଖ ବଖାଣିଲେ ଟ୍ରମ୍ପଙ୍କ ନାତୁଣୀ

ଓ୍ବାଶିଂଟନ୍‌,୧।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାତୁଣୀ କାଇ ଟ୍ରମ୍ପ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଜଣେ ପ୍ରମୁଖ ଏବଂ ପ୍ରଭାବଶାଳୀ…

ଆଜିଠାରୁ ପରିବର୍ତ୍ତନ ହେଲା ଦେଶରେ ଏହିସବୁ ନିୟମ: ଆପଣଙ୍କ ପକେଟ ଉପରେ କେତେ ପ୍ରଭାବ ପକାଇବ, ଜାଣନ୍ତୁ…

ନୂଆଦିଲ୍ଲୀ,୧।୫: ମେ ୧ ତାରିଖରୁ ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କାର୍ଯ୍ୟକାରୀ ହୋଇଛି। ଏଗୁଡ଼ିକ ଆପଣଙ୍କ ଘରର ରୋଷେଇ ଘର, ଯାତ୍ରା ଏବଂ ମୋବାଇଲ ଗେମିଂ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri