ଚାଇନା ଉପରେ ଅତିରିକ୍ତ ୫୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୮।୪: ଆମେରିକାର ୩୪% ପାରସ୍ପରିକ ଶୁଳ୍କ ଜବାବରେ ଚାଇନା ସମାନ ପରିମାଣର ଜବାବୀ ଶୁଳ୍କ ଲଗାଇଥିଲା। ବେଜିଂ ଏହି ଟାରିଫ୍‌ ଘୋଷଣା କରିବାର ୨୪ ଘଣ୍ଟା ନ ପୂରୁଣୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଚାଇନା ସାମଗ୍ରୀ ଉପରେ ଅତିରିକ୍ତ ୫୦% ଶୁଳ୍କ ଲଗାଯିବା ନେଇ ସୋମବାର ଘୋଷଣା କରିଛନ୍ତି। ୨ ଦେଶ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଜୋର୍‌ଦାର ହୋଇଥିବାବେଳେ ଚାଇନା ସାମଗ୍ରୀ ଉପରେ ଓ୍ବାଶିଂଟନ ମୋଟ ୮୪% ଟାରିଫ୍‌ ଲଗାଇବାକୁ ଯାଉଛି।

ବିଶ୍ୱବ୍ୟାପୀ ସବୁ ଦେଶ ଉପରେ ହ୍ବାଇଟ୍‌ ହାଉସ୍‌ ୧୦% ଶୁଳ୍କ ଲଗାଇଥିବାବେଳେ ଏହାକୁ ମିଶାଇ ଚାଇନା ସାମଗ୍ରୀ ଉପରେ ମୋଟ ୯୪% ଟାରିଫ୍‌ ଲାଗୁ ହେବାକୁ ଯାଉଛି। ଚାଇନାକୁ ପୂର୍ବରୁ ଚେତାବନୀ ଦେଇଥିବା ଟ୍ରମ୍ପ୍‌ ନିଜ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଟ୍ରୁଥ୍‌ ସୋସିଆଲ୍‌ରେ ଲେଖିଛନ୍ତି। ଚାଇନା ଆମେରିକୀୟ ସାମଗ୍ରୀ ଉପରେ ଯଥେଷ୍ଟ ଅଧିକ ଶୁଳ୍କ ଲଗାଇଥିବାବେଳେ ପୁଣି ୩୪% ଜବାବୀ ଟିକସ ଘୋଷଣା କରିଥିଲା।

ଆମ ଉପରେ ଅଧିକ ଟାରିଫ ଲାଗୁ କଲେ ଆମେ ଆହୁରି ଅଧିକ ଶୁଳ୍କ ଲଗାଇବୁ ବୋଲି ପୂର୍ବରୁ କହିଥିଲୁ। ବେଜିଂ ଯଦି ୩୪% ଶୁଳ୍କ ମଙ୍ଗଳବାର ସୁଦ୍ଧା ପ୍ରତ୍ୟାହାର ନ କରେ, ତେବେ ୯ ତାରିଖରୁ ଏହାର ସାମଗ୍ରୀ ଉପରେ ଅତିରିକ୍ତ ୫୦% ଶୁଳ୍କ ଲାଗୁ ହେବ ବୋଲି ଟ୍ରମ୍ପ୍‌ ସୋମବାର ସ୍ପଷ୍ଟ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃଆରୀ ୨୦ରେ Odisha Budget 2026-27

ଭୁବନେଶ୍ୱର,୩୦।୧: ଫେବୃଆରୀ ୧୭ରୁ ବିଧାନସଭା ବଜେଟ ଅଧିବେଶନ  ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଚାଲିବ Odisha Budget 2026-27 ଅଧିବେଶନ। ଫେବୃଆରୀ ୨୦ରେ ଆଗତ ହେବ ବଜେଟ-୨୦୨୬।…

ସ୍କୁଲରେ ଝିଅମାନଙ୍କ ପାଇଁ ଅଲଗା ଶୌଚାଳୟ, ସାନିଟାରୀ ପ୍ୟାଡ ରହିବା ଜରୁରୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୧: ସୁପ୍ରିମକୋର୍ଟ ସ୍କୁଲରେ ଝିଅମାନଙ୍କ ପାଇଁ ପୃଥକ ଶୌଚାଳୟ ଏବଂ ସାନିଟାରୀ ପ୍ୟାଡ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ ସମସ୍ତ ସରକାରୀ ଏବଂ…

ବିମାନକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ,ଟିସ୍ୟୁ ପେପରରେ ଏମିତି ଲେଖା ଦେଖି..

ନୂଆଦିଲ୍ଲୀ,୩୦ା୧: ବିମାନ କମ୍ପାନୀଗୁଡ଼ିକ ବାରମ୍ବାର ବୋମା  ଏବଂ ଅପହରଣ ଧମକ ପାଉଛନ୍ତି। ଏହି ସମୟରେ ଶୁକ୍ରବାର କୁଏତ୍‌ରୁ ଦିଲ୍ଲୀ ଆସୁଥିବା ଏକ ଇଣ୍ଡିଗୋ ବିମାନକୁ ବୋମା ପକାଇ…

ନିମ୍ନ ୧୦% ଲୋକଙ୍କ ବଢ଼ୁଛି ଖର୍ଚ୍ଚ କରିବା ଶକ୍ତି: ଭାରତରେ ହ୍ରାସ ପାଉଛି ଧନୀ-ଦାରିଦ୍ର୍ୟ ଅସମାନତା

ନୂଆଦିଲ୍ଲୀ,୩୦।୧: ଭାରତରେ ଗରିବ ଓ ଧନୀଙ୍କ ମଧ୍ୟରେ ଥିବା ବ୍ୟବଧାନ ଧୀରେ ଧୀରେ ହ୍ରାସ ପାଉଛି। ସଂସଦରେ ଆଗତ ୨୦୨୫-୨୬ ଆର୍ଥିକ ସର୍ଭେ ରିପୋର୍ଟରେ ଏହି ଖୁଲାସା…

ସୁନା ବଜାରରେ ଐତିହାସିକ ହଲଚଲ: ଗୋଟିଏ ଦିନରେ ଭାରତ ଅର୍ଥନୀତିଠାରୁ ଅଧିକ ଟଙ୍କାର କାରବାର

ନୂଆଦିଲ୍ଲୀ,୩୦।୧: ବିଶ୍ୱ ବଜାରରେ ସୁନା ମୂଲ୍ୟ ଚଳିତ ସପ୍ତାହରେ ଅଭୂତପୂର୍ବ ସ୍ଥିତିର ସାମ୍ନା କରିଛି। କ୍ୟାପିଟାଲ ମାର୍କେଟ ପ୍ଲାଟଫର୍ମ ‘ଦି କୋବେସି ଲେଟର’ ବିଶ୍ଳେଷଣ ଅନୁଯାୟୀ, ସୁନାର…

ବଢ଼ୁଛି ବିଶ୍ୱ ତାପମାତ୍ରା: ସବୁଠାରୁ ଅଧିକ ପ୍ରଭାବିତ ହେବ ଭାରତ

ନୂଆଦିଲ୍ଲୀ,୩୦।୧: ଜଳବାୟୁ ପରିବର୍ତ୍ତନ କାରଣରୁ ଗଭୀର ପ୍ରଭାବିତ ହେବ ଭାରତ। ତାପମାତ୍ରା ବୃଦ୍ଧି ଯୋଗୁଁ ଆଗାମୀ ଦଶନ୍ଧିମାନଙ୍କରେ ବିଶ୍ୱର କୋଟି କୋଟି ଲୋକ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର…

ବିଧାୟକଙ୍କ ଦରମା ବୃଦ୍ଧି ବିଲ୍‌ର ହୋଇପାରେ ପୁନଃବିଚାର

ଭୁବନେଶ୍ୱର,୩୦ା୧: ବିଧାୟକଙ୍କ ଦରମା ବୃଦ୍ଧି ବିଲ୍‌ ଉପରେ ଆସନ୍ତା ଅଧିବେଶନରେ ପୁନଃବିଚାର ହୋଇପାରେ। ଏନେଇ ସୂଚନା ଦେଇଛନ୍ତି କମିଟି ଅଧ୍ୟକ୍ଷ ଭାସ୍କର ମଢ଼େଇ। ସେ କହିଛନ୍ତି, ପୁନଃବିଚାର…

ହଠାତ୍‌ ହଜାର ହଜାର ଟଙ୍କା କମିଗଲା ସୁନା ଦର: ରୁପା ଦର୍‌ରେ ବି ଲାଗିଲା ବ୍ରେକ୍‌

ନୂଆଦିଲ୍ଲୀ,୩୦।୧: କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ସୁନା ଏବଂ ରୁପା ମୂଲ୍ୟରେ ବ୍ରେକ୍‌ ଲାଗିଛି। ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ମୂଲ୍ୟ ପ୍ରାୟ ୮,୦୦୦ ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri