ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଯୋଗୁ ୨୦୩୦ ସୁଦ୍ଧା ମୃତ୍ୟୁମୁଖରେ ପଡ଼ିବେ ୧.୫ କୋଟି ଲୋକ! ଆସିଲା ଚାଞ୍ଚଲ୍ୟକର…

ଓ୍ବାଶିଂଟନ୍‌,୧।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ବିଦେଶୀ ମାନବିକ ସହାୟତାରେ ବ୍ୟାପକ ହ୍ରାସ ଦ୍ୱାରା ୨୦୩୦ ସୁଦ୍ଧା ସାରା ବିଶ୍ୱରେ ଭୋକ ଏବଂ ମହାମାରୀରେ ୧.୪ କୋଟିରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇପାରେ। ମେଡିକାଲ ଜର୍ଣ୍ଣାଲ ଦି ଲାନସେଟ (The Lancet) ରେ ପ୍ରକାଶିତ ଏକ ସାମ୍ପ୍ରତିକ ରିପୋର୍ଟରେ ଏହା ପ୍ରକାଶିତ ହୋଇଛି।

ରିପୋର୍ଟ ଅନୁଯାୟୀ, ଏହି ଅତିରିକ୍ତ ମୃତ୍ୟୁର ଏକ ତୃତୀୟାଂଶ ପିଲାମାନେ ବୋଲି ଜଣାପଡିଛି। ଗରିବ ଏବଂ ମଧ୍ୟମ ଆୟକାରୀ ଦେଶଗୁଡ଼ିକରେ ଅଧିକ ପ୍ରଭାବିତ ହେବେ। ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓ ମାର୍ଚ୍ଚରେ ସୂଚନା ଦେଇଥିଲେ ଯେ, ଟ୍ରମ୍ପ ପ୍ରଶାସନ ଆମେରିକାର ବିକାଶ ସହାୟତା ସଂସ୍ଥା ୟୁଏସଏଆଇଡିର ୮୦%ରୁ ଅଧିକ ଯୋଜନାକୁ ବାତିଲ କରିଦେଇଛି।

ଏହି ରିପୋର୍ଟର ସହ-ଲେଖକ ଡକ୍ଟର ଡେଭିଡ ରାସେଲା କହିଛନ୍ତି,ଏତେ ବଡ଼ ପରିମାଣରେ ସହାୟତା ବନ୍ଦ କରିବା ଅନେକ ଦେଶ ପାଇଁ ଏକ ବିଶ୍ୱବ୍ୟାପୀ ମହାମାରୀ କିମ୍ବା ଯୁଦ୍ଧ ସହିତ ସମାନ ଝଟ୍‌କା ହେବ। ଏହା ବିଶେଷକରି ସ୍ବାସ୍ଥ୍ୟ ସେବା ଏବଂ ଗରିବ ଜନସଂଖ୍ୟା ଉପରେ ବିନାଶକାରୀ ପ୍ରଭାବ ପକାଇବ।

ଆମେରିକାର ବିଦେଶୀ ମାନବିକ ସହାୟତା (USAID) ଉପରେ ବ୍ୟାପକ କଟକଣା କରିବାର ନିଷ୍ପତ୍ତି ବିଶ୍ୱର ଅନେକ ଗରିବ ଏବଂ ବିକାଶଶୀଳ ଦେଶ ପାଇଁ ଏକ ଗମ୍ଭୀର ବିପଦ ସୃଷ୍ଟି କରିପାରେ। ଯଦି ୮୩% ପର୍ଯ୍ୟନ୍ତ ସହାୟତା କାଟ କାର୍ଯ୍ୟକାରୀ କରାଯାଏ, ତେବେ ୨୦୩୦ ସୁଦ୍ଧା ୧.୪ କୋଟିରୁ ଅଧିକ ଲୋକଙ୍କ ମୃତ୍ୟୁକୁ ରୋକାଯାଇପାରିବ ନାହିଁ।

୪୫ ଲକ୍ଷରୁ ଅଧିକ ମୃତ୍ୟୁ କେବଳ ୫ ବର୍ଷରୁ କମ ବୟସର ପିଲାମାନଙ୍କର ହେବ, ଯାହାର ଅର୍ଥ ହେଉଛି ପ୍ରତିବର୍ଷ ପ୍ରାୟ ୭ ଲକ୍ଷ ନିର୍ଦ୍ଦୋଷ ଜୀବନ ହରାଇ ପାରିବେ। ରିପୋର୍ଟର ସହ-ଲେଖକ ଏବଂ ବାର୍ସିଲୋନା ଇନଷ୍ଟିଚ୍ୟୁଟ ଫର୍‌ ଗ୍ଲୋବାଲ ହେଲ୍ଥରେ ଗବେଷକ ଡେଭିଡ ରାସେଲା କହିଛନ୍ତି, ଏହି କଟକଣା ଦୁଇ ଦଶନ୍ଧି ଧରି ସ୍ବାସ୍ଥ୍ୟ ସେବାରେ ହୋଇଥିବା ପ୍ରଗତିକୁ ଗୋଟିଏ ଝଟକାରେ ବନ୍ଦ କିମ୍ବା ଓଲଟାଇ ଦେଇପାରେ।

ଆମେରିକା ଗରିବ ଦେଶଗୁଡ଼ିକୁ ମାନବିକ ସହାୟତା (USAID) ଉପରେ ବ୍ୟାପକ କଟକଣା କରିଛି, ଯାହା ଆଫ୍ରିକୀୟ ଦେଶଗୁଡ଼ିକରେ କ୍ଷୁଧା ଏବଂ କୁପୋଷଣର ପରିସ୍ଥିତିକୁ ଆହୁରି ଖରାପ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାର ଏହି ବର୍ଷ ବିଦେଶୀ ସହାୟତାରେ ୮୩% ହ୍ରାସ କରିଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri