ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀଙ୍କୁ ଗୁଳିକରି ହତ୍ୟା, ଜାତୀୟ ଶୋକ ଘୋଷଣା କରି କହିଲେ ମୁଁ…

ଓ୍ବାଶିଂଟନ,୧୧ା୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଚାର୍ଲି କିର୍କଙ୍କୁ ଗୁରୁବାର ଗୁଳି କରି ହତ୍ୟା କରାଯାଇଛି। ସେ ଉଟା ଭ୍ୟାଲି ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଆସିଥିଲେ। ରାଷ୍ଟ୍ରପତି ଟ୍ରମ୍ପ ଚାର୍ଲି କିର୍କଙ୍କ ହତ୍ୟା ନେଇ ଦୁଃଖ ପ୍ରକାଶ କରିଛନ୍ତି। ଟ୍ରମ୍ପ ନିଜେ ଏକ ସୋସିଆଲ ମିଡିଆ ପୋଷ୍ଟ ଶେୟାର କରି ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି। ଟ୍ରମ୍ପ ଆମେରିକାରେ ଜାତୀୟ ଶୋକ ଘୋଷଣା କରିଛନ୍ତି।

କିର୍କ ଉଟା ଭ୍ୟାଲି ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ଡିବେଟ୍‌ରେ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ସେ ଏକ ଟେଣ୍ଟ୍‌ ତଳେ ମାଇକ୍‌ ଧରି ଭାଷଣ ଦେଉଥିଲେ, ସେତେବେଳେ ହଠାତ୍‌ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳି କିର୍କଙ୍କ ବେକରେ ବାଜିଲା। ଗୁଳି ବାଜିବା ମାତ୍ରେ କିର୍କ ତଳେ ପଡ଼ି ଯାଇଥିଲେ। ତାଙ୍କର ପ୍ରବଳ ରକ୍ତସ୍ରାବ ହୋଇଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଏଠାରେ ଡାକ୍ତରମାନେ କିର୍କଙ୍କୁ ମୃତ ଘୋଷଣା କରିଥିଲେ।

ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ମହାନ ଚାର୍ଲି କିର୍କ ଆଉ ଏହି ଦୁନିଆରେ ନାହାନ୍ତି। ଆମେରିକୀୟ ଯୁବକମାନଙ୍କୁ ତାଙ୍କଠାରୁ ଭଲ କେହି ବୁଝି ନ ଥିଲେ। ସମସ୍ତେ ତାଙ୍କୁ ଭଲ ପାଆନ୍ତି, ସମ୍ମାନ କରନ୍ତି। ମେଲାନିଆ ଏବଂ ମୁଁ ତାଙ୍କ ସ୍ତ୍ରୀ ଏରିକା ଏବଂ ତାଙ୍କ ପରିବାରକୁ ସମବେଦନା ଜଣାଉଛୁ।

ଟ୍ରମ୍ପ ଅନ୍ୟ ଏକ ପୋଷ୍ଟରେ ଲେଖିଛନ୍ତି, ‘ଚାର୍ଲି କିର୍କ ଜଣେ ପ୍ରକୃତ ମହାନ ଆମେରିକୀୟ ଦେଶଭକ୍ତ ଥିଲେ। ତାଙ୍କ ସମ୍ମାନାର୍ଥେ, ମୁଁ ରବିବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆମେରିକାର ସମସ୍ତ ଆମେରିକୀୟ ପତାକା ଅର୍ଦ୍ଧ-ନମିତ ଉଡ଼ାଇବାକୁ ନିର୍ଦ୍ଦେଶ ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ନାଲିଆଖି ଦେଖାଇଲେ ନେପାଳ ସରକାର, ଧମକ ଦେଇ କହିଲେ କାଠମାଣ୍ଡୁର ସମ୍ମତି ବିନା…

କାଠମାଣ୍ଡୁ,୬ା୫: ନେପାଳର ବାଲେନ ସରକାର ଭାରତକୁ ନାଲିଆଖି ଦେଖାଇଛନ୍ତି। ନେପାଳ ସରକାର ମାନସରୋବର ଯାତ୍ରାର ପଥକୁ କଡ଼ା ବିରୋଧ କରିଛନ୍ତି। ଏହା ଭାରତ ଏବଂ ନେପାଳ ମଧ୍ୟରେ…

ତାମିଲନାଡୁରେ ଲାଗିବ ରାଷ୍ଟ୍ରପତି ଶାସନ? ବିଜୟଙ୍କ ବଢିଲା ଟେନଶନ

ଚେନ୍ନାଇ,୬।୫: ତାମିଲନାଡୁର ସମଗ୍ର ରାଜନୈତିକ ଦୃଶ୍ୟପଟ ପରିବର୍ତ୍ତନ ହୋଇଛି। ଥାଲାପଥି ବିଜୟଙ୍କ ଦଳ, ଟିଭିକେର ବିଜୟ ପ୍ରାୟ ଛଅ ଦଶନ୍ଧି ଧରି ରାଜ୍ୟରେ ରହିଥିବା ରାଜନୈତିକ ସମୀକରଣକୁ…

ଇସ୍ତଫା ନ ଦେବା ଉପରେ ଗିରଫ ହେବେ ମମତା ବାନାର୍ଜୀ, କ’ଣ କହୁଛି ଭାରତର ନିୟମ…

କୋଲକାତା,୬।୫: ପଶ୍ଚିମବଙ୍ଗ ରାଜନୀତି ଏପରି ଏକ ମୋଡ଼ ନେଇଛି ଯାହା ବହୁତ କମ ଲୋକ କଳ୍ପନା କରିପାରନ୍ତି। ୨୦୨୬ ନିର୍ବାଚନ ଫଳାଫଳ ରାଜ୍ୟର କ୍ଷମତା ଦୃଶ୍ୟପଟକୁ ସ୍ପଷ୍ଟ…

ମମତାଙ୍କ ପରାଜୟ ନୁହେଁ ଶୁଭେନ୍ଦୁଙ୍କ ବିଜୟ ଖୁସିରେ ଗଦ୍‌ଗଦ୍‌ ବାଂଲାଦେଶ, ଖେଳିଲା ନୂଆ ଚାଲ୍‌!

କୋଲକାତା,୬।୫: ବାଂଲାଦେଶର BNP ଦଳର ନେତା ଏବଂ ସୂଚନା ସଚିବ ଅଜିଜୁଲ ବାରୀ ହେଲାଲ ବଙ୍ଗଳାର ନିର୍ୱାଚନ ଫଳାଫଳରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ସେ ମନ୍ତବ୍ୟ ଦେଇଛନ୍ତି,…

କୁମ୍ଭୀର ପେଟରେ ନିଖୋଜ ବ୍ୟବସାୟୀ! ପୁରା ଘଟଣା ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ପ୍ରାୟ ପ୍ରତିଦିନ ସାରା ବିଶ୍ୱରେ ଏପରି ଘଟଣା ରିପୋର୍ଟ ହୁଏ, ଯାହା ମେରୁଦଣ୍ଡକୁ ଥରହର କରିଦିଏ। ଦକ୍ଷିଣ ଆଫ୍ରିକାରୁ ଏକ ସାମ୍ପ୍ରତିକ ଘଟଣା ଲୋକଙ୍କୁ ସ୍ତବ୍ଧ କରିଦେଇଛି।…

ଏଠାର ପୋଲିସ ସେଠାରେ

କେନ୍ଦ୍ର ଓ ରାଜ୍ୟ ଏବଂ ରାଜ୍ୟ-ରାଜ୍ୟ ମଧ୍ୟରେ ଉତ୍ତମ ସମ୍ପର୍କ ବଜାୟ ରଖିବା ଦିଗରେ ସଂଘୀୟ ବ୍ୟବସ୍ଥା ପ୍ରମୁଖ ଭୂମିକା ନିର୍ବାହ କରିଥାଏ। ହେଲେ ଭାରତରେ ଏହା…

ମମତା ଇସ୍ତଫା ନ ଦେଲେ ସରକାର ଗଠନ କରିପାରିବନି ଭାଜପା! ଜାଣନ୍ତୁ କ’ଣ କହୁଛି ନିୟମ

କୋଲକାତା,୬।୫: ପଶ୍ଚିମବଙ୍ଗରେ ଭାଜପା ଏକ ବଡ଼ ବିଜୟ ହାସଲ କରିବା ପରେ, ସମଗ୍ର ରାଜ୍ୟ ଗେରୁଆ ରଙ୍ଗରେ ପରିପୂର୍ଣ୍ଣ ଦେଖାଯାଉଛି। ନିର୍ବାଚନର ଫଳାଫଳ ଘୋଷଣା ହେବାର ୨୪…

୨ ଭାରତୀୟ ସାମ୍ବାଦିକଙ୍କୁ ପୁଲିଜର ପୁରସ୍କାର: ଜାଣନ୍ତୁ ସେମାନେ କିଏ

ନ୍ୟୁୟର୍କ,୬ା୫(ପିଟି):ସମ୍ପ୍ରତି ଡିଜିଟାଲ ସ୍କାମ୍‌ ବା ସାଇବର ଠକେଇ ବହୁ ମାତ୍ରାରେ ବଢ଼ିଚାଲିଛି। ଉଚ୍ଚ ଶିକ୍ଷିତ ଲୋକମାନେ ମଧ୍ୟ ଏହି ଠକେଇର ଶିକାର ହେଉଛନ୍ତି। ଏହା ସମାଜ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri