ଭାରତକୁ ଛାଡ଼ିବେନି ଟ୍ରମ୍ପ: ସରିଲା ଡେଟ୍‌ଲାଇନ୍‌, ୨୭ ଅଗଷ୍ଟ ରାତି ୧୨.୦୧ରୁ …

ନୂଆଦିଲ୍ଲୀ,୨୬।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍‌ ଲାଗୁ କରିବାକୁ ନୋଟିସ ଜାରି କରିଛନ୍ତି। କୁହାଯାଇଛି ଯେ, ନୂତନ ଟାରିଫ୍‌ ବ୍ୟବସ୍ଥା ୨୭ ଅଗଷ୍ଟ ରାତି ୧୨.୦୧ରୁ ଲାଗୁ ହେବ। ଟ୍ରମ୍ପ ଏବଂ ଭାରତ ମଧ୍ୟରେ ଦୂରତା ଆହୁରି ବଢ଼ିବାକୁ ଯାଉଛି। ଭାରତ ରୁଷିଆରୁ ତେଲ କିଣିବା ଯୋଗୁ ଟ୍ରମ୍ପ କ୍ଷୁବ୍ଧ ଏବଂ ସେ ଏହା ଉପରେ ନିଜର ଅସନ୍ତୋଷ ମଧ୍ୟ ପ୍ରକାଶ କରିଛନ୍ତି।

ଟ୍ରମ୍ପ ପ୍ରଶାସନ କହିଛି ଯେ, ଭାରତ ରୁଷିଆରୁ ତେଲ କ୍ରୟ କରିବା ଜାତୀୟ ସୁରକ୍ଷା ପାଇଁ ଚିନ୍ତାର ବିଷୟ। ଆମେରିକାର ଗୃହ ସୁରକ୍ଷା ବିଭାଗ କଷ୍ଟମ୍ସ ଏବଂ ସୀମା ସୁରକ୍ଷା ମାଧ୍ୟମରେ ଟାରିଫ୍‌ ବିଷୟରେ ସୂଚନା ଶେୟାର କରିଛି। ଟ୍ରମ୍ପ ଏହା ମାଧ୍ୟମରେ ଭାରତ ଉପରେ ଚାପ ବୃଦ୍ଧି କରିବାକୁ ଚାହୁଁଛନ୍ତି। ସେ ପୂର୍ବରୁ ଭାରତ ଉପରେ ୨୫ ପ୍ରତିଶତ ଟାରିଫ୍‌ ଲାଗୁ କରିଥିଲେ, କିନ୍ତୁ ପରେ ଏହାକୁ ୫୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି।

ଟ୍ରମ୍ପ ରୁଷିଆ ସହିତ ସମ୍ପର୍କ ରଖିଥିବା ଦେଶମାନଙ୍କ ଉପରେ ଚାପ ବୃଦ୍ଧି କରୁଛନ୍ତି। ଭାରତ ଏବଂ ରୁଷିଆ ମଧ୍ୟରେ ବହୁତ ଭଲ ବନ୍ଧୁତା ଅଛି ଏବଂ ଉଭୟଙ୍କ ମଧ୍ୟରେ ବାଣିଜ୍ୟ ମଧ୍ୟ ହୁଏ। ଟ୍ରମ୍ପ କହିଛନ୍ତି, ଭାରତ ରୁଷିଆରୁ ତେଲ କିଣି ପରୋକ୍ଷରେ ୟୁକ୍ରେନ ଯୁଦ୍ଧକୁ ପାଣ୍ଠି ଯୋଗାଇ ଦେଉଛି। ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ବହୁତ ଦିନ ଧରି ଯୁଦ୍ଧ ଚାଲିଛି। ଏହାକୁ ସମାପ୍ତ କରିବା ପାଇଁ ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକି ଏବଂ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ସହ ଏକ ବୈଠକ ମଧ୍ୟ କରିଥିଲେ।

ଭାରତର ବୈଦେଶିକ ମନ୍ତ୍ରଣାଳୟ ୫୦ ପ୍ରତିଶତ ଟାରିଫ୍‌କୁ ଭୁଲ ଏବଂ ଅନ୍ୟାୟ ବୋଲି କହିଥିଲା। ଆବଶ୍ୟକତା ଏବଂ ଜାତୀୟ ସ୍ବାର୍ଥକୁ ଧ୍ୟାନରେ ରଖି ରୁଷିଆରୁ ତେଲ କିଣୁଛି। ତେଲ ଯେଉଁଠାରୁ ଶସ୍ତାରେ ମିଳିବ ସେଠାରୁ କିଣାଯିବ ବୋଳି ଭାରତ କହିଥିଲା।

ଭାରତ ଏବଂ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ହେବାକୁ ନ ଥିଲା, ଯାହା ଟ୍ରମ୍ପଙ୍କ ଜିଦ ଯୋଗୁ ଅଟକି ରହିଛି। ଟ୍ରମ୍ପ ଚାହାଁନ୍ତି ଯେ, ଭାରତ ତାଙ୍କ ପାଇଁ କୃଷି ଏବଂ ଦୁଗ୍ଧ କ୍ଷେତ୍ରକୁ ସମ୍ପୂର୍ଣ୍ଣ ଖୋଲି ଦେଉ, କିନ୍ତୁ ଭାରତ ଏଥିପାଇଁ ପ୍ରସ୍ତୁତ ନୁହେଁ। ସେ ଏହି ପ୍ରସଙ୍ଗରେ କହିଛନ୍ତି ଯେ କୃଷକମାନଙ୍କ ସହ ଜଡିତ ପ୍ରସଙ୍ଗରେ କୌଣସି ସାଲିସ ହୋଇପାରିବ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଖରା ସହ କାଳବୈଶାଖୀ; ୧୫ ଯାଏ ସତର୍କ ରହିବାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ)- ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ…

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ହୋମଗାର୍ଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ବଢ଼ିଲା ଦୈନିକ ଭତ୍ତା, ଜାଣନ୍ତୁ ଏବେ ମିଳିବ କେତେ..?

ଭୁବନେଶ୍ୱର,୯।୬(ସୁନୀତ ମିଶ୍ର): ରାଜ୍ୟର ଗୃହରକ୍ଷୀ (Home Guards) ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି…

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

ଅସରପା ବି ଅଟନ୍ତି ବିୟରପ୍ରେମୀ, କାରଣ ଜାଣିଲେ ତାଜୁବ ହେବେ…

ଆଜିକାଲି ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ଦୁନିଆରେ କକ୍ରୋଚ (ଅସରପା) ନାମଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଏହି ଜୀବର ନାମ ଶୁଣିବା ମାତ୍ରେ ଲୋକଙ୍କ…

ଏମ୍‌କେସିଜି ଚିକିତ୍ସକଙ୍କୁ ସମ୍ବର୍ଦ୍ଧନା

ଦିଗପହଣ୍ଡି,୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜର ସ୍ନାୟୁ ଶଲ୍ୟ ବିଭାଗ ମୁଖ୍ୟ ଚିକିତ୍ସକଙ୍କ ସମେତ ଅନ୍ୟସମସ୍ତ ଚିକିତ୍ସକଙ୍କୁ ଖେମୁଣ୍ଡି ଓକିଲ ସଂଘ…

କାଳବୈଶାଖୀ ତାଣ୍ଡବ: ଅନ୍ଧାରରେ ୪ଗାଁ

ଗଞ୍ଜାମ,୯।୬(ବିଦ୍ୟାଧର ସାହୁ): କାଳବୈଶାଖୀ ପ୍ରଭାବରେ ଝଡତୋଫାନ ଘଟି ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମରେ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି। ଝଡ଼ତୋଫାନ ବର୍ଷା ଯୋଗୁ ଅଞ୍ଚଳର…

ଜାପାନ ପରେ ଏବେ ନେପାଳ ବ୍ୟାନ କଲା ଭାରତୀୟ ଆମ୍ୱ; ଆଣିଲା ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ,୯।୬:ଭାରତରେ ଖାଦ୍ୟ, ଫଳ ଓ ପନିପରିବା ଆଦି ଉପରେ ଅତ୍ୟଧିକ ପରିମାଣରେ କେମିକଲ୍ସ ସ୍ପ୍ରେ ଓ ମିଶ୍ରଣ ଯୋଗୁ ଏସବୁ ନେଇ ଲୋକଙ୍କ ଭରସା ଏକପ୍ରକାର ଉଠିଗଲାଣି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri