ପୁଣି ୧୦୦% ଟାରିଫ୍‌ ଲଗାଇବେ ଟ୍ରମ୍ପ! କହିଦେଲେ ସାଂଘାତିକ କଥା…

ଓ୍ବାଶିଂଟନ,୭।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କମ୍ପ୍ୟୁଟର ଚିପ ଓ ସେମିକଣ୍ଡକ୍ଟର ଉପରେ ୧୦୦% ଟାରିଫ (ଶୁଳ୍କ) ଲଗାଇବାକୁ ଘୋଷଣା କରିଛନ୍ତି। ଯଦି କମ୍ପାନୀମାନେ ଆମେରିକାରେ ଉତ୍ପାଦନ ନ କରନ୍ତି ତେବେ ଏହି ଟାରିଫ ଲାଗୁ ହେବ। ଟ୍ରମ୍ପ କହିଛନ୍ତି, ଆମେ ଚିପ ଓ ସେମିକଣ୍ଡକ୍ଟର ଉପରେ ପ୍ରାୟ ୧୦୦% ଟାରିଫ ଲଗାଇବୁ, କିନ୍ତୁ ଯଦି ଆପଣ ଆମେରିକାରେ ଉତ୍ପାଦନ କରୁଛନ୍ତି, ତେବେ କୌଣସି ଶୁଳ୍କ ଲାଗିବ ନାହିଁ। ଏହି ନୀତି ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲ, ଘରୋଇ ଉପକରଣ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀର ମୂଲ୍ୟ ବୃଦ୍ଧିର ଆଶଙ୍କା ସୃଷ୍ଟି କରିଛି। ତେବେ, ଏହା ଭାରତ ପାଇଁ କିଛି ସୁଯୋଗ ମଧ୍ୟ ଆଣିପାରେ।

ଚୀନ ସମେତ ୩ ଦେଶଙ୍କୁ କଡ଼ା ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି। ବୁଧବାର ଟ୍ରମ୍ପ କହିଛନ୍ତି ଯେ, ସେ ୧୦୦% ଟାରିଫ୍ ଲଗାଇବା ପାଇଁ ଯୋଜନା କରୁଛନ୍ତି। ଏହାଦ୍ଵାରା ଆମେରିକାରେ ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲ୍, ଘରୋଇ ଉପକରଣ ଏବଂ ଅନ୍ୟ ଆବଶ୍ୟକ ବସ୍ତୁର ଦାମ୍ ବଢିବ। ତେବେ ଆମେରିକାରେ କମ୍ପ୍ୟୁଟର ଚିପ୍ସ ତିଆରି କରୁଥିବା କମ୍ପାନୀଙ୍କୁ ଏହି ଟାରିଫ୍‌ରୁ ଆଶ୍ଵସ୍ତି ମିଳିବ। କେବଳ ଆମଦାନୀ ଉପରେ ଶୁଳ୍କ ଲାଗିବ। ଆପଲ୍ ସିଇଓ ଟିମ କୁକ୍‌ଙ୍କ ସହ ସାକ୍ଷାତକାର ବେଳେ ଟ୍ରମ୍ପ ଏହା କହିଛନ୍ତି।

ଟ୍ରମ୍ପଙ୍କ ୧୦୦ ପ୍ରତିଶତ ଟାରିଫ୍ ଘୋଷଣାର ପ୍ରଭାବ ସିଧାସଳଖ ଭାବେ ଆମେରିକାର ଉପଭୋକ୍ତାଙ୍କ ଉପରେ ପଡ଼ିବ। ମୋବାଇଲ୍ ଫୋନ, କାର୍, ଟିଭି, ଫ୍ରିଜ୍ ଏବଂ ଅନ୍ୟ ଡିଜିଟାଲ୍ ଉପକରଣ ମହଙ୍ଗା ହେବ। କାରଣ ଏହି ସବୁ ଉପକରଣ ତିଆରିରେ କମ୍ପାନୀଗୁଡ଼ିକର ଖର୍ଚ୍ଚ ବଢିବ। ତେଣୁ ସେମାନେ ମଧ୍ୟ ଏସବୁକୁ ଉଚ୍ଚା ଦରରେ ବିକିବେ। ଏହା ପୂର୍ବରୁ କରୋନା କାଳରେ ଚିପ୍ସର ଅଭାବ ସୃଷ୍ଟି ହୋଇଥିଲା। ଏହି କାରଣରୁ ଗାଡି ଗୁଡ଼ିକର ଦାମ୍ ବଢି ଯାଇଥିଲା। ଏବେ ଟ୍ରମ୍ପଙ୍କ ନୂଆ ନିଷ୍ପତ୍ତି ପରେ ପୁଣି ଥରେ ସେହିଭଳି ସ୍ଥିତି ଉପୁଜିପାରେ।

 


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ନିଷ୍ପତ୍ତି ନେବାକୁ ଯାଉଛନ୍ତି ଟ୍ରମ୍ପ: ଭାରତକୁ ହେବ ବଡ଼ ଫାଇଦା

ଓ୍ବାଶିଂଟନ୍‌,୨୦।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକା ଏବେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇପାରେ। ରିପୋର୍ଟ ଅନୁଯାୟୀ ଆମେରିକା ବର୍ତ୍ତମାନ ସମୁଦ୍ରରେ ଜାହାଜରେ ଫସି ରହିଥିବା…

ଠିକା ସର୍ବସ୍ବ ପାଲଟୁଛି ପ୍ରକଳ୍ପ, କାମରେ ଆସୁନି

ଲୋଇସିଂହା,୨୦।୩(ସୁଶାନ୍ତ ବାରିକ):ଗ୍ରାମାଞ୍ଚଳରେ ସରକାରୀ ଅନୁଦାନରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ହେଉଛି ା ହେଲେ ସେହି ପ୍ରକଳ୍ପଗୁଡିକ ଲୋକଙ୍କ କାମରେ ଆସୁନାହିଁ। ଏଭଳି ଏକ ପ୍ରକଳ୍ପ ହେଉଛି ବର୍ଜ୍ୟବସ୍ତୁ…

ଟ୍ରମ୍ପଙ୍କୁ ନେଇ ବଡ଼ ଖୁଲାସା କଲେ ନେତାନ୍ୟାହୁ: ଚାହିଁ ରହିଗଲା ବିଶ୍ୱ, ଆଗକୁ ହେବ…

ଜେରୁଜେଲମ,୨୦।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶୁକ୍ରବାର ଆମେରିକାକୁ ଇରାନ ସହିତ ଯୁଦ୍ଧକୁ ଟାଣି ନେଇଥିବା ଦାବିକୁ ଖାରଜ କରିଦେଇଛନ୍ତି। ସେ ଏହି ରିପୋର୍ଟଗୁଡ଼ିକୁ ‘ମିଥ୍ୟା ଖବର’…

ଗଛକୁ ପିଟି ଓଲଟିଲା ଅଲ୍ଟୋ କାର, ଚାଲିଗଲା ୨ଜଣଙ୍କ ଜୀବନ

ନନ୍ଦପୁର,୨୦।୩(ତୁଷାର କାନ୍ତ ମହାନ୍ତି):  କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୁରୁବାର ମଧ୍ୟରାତ୍ରରେ…

ମଧ୍ୟପ୍ରାଚ୍ୟ: ଇନ୍ଧନ ପାଲଟିଛି ଅସ୍ତ୍ର

ତେହରାନ୍‌,୨୦।୩: ଆମେରିକା-ଇରାନ୍‌ ଯୁଦ୍ଧକୁ ୨୦ ଦିନ ବିତିଛି । ଉଭୟ ପକ୍ଷ ମଧ୍ୟରେ ଆକ୍ରମଣ-ପ୍ରତ୍ୟାକ୍ରମଣ ଆହୁରି ତୀବ୍ର ହୋଇଛି। ଆମେରିକା ଓ ଇସ୍ରାଏଲ ଇରାନକୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ…

ଶରୀର ପାଇଁ ଉପକାରୀ ପଖାଳ: ମିଳିବ ଏସବୁ ଫାଇଦା

‘ପଖାଳ’ କେବଳ ଏକ ଖାଦ୍ୟ ନୁହେଁ, ବରଂ ଓଡ଼ିଆଙ୍କ ସହ ଜଡ଼ିତ ଏକ ଭାବପ୍ରବଣତା। ସାରା ବିଶ୍ୱରେ ଓଡ଼ିଆମାନେ ଯେଉଁଠି ଥାଆନ୍ତୁ ନା କାହିଁକି ପଖାଳ ପ୍ରତି…

ADR ରିପୋର୍ଟ, ୭୩ ରାଜ୍ୟ ସଭା ସଦସ୍ୟଙ୍କ ନାମରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୨୦।୩(ପି.ଟି.): ରାଜ୍ୟ ସଭାର ମୋଟ ସଦସ୍ୟ ସଂଖ୍ୟାର ପ୍ରାୟ ୩୨ ପ୍ରତିଶତଙ୍କ ନାମରେ ଆପରାଧିକ ମାମଲା ରହିଥିଲାବେଳେ ୧୪ ପ୍ରତିଶତ ଅରବପତି ବୋଲି ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌…

ଉଚ୍ଛେଦ ଆଗରୁ ଥଇଥାନ କର: ଜିଲାପାଳଙ୍କୁ ଫେରାଦ ପଡ଼ାବାସୀ

ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପର୍ଯ୍ୟାୟକ୍ରମେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ରାସ୍ତା ପ୍ରଶସ୍ତୀକରଣ, ଡ୍ରେନ୍‌ ନିର୍ମାଣ ଏବଂ ଅନ୍ୟ ବିକାଶମୂଳକ ପ୍ରକଳ୍ପକୁ ଆଖି ଆଗରେ ରଖି ଏଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri