୧୯୮୭ରେ ରୁଷିଆର ଗୁପ୍ତଚର ଥିଲେ ଟ୍ରମ୍ପ୍‌

ମସ୍କୋ,୨୬ା୨: ୧୯୮୭ରେ ଡୋନାଲ୍ଡ ଟ୍ରମ୍ପ୍‌ ରୁଷିଆର ଗୁପ୍ତଚର ନିଯୁକ୍ତ ହୋଇଥିଲେ ବୋଲି କେଜିବିର ପୂର୍ବତନ ଅଫିସର ଅଲ୍‌ନୁର ମୁସାୟେଭ୍‌ ଅଭିଯୋଗ ଆଣି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ସେତେବେଳେ ଟ୍ରମ୍ପ୍‌ଙ୍କ କୋଡ୍‌ ନେମ୍‌ ‘କ୍ରାସ୍‌ନୋଭ୍‌’ ରଖାଯାଇଥିଲା। ମୁସାୟେଭ୍‌ଙ୍କ ଏହି ଅଭିଯୋଗକୁ ନେଇ ଗଣମାଧ୍ୟମରେ ଜୋର୍‌ଦାର ଚର୍ଚ୍ଚା ହେଉଛି। ଉକ୍ତ ଗୋଇନ୍ଦା ବିଭାଗରେ ଉଚ୍ଚ ପଦବୀରେ ଥିବା କାଜାକିସ୍ତାନୀ ଅଫିସର ମୁସାୟେଭ୍‌ କହିଛନ୍ତି, ୮୦ ଦଶକର ଶେଷ ଭାଗରେ ପୁଞ୍ଜିବାଦ ଜଗତରେ ପ୍ରବେଶ ପାଇଁ ସୋଭିଏତ୍‌ ୟୁନିୟନ ଟ୍ରମ୍ପ୍‌ଙ୍କ ଭଳି ପାଶ୍ଚାତ୍ୟ ଉଦ୍ୟୋଗୀମାନଙ୍କୁ ଟାର୍ଗେଟ କରିଥିଲା। ରିଅଲ୍‌ ଇଷ୍ଟେଟ୍‌ ବ୍ୟବସାୟୀ ଟ୍ରମ୍ପ୍‌ ମସ୍କୋରେ ସମ୍ଭାବ୍ୟ ବ୍ୟବସାୟ ସୁଯୋଗ ବିଶେଷକରି ହୋଟେଲ୍‌ ଖୋଲିବା ପାଇଁ ୧୯୮୭ରେ ସୋଭିଏତ୍‌ ୟୁନିୟନ ଯାଇଥିଲେ। ତେବେ ସୋଭିଏତ୍‌ ନେତାମାନଙ୍କ ସହ ତାଙ୍କର ବୈଠକ କେବଳ ବ୍ୟାବସାୟିକ ନ ଥିଲା। ତାଙ୍କ ଗସ୍ତର ପ୍ରକୃତ ଉଦ୍ଦେଶ୍ୟ ସୋଭିଏତ୍‌ ଗୋଇନ୍ଦା ଏଜେଣ୍ଟ ଭାବେ ତାଲିକାଭୁକ୍ତ ହେବା ଥିଲା ବୋଲି ମୁସାୟେଭ୍‌ କହିଛନ୍ତି। ୮୦ ଦଶକର ଗୋଇନ୍ଦା ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ, ଖ୍ୟାତନାମା ପାଶ୍ଚାତ୍ୟ ବ୍ୟକ୍ତିଙ୍କୁ ଗୁପ୍ତଚର ବା ସୂଚନାଦାତା ଭାବେ ନିଯୁକ୍ତି ପାଇଁ କେଜିବି ସକ୍ରିୟ ଭାବେ ଉଦ୍ୟମ ଚଳାଇଥିଲା। ଟ୍ରମ୍ପ୍‌ଙ୍କ କେଜିବି ଫାଇଲ ଏବେ ବି ଖୋଲା ରହିଛି ଏବଂ ତାଙ୍କ ଘନଷ୍ଠ ବନ୍ଧୁ ତଥା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଏହାକୁ ପରିଚାଳନା କରୁଛନ୍ତି ବୋଲି ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ଯଦିଓ ମୁସାୟେଭଙ୍କ ଅଭିଯୋଗର କୌଣସି ପ୍ରମାଣ ନାହିଁ, ଟ୍ରମ୍ପ୍‌ ସୋଭିଏଟ୍‌ର ଏକ ଆସେଟ୍‌ ବୋଲି ପୂର୍ବରୁ ରହିଥିବା ଧାରଣାକୁ ଏହା ଜାଗ୍ରତ କରିଛି। ତେବେ ଟ୍ରମ୍ପ୍‌ ଅଭିଯୋଗକୁ ଖଣ୍ଡନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri