ଆମେରିକୀୟଙ୍କୁ ସତର୍କ କରାଇଲେ ଟ୍ରମ୍ପ, ଓଡ଼ିଶା ଯାଉଥିଲେ ରାତିରେ ବାହାରନ୍ତୁନି…

ନୂଆଦିଲ୍ଲୀ, ୨୨।୬: ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ହଠାତ ଭାରତ ପାଇଁ ଯାତ୍ରା ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଯେଉଁଥିରେ ଆମେରିକୀୟଙ୍କୁ “ଅଧିକ ସତର୍କତା ଅବଲମ୍ବନ କରିବାକୁ” ଅନୁରୋଧ କରାଯାଇଛି। ଭାରତରେ “ଅପରାଧ, ବଳାତ୍କାର ଏବଂ ଆତଙ୍କବାଦ” କାରଣରୁ ଏହା ଜାରି କରାଯାଇଛି, ଏବଂ କେତେକ ଅଞ୍ଚଳରେ ବିପଦ ଅଧିକ ରହିଛି।

ମାର୍ଗଦର୍ଶିିକାରେ କୁହାଯାଇଛି, “ବଳାତ୍କାର ଭାରତରେ ସବୁଠାରୁ ଦ୍ରୁତ ବୃଦ୍ଧି ପାଉଥିବା ଅପରାଧମାନଙ୍କ ମଧ୍ୟରୁ ଅନ୍ୟତମ। ପର୍ଯଟନ ସ୍ଥାନ ଏବଂ ଅନ୍ୟ ଅଞ୍ଚଳରେ ଯୌନ ଆକ୍ରମଣ ଭଳି ହିଂସାତ୍ମକ ଅପରାଧ ଘଟୁଛି। ଆତଙ୍କବାଦୀମାନେ ବିନା ପୂର୍ବ ସୂଚନାରେ ଆକ୍ରମଣ କରିପାରନ୍ତି। ସେମାନେ ପର୍ଯଟନ ସ୍ଥାନ, ପରିବହନ କେନ୍ଦ୍ର, ବଜାର, ଶପିଂ ମଲ୍‌ ଏବଂ ସରକାରୀ ସ୍ଥାନଗଡିକୁ ଟାର୍ଗେଟ କରନ୍ତି।” ଏହା ମଧ୍ୟ କୁହାଯାଇଛି ଯେ ଆମେରିକା ସରକାରଙ୍କ ପାଖରେ ଗ୍ରାମାଞ୍ଚଳରେ ଆମେରିକୀୟ ନାଗରିକମାନଙ୍କୁ ଜରୁରୀ ସେବା ପ୍ରଦାନ କରିବାର ସାମର୍ଥ୍ୟ ସୀମିତ। ଏହି ଅଞ୍ଚଳ ପୂର୍ବୀ ମହାରାଷ୍ଟ୍ର ଏବଂ ଉତ୍ତର ତେଲଙ୍ଗାନାରୁ ପଶ୍ଚିମ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ବ୍ୟାପିଛି।

ଭାରତରେ ବଳାତ୍କାର ଦ୍ରୁତ ଗତରେ ବୃଦ୍ଧି ପାଉଥିବ ଅପରାଧ ମଧ୍ୟରେ ଅନ୍ୟତମ ବୋଲି ଆମେରିକା ଉଲ୍ଲେଖ କରିଛି। ପର୍ଯ୍ୟଟନସ୍ଥଳୀ ଓ ଅନ୍ୟାନ୍ୟ ସ୍ଥାନରେ ହିସାଂତ୍ମକ ଅପରାଧ ଘଟୁଥିବା ଆମେରିକା କହିଛି। ମାର୍ଗଦର୍ଶିକାରେ ମହିଳାମାନଙ୍କୁ ବିଶେଷ ଭାବେ ରାତିରେ ଏକାକୀ ଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି। ଏହା ପୂର୍ବରୁ ମଧ୍ୟ, 2019 ଏବଂ 2021ରେ ଆମେରିକା ଦୂତାବାସ ମହିଳା ନିରାପତ୍ତା ନେଇ ସମାନ ସତର୍କତା ଜାରି କରିଥିଲା। ନିର୍ଦ୍ଦେଶିକାରେ ଆହୁରି କୁହାଯାଇଛି ଯେ ଯାତ୍ରୀମାନେ ସେଟେଲାଇଟ ଫୋନ ବା GPS ଡିଭାଇସ ସାଙ୍ଗରେ ନ ଆଣିବା ଉଚିତ, କାରଣ ଏହା ଭାରତରେ ବେଆଇନ ଏବଂ $200,000 ଜରିିମାନା ବା ଜେଲ ଦଣ୍ଡ ହୋଇପାରେ।

ନିର୍ଦ୍ଦେଶିକାରେ କେତେକ ଅଞ୍ଚଳକୁ “ଯାତ୍ରା ନ କରିବା” (ଲେବଲ-୪) ଶ୍ରେଣୀରେ ରଖାଯାଇଛି। ଏହା ମଧ୍ୟରେ ଜମ୍ମୁ ଓ କଶ୍ମୀର (ପୂର୍ବୀ ଲଦାଖ ଏବଂ ଲେହ ବ୍ୟତୀତ), ଭାରତ-ପାକିସ୍ତାନ ସୀମାରୁ ୧୦ କିଲୋମିଟର ମଧ୍ୟରେ ଥିବା ଅଞ୍ଚଳ, ବିହାର, ଝାଡଖଣ୍ଡ, ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ ଓ ମେଘାଳୟର କେତେକ ଅଞ୍ଚଳ ଅନ୍ତର୍ଭୁକ୍ତ। ଏହି ଅଞ୍ଚଳଗୁଡିକ ଆତଙ୍କବାଦ, ନାଗରିକ ଅଶାନ୍ତି, ଏବଂ ନକ୍ସଲବାଦୀ ଆକ୍ରମଣ ଭଳି ବିପଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?