ପୁଣି ଚେତାବନୀ ଦେଲେ ଟ୍ରମ୍ପ: ମୋ ପଦ ଗ୍ରହଣ ପୂର୍ବରୁ କଥା ମାନିନିଅ, ନଚେତ୍‌ ଭୋଗିବ ପରିଣାମ

ଓ୍ବାଶିଂଟନ,୩।୧୨:ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ପୂର୍ବରେ ଚାଲିଥିବା ବନ୍ଧକ ସଙ୍କଟ ସମ୍ପର୍କରେ ହମାସକୁ ଦୃଢ ଚେତାବନୀ ଦେଇଛନ୍ତି। ହମାସକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ପ୍ରଦାନ କରି ସେ ସ୍ପଷ୍ଟ ଭାବରେ କହିଛନ୍ତି, ଯଦି ଜାନୁୟାରୀ ୨୦, ୨୦୨୫ ପୂର୍ବରୁ ବନ୍ଧକଙ୍କୁ ମୁକ୍ତ କରାଯିବନାହିଁ, ଅର୍ଥାତ୍‌ ହ୍ବାଇଟ ହାଉସରେ ସେ ଦାୟିତ୍ୱ ଗ୍ରହଣ କରିବେ, ତା’ହେଲେ ସେମାନଙ୍କୁ ବହୁ ମୂଲ୍ୟ ଦେବାକୁ ପଡିବ।
ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଟ୍ରମ୍ପ ଏହି ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି ଆମେରିକା ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପର୍ଯ୍ୟନ୍ତ ଏହା କରା ନ ଯାଏ, ତେବେ ଏହା ନିଶ୍ଚିତ ଯେ ମଧ୍ୟ ପୂର୍ବରେ ଏକ ବଡ଼ ମୂଲ୍ୟ ଦେବାକୁ ପଡ଼ିବ ଏବଂ ଯେଉଁମାନେ ମାନବିକତା ବିରୋଧରେ ଏହି ଅତ୍ୟାଚାର କରିଛନ୍ତି ସେମାନଙ୍କୁ ମଧ୍ୟ କ୍ଷତି ସହିବାକୁ ପଡ଼ିବ।
ସୂଚନାଯୋଗ୍ୟ ଯେ, ଅକ୍ଟୋବର ୭ରେ ହମାସ ଇସ୍ରାଏଲ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିଲା, ଯାହା ଏକ ନୂତନ ଯୁଦ୍ଧ ଆରମ୍ଭ କରିଥିଲା। ସେହି ଆକ୍ରମଣରେ ୧,୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ୨୫୦ରୁ ଅଧିକ ଲୋକ ବନ୍ଧକ ହୋଇଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ୧୦୦ ଜଣ ହମାସରେ ବନ୍ଦୀ ଅବସ୍ଥାରେ ଅଛନ୍ତି। ହମାସ ଆକ୍ରମଣର ଜବାବରେ ଇସ୍ରାଏଲ ଗାଜାରେ ହମାସ ବେସକୁ ଟାର୍ଗେଟ କରି ପ୍ରତିଶୋଧ ପରାୟଣ କରିଥିଲା। ଇସ୍ରାଏଲର ପ୍ରତିଶୋଧ ଯୋଗୁ ଗାଜାରେ ୪୫,୦୦୦ରୁ ଅଧିକ ପାଲେଷ୍ଟାଇନୀୟଙ୍କର ମୃତ୍ୟୁ ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ୍‌ଙ୍କ ଶପଥ ଉତ୍ସବରେ ଯୋଗଦେବେ ଅମ୍ବାନୀ ଦମ୍ପତି

ଓ୍ବାଶିଂଟନ,୧୯।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଶପଥଗ୍ରହଣ ଉତ୍ସବରେ ଆମେରିକାର ପ୍ରଭାବଶାଳୀ ବିଲିୟନେୟାର ଏବଂ ରାଜନେତା ତଥା ବିଦେଶୀ ନେତା ଓ ସେଲିବ୍ରିଟିମାନଙ୍କ ସହ ଭାରତର...

ଗାଜାରେ ଥମିଗଲା ବନ୍ଧୁକର ଗର୍ଜନ

ତେଲ ଆଭିବ,୧୯।୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ସଂଘର୍ଷରେ ଶେଷରେ ଏକ ଯୁଦ୍ଧବିରତି ହୋଇଛି। ରବିବାର ଶେଷ ମୁହୂର୍ତ୍ତରେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ଚେତାବନୀ ଦେଇଥିଲେ...

ବନ୍ଦ ହେଲା ଟିକ୍‌ଟକ୍‌, ଟ୍ରମ୍ପଙ୍କ ନାଁ ନେଇ ୟୁଜର୍ସଙ୍କୁ କମ୍ପାନୀ କହିଲା…

ଓ୍ବାଶିଂଟନ,୧୯।୧: ଭାରତ ପରେ, TikTok ଏବେ ଆମେରିକାରେ ମଧ୍ୟ କାମ କରିବା ବନ୍ଦ କରିଦେଇଛି। ପ୍ରତିବନ୍ଧକର ଗୋଟିଏ ଘଣ୍ଟା ପୂର୍ବରୁ, ଶନିବାର ବିଳମ୍ବିତ ରାତିରେ ଏହି...

ବିଷ ପାଲଟିଲାଣି ବାଂଲାଦେଶର ବାୟୁ, ହଜାରେ କୋଟିରୁ ଅଧିକ କ୍ଷତି

ଢାକା,୧୯।୧: ବାଂଲାଦେଶରେ ବର୍ଷକୁ ବର୍ଷ ଖରାପ ହେଉଥିବା ବାୟୁ ଗୁଣବତ୍ତା ଏବେ ବିନାଶକାରୀ ହେବାରେ ଲାଗିଛି। ଏଠାରେ, ବାୟୁ ପ୍ରଦୂଷଣ ଯୋଗୁଁ ପ୍ରତିବର୍ଷ ଏକ ଲକ୍ଷରୁ...

ଯୁଦ୍ଧ ପାଇଁ ଜାପାନରୁ ପ୍ରୟାଗରାଜ, ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ମହାକୁମ୍ଭରେ ହେବ ଯଜ୍ଞ

ପ୍ରୟାଗରାଜ/ଟୋକିଓ,୧୯।୧: ଜାପାନରୁ ମହାମଣ୍ଡଳେଶ୍ୱର ଯୋଗ ମାତା କୈଲାଦେବୀ (ପୂର୍ବ ନାମ କେଇକୋ ଆଇକାୱା)ଙ୍କ ପ୍ରାୟ ୧୫୦ ଜଣ ଜାପାନୀ ଶିଷ୍ୟ ଜାନୁଆରୀ ୨୬ ତାରିଖରେ ମହାକୁମ୍ଭକୁ...

ବାଂଲାଦେଶ ସୀମାରେ ମହାଭାରତ

ଢାକା/କୋଲକାତା,୧୮।୧: ପଶ୍ଚିମବଙ୍ଗର ବାଂଲାଦେଶ ସୀମାରେ ଏକ ବଡ଼ ଉତ୍ତେଜନା ଦେଖାଦେଇଥିଲା। ବାଡ଼ ଅଭାବରୁ, ଶହ ଶହ ବାଂଲାଦେଶୀ ଚାଷୀ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ।...

ସୁପ୍ରିମକୋର୍ଟରେ ଫୁଟିଲା ଗୁଳି, ୨ ବିଚାରପତି ମୃତ

ତେହରାନ,୧୮।୧: ଇରାନର ରାଜଧାନୀ ତେହେରାନରେ ଥିବା ସୁପ୍ରିମକୋର୍ଟ କୋଠାରେ ଜଣେ ଆକ୍ରମଣକାରୀ ଗୁଳି ଚଳାଇବାରୁ ୨ଜଣ ବିଚାରପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଇରାନୀ ଗଣମାଧ୍ୟମ ଅନୁସାରେ,...

ମା’ଙ୍କ ଉପହାର ସହ ଶପଥ ନେବେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୧୮।୧: ସୋମବାର ଜାନୁଆରୀ ୨୦ରେ ଆମେରିକାର ରାଷ୍ଟ୍ରପତି ପଦର ଶପଥ ଗ୍ରହଣ ଉତ୍ସବରେ ଡୋନାଲ୍ଡ ଟ୍ରମ୍ପ ଦୁଇଟି ବାଇବଲ ଧରିବେ। ଏଥିମଧ୍ୟରୁ ଗୋଟିଏ ତାଙ୍କୁ ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri