ଦ୍ୱିତୀୟ ପାଳି ପାଇଁ ଟ୍ରମ୍ପ୍‌ ପ୍ରସ୍ତୁତ

ଓ୍ବାଶିଂଟନ,୨୯ା୮: ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ଆଉ ୩ ମାସ ବାକି ଥିବାବେଳେ ଉଭୟ ଶାସକ ରିପବ୍ଲିକାନ୍‌ ଓ ବିରୋଧୀ ଡେମୋକ୍ରାଟିକ୍‌ ପାର୍ଟି ପକ୍ଷରୁ ପ୍ରଚାର ଅଭିଯାନକୁ ଜୋର୍‌ଦାର କରାଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ପାଳି ପାଇଁ ଗୁରୁବାର ରିପବ୍ଲିକାନ୍‌ ପାର୍ଟିର ନାମାଙ୍କନ ସ୍ବୀକାର କରିଛନ୍ତି। ସେ ଏକୁଟିଆ ସମାଜବାଦ, ଅରାଜକତା ଓ କଠୋରପନ୍ଥୀ ତତ୍ତ୍ୱ ବିରୋଧରେ ପ୍ରାଚୀର ସଦୃଶ ଛିଡ଼ା ହୋଇଥିବା ଟ୍ରମ୍ପ୍‌ ଦୃଢ଼ୋକ୍ତି ବାଢ଼ିଛନ୍ତି। ଏହାସହ ଡେମୋକ୍ରାଟିକ୍‌ ପ୍ରତିଦ୍ୱନ୍ଦ୍ୱୀ ଜୋ ବିଡେନ୍‌ ବିଜୟୀ ହେଲେ ଆମେରିକାରେ ସଙ୍କଟ ଆହୁରି ଜଟିଳ ହେବ ବୋଲି ସତର୍କ କରାଇଛନ୍ତି।
ଆମେରିକାରେ କୋଭିଡ୍‌-୧୯ ଯୋଗୁ ଅର୍ଥନୀତି ବହୁଳ ଭାବେ ପ୍ରଭାବିତ ହୋଇଛି। ଲୋକେ ଜୀବିକା ହରାଇ ବେକାର ହେବାରେ ଲାଗିଛନ୍ତି। ଏପରି ସମୟରେ ସେପ୍ଟେମ୍ବର ୩ରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ରାଷ୍ଟ୍ରପତି ଟ୍ରମ୍ପ୍‌ ଓ ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ ପୁନଃ ନିର୍ବାଚିତ ହେବା ପାଇଁ ମଇଦାନକୁ ଓହ୍ଲାଇଥିବାବେଳେ ସେମାନଙ୍କୁ ଚେକ୍‌ ଦେବା ଲାଗି ଅଣ୍ଟା ଭିଡ଼ିଛନ୍ତି ଡେମୋକ୍ରାଟିକ୍‌ ପ୍ରାର୍ଥୀ ଜୋ ବିଡେନ ଏବଂ ତାଙ୍କର ରନିଂ ମେଟ୍‌ କମଲା ହାରିସ୍‌। ଭାରତୀୟ-ଆଫ୍ରିକୀୟ ହାରିସ୍‌ଙ୍କ ପ୍ରାର୍ଥତ୍ତ୍ୱ ନିର୍ବାଚନର ମୋଡ଼ ବଦଳାଇଦେଇଥିବାରୁ ରିପବ୍ଲିକାନ୍‌ ଏବେ ଆକ୍ରମଣାମତ୍କ ରଣନୀତି ଆପଣାଇଛନ୍ତି। ରାଷ୍ଟ୍ରପତିଙ୍କ ବାସଭବନକୁ ରାଜନୀତି ପାଇଁ ବ୍ୟବହାର କରାଯାଉଛି ବୋଲି ଅଭିଯୋଗ ହେଉଥିବାବେଳେ ହ୍ବାଇଟ୍‌ ହାଉସ୍‌ର ସାଉଥ୍‌ ଲନ୍‌ରେ ଏକ ପ୍ରେସ୍‌ କନ୍‌ଫରେନ୍ସକୁ ସମ୍ବୋଧିତ କରି ବିଡେନ୍‌-ହାରିସ୍‌ ଯୋଡ଼ିକୁ ଟାର୍ଗେଟ କରିଛନ୍ତି ଟ୍ରମ୍ପ୍‌। ରିପବ୍ଲିକାନ୍‌ ନ୍ୟାଶନାଲ କନ୍‌ଫରେନ୍ସର ଚତୁର୍ଥ ସନ୍ଧ୍ୟାରେ ଟ୍ରମ୍ପ୍‌ କହିଛନ୍ତି, ଆମେ ଆମେରିକାର ସ୍ବପ୍ନକୁ ସାକାର କରିବା ନା ଏକ ସମାଜବାଦୀ କାର୍ଯ୍ୟସୂଚୀକୁ ନିଜ ଉଦ୍ୟମରେ ନିର୍ଦ୍ଧାରଣ କରିଥିବା ଭାଗ୍ୟକୁ ଧ୍ୱସ୍ତବିଧ୍ୱସ୍ତ ହେବାକୁ ଅନୁମତି ଦେବା ତାହା ଏହି ନିର୍ବାଚନ ସ୍ଥିର କରିବ। ଆମେ ଆଇନର ଅନୁପାଳନ କରି ଆମେରିକୀୟଙ୍କୁ ସୁରକ୍ଷା ଦେବା ନା ନିଜ ନାଗରିକମାନଙ୍କ ପ୍ରତି ବିପଦ ସୃଷ୍ଟିକାରୀ ଅରାଜକ ଆନ୍ଦୋଳନକାରୀ ଓ ଅପରାଧୀମାନଙ୍କୁ ମୁକୁଳା ଛାଡ଼ିଦେବା ତାହା ମଧ୍ୟ ଏହି ଲଢ଼େଇରୁ ନିର୍ଦ୍ଧାରିତ ହେବ। କରୋନା ଭାଇରସ୍‌ ଭୟ ସତ୍ତ୍ୱେ ଟ୍ରମ୍ପ୍‌ ୧,୦୦୦ରୁ ଅଧିକ ଲୋକଙ୍କ ସାମ୍ନାରେ ନିଜ ବକ୍ତବ୍ୟ ରଖିଥିଲେ। ତାଙ୍କ ଆଗରେ କେତେଜଣ ସମର୍ଥକ ଜାତୀୟ ପତାକା ଉଡ଼ାଇ ସ୍ଳୋଗାନ ଦେଉଥିଲେ ଆଉ ୪ ବର୍ଷ! ୟୁଏସ୍‌ଏ! ଟ୍ରମ୍ପ୍‌ଙ୍କ ଭାଷଣ ସ୍ଥଳରେ ତାଙ୍କ ବିରୋଧରେ ବିକ୍ଷୋଭକାରୀଙ୍କ ସ୍ଲୋଗାନ ମଧ୍ୟ ଶୁଣିବାକୁ ମିଳିଥିଲା।
୨୦୧୬ରେ ଅଶାନ୍ତି ଓ ଅପରାଧକୁ ଶେଷ କରିବା ପାଇଁ ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିତିଥିବା ଟ୍ରମ୍ପ୍‌ ଏହାକୁ ପାଳନ କରିବାରେ ବିଫଳ ହୋଇଥିବା ବିରୋଧୀ ଅଭିଯୋଗ ଆଣୁଛନ୍ତି। ଏହାସତ୍ତ୍ୱେ ଟ୍ରମ୍ପ୍‌ କହିଛନ୍ତି, ଡେମୋକ୍ରାଟିକ୍‌ ନୋମିନି ବିଡେନଙ୍କ ଆମେରିକାରେ କେହି ସୁରକ୍ଷିତ ରହିବେ ନାହିଁ। ଅନ୍ୟପକ୍ଷରେ ରାଷ୍ଟ୍ରପତିଙ୍କୁ ଏହାର ଜବାବ ଦେବାରେ ବିଳମ୍ବ ନ କରି ବିଡେନ୍‌ ଟୁଇଟ୍‌ କଲେ, ନିଜ ଆଖପାଖରେ ଦେଖନ୍ତୁ ଓ ନିଜକୁ ପ୍ରଶ୍ନ କରନ୍ତୁ ଯେ, ଟ୍ରମ୍ପ୍‌ଙ୍କ ଆମେରିକାରେ ଆପଣମାନେ କେତେ ସୁରକ୍ଷିତ ମଣୁଛନ୍ତି। ଇତିମଧ୍ୟରେ କରୋନା ଭାଇରସ୍‌ ସଂକ୍ରମଣ ଦୃଷ୍ଟିରୁ ଦୁଇ ପ୍ରମୁଖ ରାଜନୈତିକ ଦଳ ନିଜ ନିଜ କନ୍‌ଭେନଶନ ବଢ଼ାଇଦେଇଛନ୍ତି ଏବଂ ଅଧିକାଂଶ ଇଭେଣ୍ଟ ଭର୍ଚୁଆଲ ହେଉଛି। ଜରୁରୀ ସ୍ବାସ୍ଥ୍ୟ ସତର୍କତାକୁ ଧ୍ୟାନରେ ରଖି ରାଲି କରାଯାଉଥିବା ଟ୍ରମ୍ପ୍‌ଙ୍କ କ୍ୟାମ୍ପେନ ଟିମ୍‌ କହିଛି।

ଆଗରେ ବଡ଼ ଚ୍ୟାଲେଞ୍ଜ
କୋଭିଡ୍‌-୧୯ ଯୋଗୁ ଆମେରିକାରେ ୧୮୦,୦୦୦ ଲୋକ ପ୍ରାଣ ହରାଇଲେଣି, ଯାହାକି ବିଶ୍ୱରେ ସର୍ବାଧିକ। ଅର୍ଥନୀତି ବହୁଳ ଭାବେ ପ୍ରଭାବି ହୋଇ ବେକାରି ସଂଖ୍ୟା ବଢ଼ିଚାଲିଛି। ଏସବୁ ଭିତରେ କୃଷ୍ଣକାୟଙ୍କ ପ୍ରତି ପୋଲିସର କ୍ରମାଗତ ବର୍ବରତା ଟ୍ରମ୍ପ୍‌ଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ବର୍ତ୍ତମାନ ସୁଦ୍ଧା ଆସିଥିବା ଓପିନିୟନ୍‌ ପୋଲ୍‌ ପରିଣାମ ଟ୍ରମ୍ପ୍‌ଙ୍କୁ ନିରାଶ କରିଛି। କରୋନା ମହାମାରୀକୁ ନେଇ ଅଧିକାଂଶ ଲୋକ ଟ୍ରମ୍ପ୍‌ଙ୍କ ନୀତିଗୁଡ଼ିକୁ ସମାଲୋଚନା କରିଛନ୍ତି। ଟ୍ରମ୍ପ୍‌ଙ୍କଠାରୁ ଡେମୋକ୍ରାଟିକ୍‌ ପ୍ରତିଦ୍ୱନ୍ଦ୍ୱୀ ଜୋ ବିଡେନ ଆଗରେ ଥିବା ଅଧିକାଂଶ ସର୍ଭେରୁ ଜଣାପଡ଼ିଛି। ଏହାସତ୍ତ୍ୱେ ରିପବ୍ଲିକାନ୍‌ ଭୋଟରଙ୍କ ମଧ୍ୟରେ ଟ୍ରମ୍ପ୍‌ ନିଜ ଲୋକପ୍ରିୟତା ବଜାୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri