ଟ୍ରମ୍ପ୍‌ ଦୋଷୀ, ଦଣ୍ଡମୁକ୍ତ

ନ୍ୟୁୟର୍କ,୧୨।୧: ୭୮ ବର୍ଷୀୟ ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଜଷ୍ଟିସ୍‌ ଜୁଆନ୍‌ ମର୍ଚାନ୍‌ ଦୋଷୀ ସାବ୍ୟସ୍ତ କରିବା ସହ ନିଃସର୍ତ୍ତରେ ଦଣ୍ଡମୁକ୍ତ କରିଛନ୍ତି। ଆପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆମେରିକାର ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବାରେ ଟ୍ରମ୍ପ୍‌ ହେଉଛନ୍ତି ପ୍ରଥମ। ରାୟ ଶୁଣାଇବାବେଳେ ମର୍ଚାନ କହିଛନ୍ତି, ଟ୍ରମ୍ପ୍‌ଙ୍କୁ ସେ ବିନା କୌଣସି ଜେଲଦଣ୍ଡ କିମ୍ବା ଜରିମାନାରେ ଦୋଷୀସାବ୍ୟସ୍ତ କରିଛନ୍ତି। କାରଣ ଆମେରିକା ସମ୍ବିଧାନ ରାଷ୍ଟ୍ରପତିମାନଙ୍କୁ ଆପରାଧିକ ଦଣ୍ଡ ଭୋଗିବାରୁ ଊର୍ଦ୍ଧ୍ୱରେ ରଖିଆସିଛି। ସେ ହ୍ବାଇଟ୍‌ ହାଉସ୍‌କୁ ଯିବାକୁ ଥିବାରୁ ନିଃସର୍ତ୍ତରେ ତାଙ୍କ ଦଣ୍ଡକୁ ରଦ୍ଦ କରାଯାଉଥିଲେ ମଧ୍ୟ ରାଷ୍ଟ୍ରପତି ହେବା ପରେ ବି ତାଙ୍କ ଅପରାଧର ଗମ୍ଭୀରତା କୌଣସି ପ୍ରକାରେ ହ୍ରାସ ପାଇବ ନାହିଁ। ସମସ୍ତ ୩୪ ଅଭିଯୋଗରେ ଟ୍ରମ୍ପ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଶେଷରେ ଜଷ୍ଟିସ୍‌ ମର୍ଚାନ୍‌ ଟ୍ରମ୍ପ୍‌ଙ୍କୁ କହିଥିଲେ, ସାର୍‌, ଦ୍ୱିତୀୟ ଥର ରାଷ୍ଟ୍ରପତି ପଦ ଅଳଙ୍କୃତ କରିବାକୁ ଯାଉଥିବାରୁ ଆପଣଙ୍କୁ ଶୁଭେଚ୍ଛା ଜଣାଉଛି।
ଅନ୍ୟପକ୍ଷେ ନିଜ ଓକିଲଙ୍କ ସହ ଭିଡିଓ କନ୍‌ଫରେନ୍ସ ଜରିଆରେ କୋର୍ଟରେ ହାଜର ହୋଇଥିବା ଟ୍ରମ୍ପ୍‌ ନିଜକୁ ନିର୍ଦ୍ଦୋଷ ବୋଲି ଦର୍ଶାଇଥିଲେ। ଶୁଣାଣି ପାଇଁ କୋର୍ଟରୁମ୍‌ରେ ସ୍ବତନ୍ତ୍ର ଟିଭି ସ୍କ୍ରିନ୍‌ର ବ୍ୟବସ୍ଥା କରାଯାଇଥିଲା। ପଛରେ ରହିଥିଲା ଦୁଇଟି ଆମେରିକୀୟ ପତାକା। ଟ୍ରମ୍ପ୍‌ କହିଥିଲେ, ଏହି ଅଭିଯୋଗ ତାଙ୍କୁ ପୁନଃ ନିର୍ବାଚିତ ହେବାରୁ ବାଦ୍‌ ଦେବା ପାଇଁ ଏକ ବିଫଳ ପ୍ରୟାସ ଥିଲା। ‘ମୁଁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ, କିଛି ଭୁଲ୍‌ କାର୍ଯ୍ୟ କରିନାହିଁ’ ବୋଲି ସେ କହିଥିଲେ।
ଗତବର୍ଷ ୬ ସପ୍ତାହ ଧରି ଚାଲିଥିବା ମାମଲାର ଶୁଣାଣି ବେଳେ ଟ୍ରମ୍ପ୍‌ ପକ୍ଷ ରଖିବା ପରିବର୍ତ୍ତେ ମର୍ଚାନ ଏବଂ ତାଙ୍କ ବିରୋଧରେ ମାମଲା ଲଢ଼ୁଥିବା ମ୍ୟାନ୍‌ହାଟ୍ଟନ୍‌ ଡିଷ୍ଟ୍ରିକ୍ଟ ଆଟର୍ନି ଅଲ୍‌ଭିନ୍‌ ବ୍ରାଗ୍‌ଙ୍କୁ ଅପମାନିତ କରିଥିଲେ। ବ୍ରାଗ୍‌ଙ୍କ ଅଫିସ୍‌ର ଆଇନଜୀବୀ ଜୋଶୁଆ ଷ୍ଟେଇନ୍‌ଗ୍ଲାସ୍‌ କହିଥିଲେ, ଶୁଣାଣି ଚାଲିଥିବାବେଳେ ଟ୍ରମ୍ପ୍‌ ଉକ୍ତ ମାମଲାର ଆଇନଗତ ବୈଧତାକୁ ନୂ୍ୟନ କରିବା ପାଇଁ ଜାଣିଶୁଣି କ୍ୟାମ୍ପେନ୍‌ କରିଥିଲେ, ଯାହାକି ବିଚାର ବ୍ୟବସ୍ଥାକୁ ନିନ୍ଦିତ କରିବା ପାଇଁ ଉଦ୍ଦେଶ୍ୟମୂଳକ ଅପଚେଷ୍ଟା। ଅନ୍ୟପକ୍ଷରେ ଟ୍ରମ୍ପ୍‌ ସଦ୍ୟ ରାୟ ବିରୋଧରେ ଉଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇପାରିବେ। ସ୍ଥଗିତାଦେଶ ପାଇଁ ସେ ଦାଖଲ କରିଥିବା ପିଟିଶନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ।
୨୦୦୬ ଜୁଲାଇରେ ଟ୍ରମ୍ପ୍‌ ୨୭ ବର୍ଷୀୟା ପର୍ନ ଆକ୍ଟେସ୍‌ ଷ୍ଟର୍ମି ଡାନିଏଲ୍ସଙ୍କ ସହ ଲେକ୍‌ ତାହୋଏ ହୋଟେଲରେ ଯୌନ ସମ୍ପର୍କ ରଖିଥିଲେ। ଏହି ଗୁପ୍ତ ଶାରୀରିକ ସମ୍ପର୍କ ଦୁହଁିଙ୍କ ମଧ୍ୟରେ ସୀମିତ ଥିଲା। ୨୦୧୬ରେ ଟ୍ରମ୍ପ୍‌ ରିପବ୍ଲିକାନ୍‌ ପାର୍ଟିରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିଲେ। ନିର୍ବାଚନ ବେଳେ ଏହା ପ୍ରଘଟ ହେଲେ ଅଡ଼ୁଆ ପରିସ୍ଥିତି ଉପୁଜିବା ଆଶଙ୍କା କରି ଟ୍ରମ୍ପ୍‌ ନିଜ ଓକିଲ ମାଇକେଲ୍‌ କୋହେନ୍‌ଙ୍କ ଜରିଆରେ ଷ୍ଟର୍ମିଙ୍କ ମୁହଁ ବନ୍ଦ କରାଇଥିଲେ। ଏଥିପାଇଁ ଟ୍ରମ୍ପ୍‌ ୧,୩୦,୦୦୦ ଡଲାର ଦେଇଥିଲେ। ଷ୍ଟର୍ମିଙ୍କ ଏହି ଷ୍ଟୋରି ୨୦୧୮ରେ ‘ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲ’ ପ୍ରଘଟ କରିବା ପରେ ଟ୍ରମ୍ପ୍‌ଙ୍କ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା। ଷ୍ଟର୍ମିଙ୍କ ହଶ୍‌ ମନି ଅଭିଯୋଗକୁ ନେଇ ଗ୍ରାଣ୍ଡ୍‌ ଜୁରି ପକ୍ଷରୁ ତଦନ୍ତ ଚାଲିଥିଲା। ଏଥିରେ ଟ୍ରମ୍ପ୍‌ଙ୍କ ଦୋଷ ପ୍ରମାଣିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri