ମହାଭିଯୋଗରୁ ଟ୍ରମ୍ପ୍‌ ମୁକ୍ତ

ୱାଶିଂଟନ,୧୫ା୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଶନିବାର ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ଆଗତ ଦ୍ୱିତୀୟ ମହାଭିଯୋଗ ପ୍ରସ୍ତାବ କାଟ୍‌ ଖାଇଛି। କ୍ୟାପିଟୋଲ ହିଲ୍‌ ଦଙ୍ଗା ଉସୁକାଇବା ଅଭିଯୋଗରୁ ସିନେଟ ଟ୍ରମ୍ପ୍‌ଙ୍କୁ ମୁକ୍ତ କରିଦେଇଛି। ଏହା ପୂର୍ବରୁ ଉଚ୍ଚ ସଦନରେ ପଞ୍ଚମ ଦିନ ଧରି ଟ୍ରମ୍ପ୍‌ଙ୍କ ବିରୋଧରେ ଅଣାଯାଇଥିବା ମହାଭିଯୋଗ ପ୍ରସ୍ତାବ ଉପରେ ଶୁଣାଣି ଶେଷ ହୋଇ ଭୋଟିଂ କରାଯାଇଥିଲା। ମତଦାନରେ ୫୭ ସିନେଟର ତାଙ୍କୁ ଦୋଷୀ ଦର୍ଶାଇଥିବାବେଳେ ୪୩ ସଦସ୍ୟ ନିର୍ଦ୍ଦୋଷ ବୋଲି କହିଥିଲେ। ଟ୍ରମ୍ପ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ସିନେଟକୁ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଅର୍ଥାତ୍‌ ୬୭ ଭୋଟ ଜରୁରୀ ଥିଲା, ଯାହାକି ମିଳିପାରିଲା ନାହିଁ। ଟ୍ରମ୍ପ୍‌ ମହାଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ତାଙ୍କୁ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବାରୁ ବାରଣ କରିବା ପାଇଁ ସିନେଟରେ ମତଦାନ କରାଯାଇଥାଆନ୍ତା। ତେଣୁ ସିନେଟର ଏହି ନିଷ୍ପତ୍ତିକୁ ଟ୍ରମ୍ପ୍‌ଙ୍କ ଏକ ବଡ଼ ବିଜୟ ବୋଲି କୁହାଯାଉଛି।
୭୪ ବର୍ଷୀୟ ଟ୍ରମ୍ପ୍‌ଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବକୁ ନେଇ ସିନେଟରେ ଦିନ ସାରା ହାଇଡ୍ରାମା ଦେଖିବାକୁ ମିଳିଥିଲା। ଡେମୋକ୍ରାଟ୍‌ମାନେ ନିଜ ପକ୍ଷ ରଖିବା ପରେ ଟ୍ରମ୍ପ୍‌ଙ୍କ ସପକ୍ଷରେ ଯୁକ୍ତି ଶୁଣିବା ପାଇଁ ୨ ଘଣ୍ଟା ସମୟ ସ୍ଥିର କରାଯାଇଥିଲା। ପରେ ସିନେଟରେ ଏହା ଉପରେ ଭୋଟିଂ ହୋଇଥିଲା। ଟ୍ରମ୍ପ୍‌ଙ୍କ ଓକିଲ ମାଇକେଲ ଭନ୍‌ ଡେର ଭିନ୍‌ ତାଙ୍କ ସପକ୍ଷରେ କହିଥିଲେ, କଂଗ୍ରେସ ଉପରେ ଆକ୍ରମଣ ପ୍ରାୟୋଜିତ ଥିଲା। ଏଥିପାଇଁ ପୂର୍ବରୁ ଯୋଜନା କରାଯାଇଥିଲା। ଏହି ଘଟଣାକୁ ଟ୍ରମ୍ପ୍‌ଙ୍କ ଭାଷଣ ସହ ଯୋଡ଼ି ଦେଖାଯିବା ଅନୁଚିତ। ସେ ନିଜ ଶେଷ ଯୁକ୍ତିରେ କହିଥିଲେ, ଅଭିଯୋଜନ ପକ୍ଷ ଯେଉଁ ମାମଲା ଆଣିଛନ୍ତି ତା’ର କୌଣସି ଆଇନଗତ ଆଧାର ନାହିଁ। ସିନେଟ ଏବେ ରାଷ୍ଟ୍ରୀୟ ହିତ ସହ ଜଡ଼ିତ ସମ୍ବେଦନଶୀଳ ପ୍ରସଙ୍ଗଗୁଡ଼ିକ ଉପରେ ଧ୍ୟାନ ଦେବା ଉଚିତ ଓ ଏହି ଶୁଣାଣିକୁ ତୁରନ୍ତ ଶେଷ କରାଯିବା ଆବଶ୍ୟକ। ରିପବ୍ଲିକାନ୍‌ ପାର୍ଟିର ୭ ନେତା ଡେମୋକ୍ରାଟ୍‌ମାନଙ୍କୁ ସମର୍ଥନ କରି ମହାଭିଯୋଗ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିଲେ। ସେମାନେ ହେଲେ ବିଲ୍‌ କ୍ଲାସି, ରିଚାର୍ଡ ବୁର୍‌, ମିଟ୍‌ ରୋମେନି, ସୁସାନ୍‌ କୋଲିନ୍ସ, ଲିସା ମୁର୍କୋସ୍କି, ବେନ୍‌, ସାସେ ଓ ପାଟ୍‌ ଟୁମି। ତେବେ ମହାଭିଯୋଗରୁ ଟ୍ରମ୍ପ୍‌ଙ୍କୁ ରକ୍ଷା କରିବା ପାଇଁ ତାଙ୍କ ରିପବ୍ଲିକାନ୍‌ ପାର୍ଟିର ଅଧିକାଂଶ ସଦସ୍ୟ ସମର୍ଥନ କରିଥିଲେ। ଟ୍ରମ୍ପ୍‌ ମହାଭିଯୋଗରୁ ମୁକ୍ତ ହୋଇଥିବାରୁ ସେ ଚାହିଁଲେ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ପୁଣି ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। ଟ୍ରମ୍ପ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଆବଶ୍ୟକ ଭୋଟ ମିଳି ନ ଥିଲେ ମଧ୍ୟ ଏହା ଏକ ଐତିହାସିକ ଘଟଣାକ୍ରମ ଥିଲା। ପରିଣାମ ଆସିବା ପରେ ଟ୍ରମ୍ପ୍‌ଙ୍କ ଅଫିସ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ, ଦେଶର ଇତିହାସରେ ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କୁ ଫସାଇବା ପାଇଁ ଏଭଳି ଚକ୍ରାନ୍ତ ଦେଖିବାକୁ ମିଳି ନ ଥିଲା।
ପ୍ରକାଶ ଯେ, ନଭେମ୍ବର ୩ ରାଷ୍ଟ୍ରପତି ନିର୍ବାଚନରେ ହାରିଯିବା ପରେ ଟ୍ରମ୍ପ୍‌ ପରାଜୟ ସ୍ବୀକାର ନ କରି ଭୋଟ ଜାଲିଆତି ହୋଇଥିବା ଅଭିଯୋଗ ଆଣିଥିଲେ। ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବିଜୟ ଘୋଷଣା କରିବା ପାଇଁ ୬ ଜାନୁୟାରୀରେ ଆମେରିକୀୟ କଂଗ୍ରେସ ବସିଥିବାବେଳେ ଟ୍ରମ୍ପ୍‌ଙ୍କ ସଶସ୍ତ୍ର ସମର୍ଥକମାନେ କ୍ୟାପିଟୋଲ ବିଲ୍ଡିଂରେ ପଶି ଭଙ୍ଗାରୁଜା କରିଥିଲେ। ହିଂସା ପରେ ପ୍ରଶାସନ ପକ୍ଷରୁ ୱାଶିଂଟନ ଡିସିରେ କର୍ଫ୍ୟୁ ଜାରି କରାଯାଇଥିଲା। ଏହି ଦଙ୍ଗାରେ ଜଣେ ପୋଲିସ କର୍ମୀଙ୍କ ସମେତ ୫ ଜଣଙ୍କ ପ୍ରାଣହାନି ଘଟିଥିଲା। ଏହାକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଥିବାବେଳେ ଆମେରିକା ଗଣତନ୍ତ୍ରର କଳଙ୍କିତ ଅଧ୍ୟାୟ ବୋଲି ବିରୋଧୀ ଡେମୋକ୍ରାଟମାନେ ଅଭିହିତ କରିଥିଲେ। ଟ୍ରମ୍ପ୍‌ଙ୍କ ବିରୋଧରେ ଏହା ଦ୍ୱିତୀୟ ମହାଭିଯୋଗ ଥିଲା। ଟ୍ରମ୍ପ୍‌ ପୂର୍ବରୁ ନିଜ ଡେମୋକ୍ରାଟିକ୍‌ ପ୍ରତିଦ୍ୱନ୍ଦ୍ୱୀ ଜୋ ବାଇଡେନ୍‌ଙ୍କ ଛବି ମଳିନ କରିବା ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ସହାୟତା ଲୋଡ଼ିଥିବା ଅଭିଯୋଗ ହୋଇଥିଲା। ୨୦୨୦ ଫେବୃୟାରୀରେ ସିନେଟ ତାଙ୍କୁ ମହାଭିଯୋଗରୁ ମୁକ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ତାରିକ୍ ରହମାନ

ନୂଆଦିଲ୍ଲୀ,୧୭।୨: ଦୀର୍ଘ ଦୁଇ ବର୍ଷର ଅନିଶ୍ଚିତତା ପରେ ବାଂଲାଦେଶରେ ଏକ ନୂତନ ରାଜନୈତିକ ଯୁଗର ଆରମ୍ଭ ହୋଇଛି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ମୁଖ୍ୟ ତାରିକ ରହମାନ…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri