ନିର୍ବାଚନ ପରେ କାଙ୍ଗାଳ ହେଲେ କମଲା ହାରିସ୍‌, ଟ୍ରମ୍ପ ଆପଣାଉଛନ୍ତି ଏହି ଫର୍ମୂଲା

ଓ୍ବାଶିଂଟନ,୧୦ା୧୧: ସାଧାରଣ ନିର୍ବାଚନ ପରେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସମର୍ଥକଙ୍କଠାରୁ ସାହାଯ୍ୟ ଲୋଡ଼ିଛନ୍ତି। ଡେମୋକ୍ରାଟ୍‌ମାନଙ୍କୁ ଦାନ କରିବାକୁ ସେ ସମର୍ଥକମାନଙ୍କୁ ଅନୁରୋଧ କରିଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଟ୍ରମ୍ପ କହିଛନ୍ତି, ଡେମୋକ୍ରାଟ୍‌ଙ୍କ ପାଖରେ ଅଧିକ ଟଙ୍କା ନାହିଁ। କମଲା ହାରିସ୍‌ଙ୍କ ନିର୍ବାଚନ ପ୍ରଚାରର ୨୦ ମିଲିୟନ ଆମେରିକୀୟ ଡଲାରର ରିପୋର୍ଟ ଆସିବା ପରେ ସେ ଏହି କଥା କହିଛନ୍ତି।

ପଲିଟିକୋର୍‌ କାଲିଫର୍ନିଆ ବ୍ୟୁରୋ ମୁଖ୍ୟ କ୍ରିଷ୍ଟୋଫର କାଡେଲାଗୋ କହିଛନ୍ତି, ହାରିସ୍‌ ଏହି ନିର୍ବାଚନରେ ଅତିକମ୍‌ରେ ୨୦ ମିଲିୟନ ଆମେରିକୀୟ ଡଲାର ଋଣ କରିଛନ୍ତି। ମୁଁ ଆଶ୍ଚର୍ଯ୍ୟ ଯେ, ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ କଠିନ ଏବଂ ସାହସର ସହ ସଂଗ୍ରାମ କରି ରେକର୍ଡ ଦାନ ସଂଗ୍ରହ କରିଥିବା ଡେମୋକ୍ରାଟ୍‌ଙ୍କ ପାଖରେ ଟଙ୍କା ନାହିଁ।

ଟ୍ରମ୍ପ କହିଛନ୍ତି, ‘ଏହି କଷ୍ଟ ସମୟରେ ଡେମୋକ୍ରାଟମାନଙ୍କୁ ସାହାଯ୍ୟ କରିବା ପାଇଁ ଆମେ ଯାହା କରିପାରିବୁ ତାହା କରିବୁ। ଦଳ ଭାବରେ ଅଧିକ ଏକତା ବଜାୟ ରଖିବା ପାଇଁ ଆମକୁ ପାଣ୍ଠି ସଂଗ୍ରହ କରିବାକୁ ପଡ଼ିବ। ନଭେମ୍ବର ୫ରେ ଅନୁଷ୍ଠିତ ନିର୍ବାଚନ ପାଇଁ ୬୦ ବର୍ଷୀୟ ଉପରାଷ୍ଟ୍ରପତି କମଲା ହାରିସ୍‌ ଡେମୋକ୍ରାଟିକ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଥିଲେ। ଟ୍ରମ୍ପଙ୍କଠାରୁ ହାରିଥିବା ହାରିସ୍‌ ପାଣ୍ଠି ସଂଗ୍ରହର ସମସ୍ତ ରେକର୍ଡ ଭାଙ୍ଗିଛନ୍ତି।

ଫେଡେରାଲ ନିର୍ବାଚନ ଆୟୋଗର ତଥ୍ୟ ଅନୁଯାୟୀ, ହାରିସ୍‌ଙ୍କ ନିର୍ବାଚନ ପ୍ରଚାର ଏବଂ ତାଙ୍କ ସୁପର ପିଏସିଗୁଡିକ ୨.୩ ବିଲିୟନ ଡଲାର ସଂଗ୍ରହ କରି ୧.୯ ବିଲିୟନ ଡଲାର୍‌ ଖର୍ଚ୍ଚ କରିଛନ୍ତି। ଅନ୍ୟପକ୍ଷରେ ଟ୍ରମ୍ପଙ୍କ ଦଳ ୧.୮ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ସଂଗ୍ରହ କରି ୧.୬ ବିଲିୟନ ଡଲାର ଖର୍ଚ୍ଚ କରିଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ହାରିସ୍‌ଙ୍କ ନିର୍ବାଚନ ପ୍ରଚାରରେ ଅଂଶଗ୍ରହଣ କରିଥିବା ଅଜୟ ଜୈନ ଭୁଟୋରିଆ କହିଛନ୍ତି, ଏକ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ଟଙ୍କା ସଂଗ୍ରହ ତଥା ଖର୍ଚ୍ଚ କରିବା ସତ୍ତ୍ୱେ ହାରିସ୍‌ଙ୍କ ୨୦୧୪ ନିର୍ବାଚନର ସ୍ବର ସେହି ଭୋଟରଙ୍କ ନିକଟରେ ପହଞ୍ଚିବାରେ ବିଫଳ ହୋଇଥିଲା। ବଢୁଥିବା ଖର୍ଚ୍ଚ ସହିତ ସଂଘର୍ଷ କରୁଥିବା ମଧ୍ୟବିତ୍ତ ଆମେରିକୀୟମାନଙ୍କ ମଧ୍ୟରେ ବ୍ୟବଧାନକୁ ଦୂର କରିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ପୁଟିନଙ୍କ କାର୍‌ ଠାରୁ କେତେ ଦମଦାର୍‌ ମୋଦିଙ୍କ କାର୍‌? ଜାଣନ୍ତୁ ଦୁଇଟାଯାକର ଦାମ୍‌

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଶ୍ୱର ସବୁଠାରୁ ରହସ୍ୟମୟ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ପ୍ରତ୍ୟେକ ଗସ୍ତରେ ଏକ ବୁଲେଟପ୍ରୁଫ...

ପୁଟିନ୍‌ଙ୍କୁ ଗୀତା ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏଡି ଅବସରରେ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଶ୍ରୀମଦ୍‌ଭଗବତ...

ପୂର୍ବତନ ଡିଏସ୍‌ପିଙ୍କ ଝିଅ ହାତ ଧରିଲେ ବୃନ୍ଦାବନର ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ

ଜୟପୁର,୫ା୧୨: ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ବତନ ଡିଏସ୍‌ପିଙ୍କ ଝିଅ ସିପ୍ରା ଜୟପୁରର ଏକ ହୋଟେଲରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରସିଦ୍ଧ ମଥୁରାର ପ୍ରବଚକ...

ସ୍ବାସ୍ଥ୍ୟକୁ ସୁସ୍ଥ ରଖେ କ୍ରୀଡ଼ା, ନିୟମିତ ଖେଳକୁଦ ଅଭ୍ୟାସ ପାଇଁ…

ଭଞ୍ଜନଗର,୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି...

ଲଣ୍ଡନଠାରୁ ବି ମହଙ୍ଗା ହେଲା ପାଟନା-କୋଲକାତା ବିମାନ ଟିକେଟ, ଇଣ୍ଡିଗୋ ସଙ୍କଟ ପରେ ଭାଙ୍ଗିଲା ଭଡ଼ା ରେକର୍ଡ

ନୂଆଦିଲ୍ଲୀ,୫।୧୨: ଭାରତରେ ଗତ ଚାରି ଦିନ ମଧ୍ୟରେ ବିମାନ ଯାତ୍ରା ସମସ୍ୟା ବୃଦ୍ଧି ପାଇଛି। ଇଣ୍ଡିଗୋ ଏୟାରଲାଇନ୍ସର ୧,୦୦୦ ରୁ ଅଧିକ ବିମାନ ବାତିଲ ହେବା...

ରେଞ୍ଜ ରୋଭର୍‌ କି ମର୍ସିଡିିଜ ନୁହେଁ: ପୁଟିନଙ୍କୁ ନେବାକୁ କାହିଁକି ଫର୍ଚୁନର ବାଛିଲେ ମୋଦି? ଜଣାପଡିଲା ଅସଲ ସତ

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ଏବଂ ତାଙ୍କୁ ସ୍ୱାଗତବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଉପସ୍ଥିତି ଏବଂ କୁଣ୍ଢେଇବା ଦୃଶ୍ୟ ସମସ୍ତଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri