ଆର୍ମି ହସ୍ପିଟାଲରେ ଟ୍ରମ୍ପ

ୱାଶିଂଟନ,୪ା୧୦: କୋଭିଡ୍‌ରେ ସଂକ୍ରମିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁକ୍ରବାର ସନ୍ଧ୍ୟାରେ ଓ୍ବାଂଶିଟନ ବାହାରେ ଥିବା ଓ୍ବାଲ୍ଟର ରିଡ୍‌ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ପରୀକ୍ଷଣାତ୍ମକ କୋଭିଡ୍‌ ଚିକିତ୍ସା କରାଯାଉଥିବାବେଳେ ସେ ସୁସ୍ଥ ଥିବା ନେଇ ୧୮ ସେକେଣ୍ଡର ଭିଡିଓ ରେକର୍ଡିଂ ଟୁଇଟ୍‌ କରି ଜଣାଇଛନ୍ତି। କରୋନା ପଜିଟିଭ ଥିବା ତାଙ୍କ ସ୍ତ୍ରୀ ମେଲାନିଆ ମଧ୍ୟ ଭଲ ଥିବା ସେ ଜଣାଇଛନ୍ତି। ହ୍ବାଇଟ୍‌ ହାଉସ୍‌ ପ୍ରେସ୍‌ ସଚିବ କେଲି ମ୍ୟାକନା କହିଛନ୍ତି ଯେ, ମେଡିକାଲ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ଟ୍ରମ୍ପ ଆର୍ମି ହସ୍ପିଟାଲରେ କିଛିଦିନ ସରକାରୀ କାର୍ଯ୍ୟ କରିବେ। ୭୪ ବର୍ଷୀୟ ଟ୍ରମ୍ପଙ୍କଠାରେ କରୋନାର ସାମାନ୍ୟ ଲକ୍ଷଣ ଥିବାବେଳେ ସ୍ବାସ୍ଥ୍ୟାବସ୍ଥା ଯେଭଳି ଗୁରୁତର ନ ହେବ ସେଥିପ୍ରତି ଧ୍ୟାନ ଦିଆଯାଇ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। କରୋନା ମାମଲାଗୁଡ଼ିକୁ ଦେଖିଲେ, ବୟସ ଓ ମେଦବହୁଳତା ଯୋଗୁ ଟ୍ରମ୍ପ ‘ଅଧିକ ବିପଦ ବର୍ଗ’ରେ ଅଛନ୍ତି। ଅନ୍ୟପକ୍ଷରେ ଏହି ସ୍ବାସ୍ଥ୍ୟ ସମସ୍ୟା ଟ୍ରମ୍ପଙ୍କ ପାଇଁ ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହେବା ଆଗରେ ଏକପ୍ରକାର ସଙ୍କଟ ଭାବେ ଉଭା ହୋଇଛି। ନଭେମ୍ବର ୩ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ଡେମୋକ୍ରାଟିକ୍‌ ପ୍ରାର୍ଥୀ ଜୋ ବିଡେନ ପ୍ରଚାର ଅଭିଯାନକୁ ଜୋର୍‌ଦାର କରିଛନ୍ତି। ଏଭଳିସ୍ଥଳେ ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାର ଗୁରୁତର ପ୍ରଭାବିତ ହେବା ଆଶଙ୍କା କରାଯାଉଛି। ଟ୍ରମ୍ପଙ୍କ କ୍ୟାମ୍ପେନ ମ୍ୟାନେଜର କହିଛନ୍ତି ଯେ, ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ପ୍ରାୟତଃ ସ୍ଥଗିତ ରହିବ କିମ୍ବା ଭର୍ଚୁଆଲ ହେବ। ସେହିପରି ମେଲାନିଆଙ୍କ ସହ ଜଡ଼ିତ କେତେକ କାର୍ଯ୍ୟକ୍ରମ ମଧ୍ୟ ସ୍ଥଗିତ ରଖାଯାଇଛି। ଏଥିରୁ ଅକ୍ଟୋବର ୧୫ରେ ଟ୍ରମ୍ପ-ବିଡେନଙ୍କ ମଧ୍ୟରେ ଦ୍ୱିତୀୟ ବିତର୍କ କାର୍ଯ୍ୟକ୍ରମ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେବେ ଉପରାଷ୍ଟ୍ରପତି ମାଇକ ପେନ୍ସ ନିର୍ବାଚନ ପ୍ରଚାର ଜାରି ରଖିବେ ବୋଲି ଜଣାପଡ଼ିଛି। କାରଣ ତାଙ୍କର କୋଭିଡ୍‌ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶ ମନ୍ତ୍ରୀଙ୍କ ଉପରକୁ ଆଇଏସ୍‌ର ଆକ୍ରମଣ: ୨ ପୋଲିସ ଆହତ

ଢାକା,୧।୯: ବାଂଲାଦେଶର ଢାକାରେ ଶନିବାର ରାତିରେ ଜଣେ ମନ୍ତ୍ରୀଙ୍କ ଉପରକୁ ଆଇଏସ୍‌ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ସୂଚନା ମିଳିଛି। ଏହି ଆକ୍ରମଣରେ ମନ୍ତ୍ରୀ ଜଣଙ୍କ ବର୍ତ୍ତି...

ସାବଧାନ ! କରୋନା ପରେ ବି ଆସିପାରେ ଭୟଙ୍କର ସଂକ୍ରମଣ: ଆମିଷଠାରୁ ଦୂରେଇ ରହିବା ହୋଇପାରେ ଆବଶ୍ୟକ

ଓ୍ବାଶିଂଟନ,୨୦।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। କରୋନା ଯୋଗୁ...

ନୀରବ ମୋଦିଙ୍କ ଜାମିନ୍‌ ଆବେଦନ ପୁଣି ଖାରଜ

ଲଣ୍ଡନ, ୨୫।୭: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ପୁଣି ଏକ ଝଟକା ଲାଗିଛି। ଗୁରୁବାର ଲଣ୍ଡନର ଏକ ଅଦାଲତ ତାଙ୍କ ଜାମିନ ଆବେଦନ ଖାରଜ...

ମୋଦି ସରକାରଙ୍କୁ ଡୋନାଲ୍ଟ ଟ୍ରମ୍ପ୍‌ଙ୍କ ଝଟ୍‌କା: ଜିଏସ୍‌ପି ସୁବିଧାରୁ ଭାରତ ବଞ୍ଚିତ ହେବା ଆଶଙ୍କା

ଓ୍ବାଶିଂଟନ,୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏକ ଝଟ୍‌କା ଦେବାର ଯୋଜନା କରିଛନ୍ତି। ପୂର୍ବରୁ ଭାରତକୁ ବ୍ୟବସାୟ କ୍ଷେତ୍ରରେ ମିଳୁଥିବା...

ଭକ୍ତ-ଭଗବାନଙ୍କ ମଧ୍ୟରେ କରୋନା: ଭାରତର ୧୩ଟି ରାଜ୍ୟର ୩୩ ଧର୍ମସ୍ଥଳୀରେ କଟକଣା; ଇଟାଲିରେ ଚର୍ଚ୍ଚ-ଇରାନରେ ମସଜିଦ୍‌ ବନ୍ଦ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୯।୩: ପୃଥିବୀରେ କରୋନା ଆତଙ୍କ ସୃଷ୍ଟି କରିଛି। ଏଥିପାଇଁ ପ୍ରତି ଦେଶର ସରକାର ଭିଡ଼ଠାରୁ ଦୂରେଇ ରହିବାକୁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି। ଭାରତରେ କରୋନା ସଂକ୍ରମିତଙ୍କ...

ସଞ୍ଜୀବନୀର ସନ୍ଧାନ, ମୃତଦେହ ପୁଣି ବଞ୍ଚିବ !…

ଓ୍ବାଶିଂଟନ,୨୫।୧୦: ମାନବ ଇତିହାସରେ, ବହୁ ଲୋକ ଅମରତ୍ୱ ପାଇଁ ଇଚ୍ଛା କରିଥିବାର ଉଦାହରଣ ରହିଛି। କିନ୍ତୁ, ବିଜ୍ଞାନର ଜଟିଳତା ହେତୁ ତାଙ୍କ ସ୍ବପ୍ନ ପୂରଣ ହୋଇପାରି...

ଭୟାବହ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ ଯୁବକ

ରୋମ,୨୭।୫: ରୋମ ସହରରେ ଥିବା ଏକ ଘରେ ଭିଷଣ ନିଆଁ ଲାଗିଯାଇଥିବାର ଏକ ଭିଡିଓ ସାମ୍‌ନାକୁ ଆସିଛି। ଯେଉଁଥିରେ ଜଣେ ଯୁବକ ନିଜର ଉପସ୍ଥିତି ବୁଦ୍ଧି...

ଭାରତକୁ ସାହାଯ୍ୟ ମାଗିଲା ଶ୍ରୀଲଙ୍କା

କଲମ୍ବୋ,୨୪।୧: ଆର୍ଥିକ ପରିସ୍ଥିତି ଦୃଷ୍ଟିରୁ ଦୁର୍ବଳ ହୋଇପଡିଛି ପଡୋଶୀ ଶ୍ରୀଲଙ୍କା। ଏବେ ଶ୍ରୀଲଙ୍କା ଭାରତର ସହାୟତା ଲୋଡିଛି। ଭାରତରୁ ୧.୫ ବିଲିୟନ ଡଲାର ସହାୟତା ପାଇବାକୁ...

Advertisement
Archives

Model This Week