ଟ୍ରମ୍ପ୍‌ ଓ ସମ୍ଭାବ୍ୟ ଅର୍ଥନୀତି

ମେରିକାର ରାଷ୍ଟ୍ରପତି ଭାବେ ଦ୍ୱିତୀୟ ଥର ପାଇଁ ଡୋନାଲ୍ଡ ଟ୍ରମ୍ପ୍‌ ନିର୍ବାଚିତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଟ୍ରମ୍ପ୍‌ କେବଳ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇନାହାନ୍ତି ବରଂ ସର୍ବାଧିକ ଜନପ୍ରିୟ ଭୋଟ ପାଇ ଆମେରିକାରେ ତଥାକଥିତ ଟ୍ରିଫେକ୍ଟର କୁହାଯାଉଥିବା ସମସ୍ତ ଗୃହ ଯଥା ପ୍ରେସିଡେନ୍ସି, ସିନେଟ୍‌ ଓ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭରେ ରିପବ୍ଲିକାନ୍‌ ଦଳ ସଂଖ୍ୟା ଗରିଷ୍ଠତା ଲାଭ କରିଛି।

ଟ୍ରମ୍ପ୍‌ ୨୦୧୮ରେ ରାଷ୍ଟ୍ରପତି ଥିବା ସମୟରେ ଚାଇନା ସହ କିପରି ବାଣିଜ୍ୟ ଯୁଦ୍ଧ ଚାଲୁଥିଲା ତାହା ଊଣା ଅଧିକେ ସମସ୍ତେ ଜାଣନ୍ତି। ବର୍ତ୍ତମାନ ମଧ୍ୟ ତାଙ୍କର ନିର୍ବାଚନୀ ଘୋଷଣାନାମା ଓ ସମସ୍ତ ବିତର୍କରେ ଆମେରିକୀୟ କମ୍ପାନୀକୁ ପ୍ରୋତ୍ସାହନ ଦେବାକୁ ଯାଇ ଚାଇନାଠାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ୫୦ରୁ ୬୦ ପ୍ରତିଶତ ତଥା ଅନ୍ୟାନ୍ୟ ଦେଶ ପାଇଁ ୧୦ରୁ ୨୦ ପ୍ରତିଶତ ଶୁଳ୍କ ଲାଗୁ କରିବେ ବୋଲି ଘୋଷଣା କରିଛନ୍ତି ଓ ମୁଦ୍ରାସ୍ଫୀତି ବୃଦ୍ଧି ପାଇଲେ ସୁଧ ହାର ହ୍ରାସ ପ୍ରକ୍ରିୟା ଯାହା ଆରମ୍ଭ ହୋଇଥିଲା ତାହା ବାଧାପ୍ରାପ୍ତ ହେବ। ଚାଇନା ସାମଗ୍ରୀ ଉପରେ ମାତ୍ରାଧିକ ଆମଦାନୀ ଶୁଳ୍କ ବୃଦ୍ଧି କରିବାର କାରଣ ଚାଇନାର ଆମେରିକା ସହ ବାଣିଜ୍ୟ ବଳକା ହାରାହାରି ୪୦୦ ବିଲିୟନ ଡଲାର ଯାହା ଅପେକ୍ଷାକୃତ ଖୁବ୍‌ ଅଧିକ। ଚାଇନାର ଉତ୍ପାଦନ କ୍ଷମତା ଆବଶ୍ୟକଠାରୁ ଖୁବ୍‌ ଅଧିକ ହୋଇଥିବାରୁ ନିଜର ନିମ୍ନଗାମୀ ଅର୍ଥନୀତିକୁ ପ୍ରୋତ୍ସାହନ ଦେବା ପାଇଁ ବିଦେଶକୁ ଶସ୍ତାରେ ଅନେକ ଉତ୍ପାଦିତ ସାମଗ୍ରୀ ରପ୍ତାନି କରିବା ଫଳରେ ବହୁ ବିକାଶୋନ୍ମୁଖୀ ଦେଶର ନିଜସ୍ବ ଅର୍ଥନୀତି ପ୍ରଭାବିତ ହେବା ସହ ସେମାନଙ୍କର ଏକ ଡିଫ୍ଲେସିଓନାରି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଅଛି। ଅବଶ୍ୟ ଚାଇନାର ରପ୍ତାନି ସାମଗ୍ରୀର ଦରବୃଦ୍ଧି ହେଲେ ଭାରତର ଇଲେକ୍ଟ୍ରୋନିକ୍‌, ରସାୟନ ପଦାର୍ଥ ଇତ୍ୟାଦିର ରପ୍ତାନି ବୃଦ୍ଧି ପାଇବ। ପୃଥିବୀରେ ଆମେରିକା ସର୍ବବୃହତ୍‌ ଅର୍ଥନୀତି ସହ ଭାରତର ମଧ୍ୟ ବାଣିଜ୍ୟ ବଳକା ରାଶି ହାରାହାରି ୩.୫ ଲକ୍ଷ କୋଟି ଟଙ୍କା। ତେଣୁ ଆମକୁ ଆମେରିକା ସହ ସାଧାରଣ ପରିସ୍ଥିତିରେ ପ୍ରତ୍ୟାକ୍ରମଣ ନୀତି ଅବଲମ୍ବନ ନ କରି ବରଂ ଆପୋସ ବୁଝାମଣାରେ କିପରି ଉଭୟ ଦେଶ ଲାଭବାନ୍‌ ହେବେ ଭାରତକୁ ଏହାର ନୀତି ଓ କୌଶଳ ନିର୍ଣ୍ଣୟ କରିବା ଶ୍ରେୟସ୍କର ହେବ।
ଆମେରିକାର ମୋଟ ଘରୋଇ ଉତ୍ପାଦନ ପୃଥିବୀର ୨୮ ପ୍ରତିଶତ ହୋଇଥିବାବେଳେ ଏହାର ପୁଞ୍ଜିବଜାର କ୍ରମାଗତ ବୃଦ୍ଧି ପାଇ ପୃଥିବୀର ୬୫ ପ୍ରତିଶତ ହୋଇଯାଇଛି ଓ ବିଗତ ଦଶନ୍ଧିରେ ଏହା ନିବେଶକଙ୍କୁ ଅଧିକ ଲାଭ ଦେଇପାରିଛି। ଆମେରିକୀୟ କମ୍ପାନୀର କର ହ୍ରାସ ଓ ଅନୁଦାନ ବୃଦ୍ଧି ଫଳରେ ହୁଏତ ସେମାନେ ଆହୁରି ଲାଭବାନ୍‌ ହେବେ। ତେଣୁ ନିଜ ଦେଶରେ ପୁଞ୍ଜିବଜାର ଅଧିକ ଲାଭ ହେଉଥିବାରୁ ବିଦେଶୀ ପୁଞ୍ଜିନିବେଶକ ଭାରତ ସହ ଅନ୍ୟାନ୍ୟ ବିକାଶୋନ୍ମୁଖୀ ଦେଶରୁ ପୁଞ୍ଜି ପ୍ରତ୍ୟାହାର କରି ଆମେରିକାରେ ନିବେଶ କରିବା ଶ୍ରେୟ ମଣୁଛନ୍ତି ଓ ଏହି ମର୍ମରେ ଡଲାର ମଜଭୁତ ହେଲେ ଓ ଆମର ଆମଦାନୀ ମୁଖ୍ୟତଃ ଡଲାରରେ ହୋଇଥିବାରୁ ଆମଦାନୀ ବ୍ୟୟବହୁଳ ହେବ। ଆମେରିକା ଘରୋଇ ଶିଳ୍ପରେ ଅନୁଦାନ ବୃଦ୍ଧି କରିବ ବୋଲି ଆଶା କରାଯାଏ। ବିଦେଶୀ ପୁଞ୍ଜିନିବେଶକାରୀଙ୍କ ପୁଞ୍ଜି ପ୍ରତ୍ୟାବର୍ତ୍ତନ ଫଳରେ ଏହି ମର୍ମରେ ଅଧିକାଂଶ ଦେଶରେ ପୁଞ୍ଜିବଜାର ସୂଚକାଙ୍କ ହ୍ରାସ ପାଇଛି ଏବଂ ଭାରତରେ ଏହା ୧୦ପ୍ରତିଶତ ହ୍ରାସ ପାଇଛି। ପୁଞ୍ଜି ପ୍ରତ୍ୟାବର୍ତ୍ତନ ହେଲେ ଡଲାର ମଜଭୁତ ହେବ ଓ ବର୍ତ୍ତମାନ ମଧ୍ୟ ଟଙ୍କାର ଡଲାର ତୁଳନାରେ ସର୍ବୋଚ୍ଚ ନିମ୍ନ ସ୍ତରକୁ ୮୪.୫୦ରେ ପହଞ୍ଚିଛି। ବିଶ୍ୱସ୍ତରରେ ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ କରିବା ପାଇଁ ଆବଶ୍ୟକ ପଡୁଥିବା ଅନୁଦାନରେ ଆମେରିକା ବିକଶିତ ରାଷ୍ଟ୍ରଭାବରେ ଯେଉଁ ଅନୁଦାନ ଦେଉଥିଲା ତାହା ହୁଏତ ହ୍ରାସ ପାଇବ ଯାହାକି ବିକାଶଶୀଳ ଦେଶ ସହ ଭାରତ ପାଇଁ ଶୁଭଙ୍କର ନୁହେଁ। ଭାରତ ୮୫ ପ୍ରତିଶତ ଖଣିଜ ତୈଳ ଆମଦାନୀ ଉପରେ ନିର୍ଭରକରେ। ଟ୍ରମ୍ପ୍‌ ନିଜ ଦେଶରେ ଡ୍ରିଲିଂ କ୍ଷମତା ବଢ଼ାଇବା ସହ ପ୍ରାକୃତିକ ଇନ୍ଧନ ସପକ୍ଷବାଦୀ ଥିବାରୁ ହୁଏତ ତୈଳ ଦର ହ୍ରାସ ହୋଇପାରେ, ଯାହା ଭାରତ ଅର୍ଥନିତୀକୁ ସହାୟକ ହେବ। ଟ୍ରମ୍ପ୍‌ ଅଧିକ ନିଯୁକ୍ତି ସୃଷ୍ଟିକରିବାକୁ ଯାଇ ଇମିଗ୍ରେଶନ ନିୟମ ଆପଣାଇଲେ ଆମେରିକାରେ ହାରାହାରି ୧୨୦ ଲକ୍ଷ ବେଆଇନ ଅନୁପ୍ରବେଶକାରୀଙ୍କୁ ବିତାଡ଼ିତ କରିବା ତାଙ୍କର ମୂଳ ଲକ୍ଷ୍ୟ ହେବ ଓ ଭାରତୀୟ ସଂଖ୍ୟା ଏମାନଙ୍କ ମଧ୍ୟରୁ ୧୦ ଲକ୍ଷରୁ ଊର୍ଦ୍ଧ୍ୱ। ଦ୍ୱିତୀୟତଃ ଭାରତୀୟ ବୈଷୟିକ ଜ୍ଞାନ ଉତ୍ସ, ଆଇଟି ତଥା ଅନ୍ୟାନ୍ୟ କ୍ଷେତ୍ରରୁ ପାଉଥିବା ଏଚ୍‌.୧ବି ଭିସା ସଂଖ୍ୟା ହୁଏତ କିଛି ମାତ୍ରାରେ ହ୍ରାସ ପାଇପାରେ। ଆମେରିକାରେ ଜନ୍ମିତ ଭାରତୀୟଙ୍କର ନାଗରିକତ୍ୱ ଅଧିକାରକୁ କ୍ଷୁଣ୍ଣ କରିବେ ବୋଲି ଯେଉଁ ଆଶଙ୍କା ସୃଷ୍ଟି ହେଉଛି ତାହା ଆଇନଗତ ନୁହେଁ, ତେଣୁ ଏହାକୁ ପ୍ରଣୟନ କରିବା କଷ୍ଟକର ହେବ। ଅନେକ ଦ୍ୱନ୍ଦ୍ୱ ଦେଇ ଗତି କରୁଥିବା କ୍ରିପ୍ଟୋ କରେନ୍ସି ସାମାନ୍ୟ ପ୍ରାଧାନ୍ୟ ଲାଭ କରିପାରେ। ୨୦୨୬ ଜୁଲାଇ ସୁଦ୍ଧା ୨ ଟ୍ରିଲିୟନ ଡଲାର ସରକାରୀ ଖର୍ଚ୍ଚକାଟ ସରକାରୀ ଯୋଜନା ବିଦେଶୀ କମ୍ପାନୀଗୁଡ଼ିକ ଉପରେ କିଛି ମାତ୍ରାରେ ପ୍ରଭାବ ପଡ଼ିବ। ଆମେରିକା ବହୁଦେଶୀୟ ଚୁକ୍ତି ଯଥା ଆଇପିଇଏଫ୍‌ ଓ କ୍ୱାର୍ଡ ଇତ୍ୟାଦିରେ ସ୍ବାକ୍ଷର କଲେ ମଧ୍ୟ କେତେକ ମୌଳିକ ନିଷ୍ପତ୍ତି, ବିଚାରଧାରାରୁ ଓହରିଯିବ ନାହିଁ। ଟ୍ରମ୍ପ୍‌ ଯୁଦ୍ଧ ଉପରେ ବିଶ୍ୱାସ ରଖୁ ନ ଥିବାରୁ ହୁଏତଃ ଭୌଗୋଳିକ ରାଜନୈତିକ ବାତାବରଣରେ ଉନ୍ନତି ଘଟିବ ଓ ନୂତନ ସମୀକରଣ ସୃଷ୍ଟି ହୋଇପାରେ।
ଆମେରିକାର ସମସ୍ତ ସଦନରେ ତାଙ୍କ ଦଳର ସଂଖ୍ୟାଗରିଷ୍ଠତା ଓ ତାଙ୍କ ପ୍ରତି ଅନୁକୂଳ ମତ ରଖୁଥିବା ସୁପ୍ରିମ କୋର୍ଟ ସହ ଏହା ତାଙ୍କର ଦ୍ୱିତୀୟ ପାଳି ହୋଇଥିବାରୁ ସେ ହୁଏତ ଅଧିକ କଠୋର ନିଷ୍ପତ୍ତି ନେବେ ବୋଲି ଆଶାକରାଯାଏ। ସାମଗ୍ରିକ ଭାବରେ ଟ୍ରମ୍ପ୍‌ ନିଜ ଦେଶକୁ ସୁହାଇଲା ଭଳି ବିଭିନ୍ନ ଦେଣନେଣଭିତ୍ତିକ ବ୍ୟାପାରକୁ ବେଶି ଗୁରୁତ୍ୱ ଦେବାର ସମ୍ଭାବନା ରହିଛି। ତେଣୁ ବହୁକ୍ଷେତ୍ରରେ ସମୟୋପଯୋଗୀ କୌଶଳ ଆପଣାଇ ଭାରତ ନିଜର ସ୍ବାର୍ଥ ସାଧନ ପାଇଁ ଆଲୋଚନା ଓ ମୂଲଚାଲ କରିପାରିବ।
ରାଉରକେଲା
ମୋ:୯୪୩୭୩୪୪୬୫୪


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri