ପ୍ରକୃତ ଦେଶଭକ୍ତି

ଦେଶଭକ୍ତି ଓ ଦେଶଦ୍ରୋହ; ଏ ଦୁଇଟି ଶବ୍ଦକୁ ସାଧାରଣ ଲୋକ ବୁଝିବା ତ ଦୂରର କଥା, ସଚେତନ ନାଗରିକ ଓ ଆମର ବୁଦ୍ଧିଜୀବୀମାନେ ମଧ୍ୟ ଠିକ୍‌ ରୂପେ ବୁଝିପାରନ୍ତି ନାହିଁ l ଦେଶଭକ୍ତି ଅର୍ଥ କେବଳ ଦେଶକୁ ଭଲପାଇବାର ଏକ ଆବେଗ ଭିତରେ ସୀମିତ ହେବା ଉଚିତ ନୁହେଁ, ବରଂ ଦେଶବାସୀଙ୍କ ସହିତ ସମସ୍ତ ମାନବ ଜାତିର ସେବା କରିବାର ମାନସିକତା ହେବା ଆବଶ୍ୟକ। ଦେଶକୁ ଯେମିତି ଭଲପାଉଛ, ସେମିତି ଦେଶର ଲୋକମାନଙ୍କୁ ମଧ୍ୟ ଭଲପାଇବା ହେଉଛି ପ୍ରକୃତ ଦେଶଭକ୍ତି। ଏହି ପରିପ୍ରେକ୍ଷୀରେ ହିନ୍ଦୁ ଯୁବ ସମ୍ପ୍ରଦାୟକୁ ଲକ୍ଷ୍ୟ କରି ସ୍ବାମୀ ବିବେକାନନ୍ଦ କହିଥିଲେ, ”ହେ ଯୁବଗଣ! ହିନ୍ଦୁର ଆଦର୍ଶ ଓ ତ୍ୟାଗର ଧ୍ବଜାକୁ କେବେ ଅବନତ କରିବ ନାହିଁ କିମ୍ବା ଶାସ୍ତ୍ରର ଅର୍ଥକୁ କଦାପି କଦର୍ଥ କରିବ ନାହିଁ l“
ଦେଶଭକ୍ତିର ପ୍ରକୃତ ଅର୍ଥ ହେଉଛି ନିଜ ଦେଶକୁ ଭଲପାଇବା, ତାର ସଂସ୍କୃତି, ଇତିହାସ ଓ ପରମ୍ପରାକୁ ସମ୍ମାନ ଜଣାଇବା। ଦେଶର ବିକାଶ ଓ ସମୃଦ୍ଧି ପାଇଁ ବ୍ରତୀ ହେବା ଏବଂ ଏହାର ସୁରକ୍ଷା ପାଇଁ ସଚେତନ ରହିବା। ଦେଶଭକ୍ତି ଆମକୁ ଏକତ୍ରିତ କରେ ଏବଂ ମିଳିମିଶି କାମ କରିବା ପାଇଁ ପ୍ରେରିତ କରେ l ଦେଶର ନାଗରିକମାନେ ଦେଶକୁ ଭଲ ପାଇବା ଅର୍ଥ; ଦେଶକୁ ଆହୁରି ଉନ୍ନତ କରି ଗଢ଼ି ତୋଳିବା ପାଇଁ ଚେଷ୍ଟାରତ ହେବା। ତେବେ ପ୍ରଶ୍ନଉଠେ, ଆମେ ଦେଶଭକ୍ତ ବୋଲି କିପରି ପ୍ରମାଣ ଦେବା ? ଦେଶର ସମ୍ବିଧାନ ଦ୍ୱାରା ନିର୍ଦ୍ଧାରିତ ଆଇନଗୁଡ଼ିକୁ ପାଳନ କରି, ଦେଶର ବିକାଶରେ ଯୋଗଦାନ ଦେଇ, ଦେଶର ଅନ୍ୟ ନାଗରିକମାନଙ୍କୁ ସହାନୁଭୂତି ପ୍ରଦର୍ଶନ କରି, ସେମାନଙ୍କ ସହ ମିତ୍ରତା ସ୍ଥାପନ କରି ଏବଂ ପରିଶେଷରେ ଦେଶର ସଂସ୍କୃତି ଓ ପରମ୍ପରାକୁ ପର ପିଢ଼ି ପର୍ଯ୍ୟନ୍ତ ପହଞ୍ଚେଇ ପାରିଲେ, ଆମେ ଜାଣିବା ଯେ ଆମେ ପ୍ରକୃତ ଦେଶଭକ୍ତ।
ଦେଶଭକ୍ତିର ଆରମ୍ଭ ନିଜ ମାତୃଭୂମି ପ୍ରତି ପ୍ରେମରୁ ହୁଏ। ନିଜ ଦେଶର ପ୍ରାକୃତିକ ସୌନ୍ଦର୍ଯ୍ୟ, ବିବିଧ ଭୌଗୋଳିକ ଅବସ୍ଥିତି ଏବଂ ସଂସାଧନର ପ୍ରଶଂସା କରିବା ହେଉଛି ନିଜ ଦେଶକୁ ଭଲପାଇବା; ଯାହା ନିଜ ଦେଶକୁ ଅନେକ ଦେଶ ମଧ୍ୟରେ ଅଦ୍ୱିତୀୟ ବୋଲି ପ୍ରମାଣିତ କରେ। ଆମ ଭାଷା, ପରମ୍ପରା, ଚାଲିଚଳଣି, ରୀତିନୀତି ଯାହା ପିଢ଼ି ପରେ ପିଢ଼ି କେଉଁ ଆବହମାନ କାଳରୁ ଚାଲିଆସୁଛି, ତାକୁ ଆପଣେଇବା ଏବଂ ଏହାକୁ ଉତ୍ସବ ରୂପେ ପାଳନ କରିବା ଦ୍ୱାରା ଦେଶର ନାଗରିକମାନଙ୍କ ଭିତରେ ଏକତା ବୃଦ୍ଧି ପାଏ।
ଦେଶଭକ୍ତିର ଭବ୍ୟ ପରିଦର୍ଶନ ଦେଶର ରାଷ୍ଟ୍ରୀୟ ଉତ୍ସବ, ପାରେଡ଼ରେ ପ୍ରଦର୍ଶିତ ହୁଏ; ମାତ୍ର ଦେଶଭକ୍ତିର ମୂଳତତ୍ତ୍ୱ ନିତିଦିନିଆ ଜୀବନରେ ଘଟୁଥିବା ଛୋଟ ଛୋଟ ଘଟଣାରେ ନିହିତ ଥାଏ। ଦୟା ମନୋଭାବ, ସାଥୀ ନାଗରିକଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ଏବଂ ମାନବିକ ମୂଲ୍ୟବୋଧଗୁଡ଼ିକୁ ବଞ୍ଚାଇ ରହିବାର ପ୍ରତିବଦ୍ଧତା; ଏସବୁକୁ ହିଁ ତ ଦୈନିକ ଜୀବନରେ ଦେଶଭକ୍ତିର ଅଭିବ୍ୟକ୍ତି ବୋଲି କୁହାଯାଇପାରିବ। ଗୋଟିଏ ଦେଶରେ ବାସ କରୁଥିଲେ ମଧ୍ୟ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ମତରେ ଭିନ୍ନତା ରହିବା ସ୍ବାଭାବିକ। ପରସ୍ପର ଭିତରେ ସାଂସ୍କୃତିକ, ଧାର୍ମିକ ଏବଂ ବୈଚାରିକ ମତଭେଦକୁ ସମ୍ମାନ ଜଣାଇବା ହିଁ ପରିପକ୍ୱ ଏବଂ ସମାବେଶୀ ଦେଶଭକ୍ତିର ପ୍ରମାଣ ଅଟେ। ଏକ ଏଭଳି ପରିବେଶ ସୃଷ୍ଟି ହେବା ଆବଶ୍ୟକ, ଯେଉଁଠି ପ୍ରତ୍ୟେକ ବ୍ୟକ୍ତି ନିଜକୁ ମୂଲ୍ୟବାନ୍‌, ସ୍ବୀକୃତ, ସ୍ବାଧୀନ ଏବଂ ସୁରକ୍ଷିତ ଅନୁଭବ କରିବେ।
ପ୍ରକୃତିର ଯତ୍ନ ନେବା ମଧ୍ୟ ଦେଶଭକ୍ତିର ଅନ୍ୟ ଏକ ଅଭିବ୍ୟକ୍ତି। କାରଣ ପ୍ରକୃତି ସହିତ ମାନବ ସ୍ବାସ୍ଥ୍ୟର ପ୍ରତ୍ୟକ୍ଷ ସମ୍ପର୍କ ରହିଛ। ପ୍ରକୃତିର ସୁରକ୍ଷା ସହ ଏହାର ସଂରକ୍ଷଣର ଉପାୟ ଏକ ଦେଶଭକ୍ତର କର୍ତ୍ତବ୍ୟ ଓ ଦାୟିତ୍ୱ। ଶିକ୍ଷା ଓ ଜ୍ଞାନର ଅଭିବୃଦ୍ଧି ରାଷ୍ଟ୍ରର ଭବିଷ୍ୟତ ନିର୍ମାଣରେ ସହାୟକ ହୁଏ। ଶିଖିବାକୁ ମହତ୍ତ୍ୱ ଦେବା ଏବଂ ଶିକ୍ଷଣ ପଦ୍ଧତିକୁ ସମର୍ଥନ କରି ବୌଦ୍ଧିକ ଜିଜ୍ଞାସାକୁ ପ୍ରୋତ୍ସାହନ ଦେଇ ବ୍ୟକ୍ତି ଦେଶର ବିକାଶରେ ଯୋଗଦାନ ଦେଇପାରିବ। ଏକ ଦାୟିତ୍ୱବାନ୍‌ ଉପଭୋକ୍ତା ରୂପେ ଯଥେଷ୍ଟ ପରିଶ୍ରମ କରିବା, ସମୟାନୁଯାୟୀ କର ପଇଠ କରି ଦେଶର ଅର୍ଥ ବ୍ୟବସ୍ଥାକୁ ସୁଦୃଢ଼ କରିବା ମଧ୍ୟ ଦେଶଭକ୍ତ।
ଦେଶଭକ୍ତିର ସବୁଠାରୁ ବଡ଼ ପ୍ରମାଣ ହେଲା, ଦେଶଦ୍ରୋହ ନ କରିବା କିମ୍ବା ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଦେଶଦ୍ରୋହୀ କାର୍ଯ୍ୟକଳାପରେ ଜଡ଼ିତ ନ ହେବା। ଅକ୍ସଫୋର୍ଡ ଆଡ୍‌ଭାନ୍ସ ଲର୍ନର ଶବ୍ଦକୋଷ ଅନୁସାରେ, ‘ଯଦି କୌଣସି ବ୍ୟକ୍ତି ନିଜର ବ୍ୟବହୃତ ଶବ୍ଦ କିମ୍ବା କାର୍ଯ୍ୟ ମାଧ୍ୟମରେ ସରକାରଙ୍କୁ ବିରୋଧ କରିବା ପାଇଁ ଲୋକଙ୍କୁ ଉତ୍ସାହିତ କରେ, ତେବେ ତାକୁ ଦେଶଦ୍ରୋହ ଶ୍ରେଣୀ ଅନ୍ତର୍ଭୁକ୍ତ କରାଯିବ।’ ଆଇନ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ଦେଶଦ୍ରୋହର ପରିଭାଷା ଖୁବ୍‌ ଜଟିଳ, କାରଣ ସମୟ ସମୟରେ ଏହାର ଦୁରୁପଯୋଗ ହେବାର ସମ୍ଭାବନା ମଧ୍ୟ ରହିଥାଏ। ଏହାକୁ ରୋକିବା ପାଇଁ ଆଇପିସି (ବର୍ତ୍ତମାନ ବିଏନ୍‌ଏସ୍‌) ଭାରତୀୟ ନ୍ୟାୟ ସଂହିତାର ଦେଶଦ୍ରୋହ ସମ୍ବନ୍ଧୀୟ ଧାରାଗୁଡ଼ିକରେ ପରିବର୍ତ୍ତନ ଅଣାଗଲା l ଦେଶର ସୁରକ୍ଷା ପ୍ରତି ବିପଦ ଥିବା ଯେକୌଣସି କାର୍ଯ୍ୟ ସହ ସମ୍ପୃକ୍ତ ହେଲେ ତାହା ଦେଶଦ୍ରୋହ କୁହାଯିବ l ଆଇନ ଅନୁସାରେ ଦେଶଦ୍ରୋହ ଭଳି ଅପରାଧ ପାଇଁ କଠୋର ଦଣ୍ଡବିଧାନ ଯେପରିକି ଆଜୀବନ କାରାଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଛ। ଦେଶ ବିରୋଧରେ ଲେଖିବା, କହିବା, ସଂକେତ ଦେବା, କୌଣସି ଭୁଲ୍‌ ତଥ୍ୟର ଅପପ୍ରଚାର କରିବା, ବିଦ୍ରୋହ କରିବା ଏବଂ ହିଂସା ଓ ଘୃଣା ବିସ୍ତାର କରିବାକୁ ଚେଷ୍ଟା କରିବା ଆଦି କାର୍ଯ୍ୟ ଦେଶଦ୍ରୋହ ଭିତରେ ଗଣାହୁଏ। ଦେଶର ଗୁପ୍ତତଥ୍ୟ ବିଦେଶୀମାନଙ୍କୁ ଦେବା, ଦେଶ ବିରୋଧରେ ଯୁଦ୍ଧ ଉଦ୍ଦେଶ୍ୟରେ ଅସ୍ତ୍ରଶସ୍ତ୍ର ସଂଗ୍ରହ କରିବା, ତିଆରି କରିବା ବା ଲୁଚାଇବାକୁ ଚେଷ୍ଟା କରୁଥିବା ଆରୋପୀର ଦୋଷ ପ୍ରମାଣିତ ହେଲେ ୧o ବର୍ଷ କିମ୍ବା ଆଜୀବନ ଜେଲଦଣ୍ଡ ଭୋଗିବାର ସମ୍ଭାବନା ରହିଛି।
ଦେଶ ପ୍ରତି ସରଳ ତଥା ଗଭୀର ପ୍ରେମ ପ୍ରଦର୍ଶନ ହେଉଛି ଦେଶଭକ୍ତ। ଏହା ଏକ ସ୍ଥିର ଅବଧାରଣା ନୁହେଁ, ଏହା ସମାଜର ବୃଦ୍ଧି ଏବଂ ପରିବର୍ତ୍ତନ ସହ ବିକଶିତ ହୁଏ। ନିଜର ଦୈନନ୍ଦିନ ଜୀବନରେ ଦେଶଭକ୍ତିର ସିଦ୍ଧାନ୍ତଗୁଡ଼ିକୁ ଆପଣେଇ ରାଷ୍ଟ୍ରର ସାମୂହିକ ହିତ ସାଧନରେ ଯୋଗଦାନ ଦେଲେ ଆଗାମୀ ପିଢ଼ିଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରିବ ବୋଲି ଆଶା କରାଯାଏ।
ଭୁବନେଶ୍ୱର, ମୋ: ୬୩୭୦୫୧୬୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

ଲୋକ ସଭା ଆସନ ୮୧୬କୁ ବଢ଼ିବ: ୧୬ରୁ ୩ ଦିନ ପାଇଁ ପୁଣି ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩ା୪(ପି.ଟି.):ପାର୍ଲାମେଣ୍ଟର ବଜେଟ ଅଧିବେଶନ ସ୍ବଳ୍ପକାଳୀନ ଅବକାଶ ପରେ ଏପ୍ରିଲ ୧୬ରୁ ପୁଣି ଚାଲିବ। ବିଶେଷକରି ଲୋକ ସଭାର ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି କରାଯିବା ସଂକ୍ରାନ୍ତ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri