ରାଜପଥ କଡ଼ରୁ ହଟୁନି ଟ୍ରକ୍‌

କେନ୍ଦୁଝର,୨୭ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଗତ ଦିନରେ କେନ୍ଦୁଝର ଜିଲା ଦେଇ ଯାଇଥିବା ଜାତୀୟ ରାଜପଥରେ ଅନେକ ଦୁର୍ଘଟଣା ଘଟି ବହୁ ଧନଜୀବନହାନି ହୋଇଛି। ବାରମ୍ବାର ଦୁର୍ଘଟଣା ପରେ ମଧ୍ୟ ଜାତୀୟ ରାଜପଥ କଡ଼ରୁ ଟ୍ରକ୍‌ର ଲମ୍ବାଧାଡ଼ି ହଟୁନାହିଁ। ତଦାରଖ ଅଭାବରୁ ଖଣିଜ ବୋଝେଇ ଟ୍ରକ୍‌ ଏଣେ ତେଣେ ପାର୍କିଂ କରାଯାଉଛି। ରାସ୍ତା କଡ଼ରେ ଟ୍ରକ୍‌ ଛିଡ଼ା ହେଉଥିବାରୁ ଦୁର୍ଘଟଣା ଘଟୁଛି। ଦୁର୍ଘଟଣା ଘଟି ମୃତାହତ ହେଲେ ପ୍ରଶାସନ ପକ୍ଷରୁ ଧରପଗଡ଼ ହୋଇଥାଏ। ଅନ୍ୟ ସମୟରେ ଦେଖା ମିଳେନାହିଁ ବୋଲି ସାମାଜିକକର୍ମୀମାନେ କହିଛନ୍ତି।
ପ୍ରକାଶ ଯେ, ଖଣିରୁ ଟ୍ରକ୍‌ ଲୋଡ ବେଳେ ସେମାନେ ପରମିଟ୍‌ ନେଉଛନ୍ତି। ବାଟରେ ବିଭିନ୍ନ ପରିବହନ ଠିକାସଂସ୍ଥା ସେମାନଙ୍କ ସୁବିଧା ସ୍ଥାନରେ ଚାଲାଣ ଦେବା ବ୍ୟବସ୍ଥା କରୁଛନ୍ତି। ଫଳରେ ଚାଳକ ରାସ୍ତା କଡ଼ରେ ଗାଡ଼ି ଅଟକାଇ ଚାଲାଣ ଓ ତେଲ ସ୍ଲିପ୍‌ ନେବାକୁ ବହୁ ସମୟ ଅପେକ୍ଷା କରିଥାନ୍ତି। ଅନ୍ୟ ଗାଡ଼ି ଚଳାଚଳରେ ସମସ୍ୟା ଉପୁଜିଛି। ଅନେକ ସମୟରେ ରାସ୍ତା ଜାମ୍‌ ମଧ୍ୟ ଏହି କାରଣରୁ ହୋଇଥାଏ। ବିଶେଷ କରି ପାଟଣା ବ୍ଲକ୍‌ ଖିରେଇଟାଙ୍ଗିରି ଟୋଲଗେଟ୍‌ ନିକଟରେ ଏଭଳି ପରିବହନ ଠିକାସଂସ୍ଥା ଚାଲାଣ ଓ ତେଲ ସ୍ଲିପ୍‌ ଦେଉଥିବାରୁ ଗାଡି ଚାଳକମାନେ ରାସ୍ତାରେ ଟ୍ରକ୍‌ ଅଟକାଇ ସଂଗ୍ରହ କରୁଛନ୍ତି। ଏଥି ପାଇଁ ଦୀର୍ଘ ଘଣ୍ଟା ଧରି ଟ୍ରକ୍‌ଗୁଡ଼ିକ ଲମ୍ବା ଲାଇନରେ ଅଟକି ରହିବା ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ବାଉଁଶୁଳି ଘାଟି ପର୍ଯ୍ୟନ୍ତ ଲମ୍ବି ରହୁଥିବାରୁ ଘାଟି ରାସ୍ତା ଅଧିକ ବିପଦପୂର୍ଣ୍ଣ ହୋଇପଡୁଛି। ସେହିପରି ଏନ୍‌ଏଚ୍‌ ୨୦ର ସିଲିସୁଆଁ, ପୁଟୁଳିଆ ତଥା ଅନ୍ୟାନ୍ୟ ସ୍ଥାନରେ ସମାନ ଅବସ୍ଥା ଲାଗିରହିଛି। ଅନ୍ୟପକ୍ଷରେ ପରିବହନ ଠିକାସଂସ୍ଥା ଅଧିକ ଲାଭ ପାଇଁ ନିଜର ବା ନିଜ ଯୋଗାଯୋଗରେ ଥିବା ପେଟ୍ରୋଲ ପମ୍ପରୁ ତେଲ ନେବାକୁ ସ୍ଲିପ୍‌ ଦେଇଥାନ୍ତି। ଫଳରେ ଅନେକ ସମୟରେ ପେଟ୍ରୋଲ ପମ୍ପରେ ତେଲ ପାଇଁ ଏନ୍‌ଏଚ୍‌ ଉପରେ ଟ୍ରକ୍‌ ଲାଇନରେ ଛିଡ଼ା ହେଉଛି। ତେଲ ନ ଥିଲେ ଦୀର୍ଘ ଘଣ୍ଟା ରାସ୍ତାରେ ଟ୍ରକ୍‌ ପାର୍କିଂ କରି ଅପେକ୍ଷା କରିଥାନ୍ତି। ଅନେକ ସମୟରେ ରଙ୍ଗ୍‌ରୁଟ୍‌ରେ ଟ୍ରକ୍‌ ଆସିବାକୁ ବାଧ୍ୟ ହୋଇଥାନ୍ତି। ସେହିପରି ଏନ୍‌ଏଚ୍‌ ୪୯ ଅଞ୍ଜର (ପୁତୁଲୁପାଣି) ନିକଟରେ ଲୋଡିଂ ପାଇଁ ଟ୍ରକ୍‌ ଲମ୍ବାଧାଡ଼ି ଯୋଗୁ ଟ୍ରାଫିକ୍‌ ସମସ୍ୟା ଦେଖାଦେଇଥାଏ। ଅନେକ ଟ୍ରକ୍‌ ଚାଳକ ବେଆଇନ ଭାବରେ ରାସ୍ତା ଡିଭାଇଡର ଅତିକ୍ରମ କରି ଲୋଡିଂ ପାଇଁ ଯାଉଥିବାରୁ ଡିଭାଇଡର ଭାଙ୍ଗି ସମସ୍ୟା ଦେଖାଦେଇଥାଏ। ଜାତୀୟ ରାଜପଥ ପ୍ରାଧିକରଣ ବିଭିନ୍ନ ସ୍ଥାନରେ ରାସ୍ତା କଡ଼୍‌ରେ ପାର୍କିଂ ବ୍ୟବସ୍ଥା କରିଛି। ଏଣୁ ଅନ୍ୟ ସ୍ଥାନରେ ଗାଡି ପାର୍କିଂ କରିବା କେତେଦୂର ଆଇନସଙ୍ଗତ ବୋଲି ସାମାଜିକ କର୍ମୀ ଗୁଲାବ ଅଖତର ରାଇନ କହିଛନ୍ତି। ପରିବହନ ଠିକାସଂସ୍ଥାଗୁଡ଼ିକ ବହୁ ଲାଭ କରୁଛନ୍ତି। ମାତ୍ର ଲୋଡିଂ ସ୍ଥାନରେ ଚାଲାଣ ବା ତେଲ ସ୍ଲିପ ଦେବା ବ୍ୟବସ୍ଥା ନ କରି ରାସ୍ତା କଡ଼ରେ ଦେଉଛନ୍ତି। ସେମାନଙ୍କ ପାଇଁ ସାଧାରଣ ଲୋକେ ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଛନ୍ତି। ଏ ନେଇ ପଦକ୍ଷେପ ନେବାକୁ ସାମାଜିକ କର୍ମୀ ଦିଲୀପ ସାହୁଙ୍କ ସମେତ ବିଭିନ୍ନ ମହଲରେ ଦାବି ହେଉଛି। ଆଞ୍ଚଳିକ ପରିବହନ ଅଧିକାରୀ ଗୋପାଳକୃଷ୍ଣ ଦାସ କହିଛନ୍ତି, ପରିବହନ ଠିକାସଂସ୍ଥା ପକ୍ଷରୁ ରାସ୍ତାରେ ଟ୍ରକ୍‌ ଛିଡ଼ା କରି ଚାଲାଣ ବଣ୍ଟାଯାଉଛି। ସେମାନଙ୍କୁ ନୋଟିସ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ନୀଳଗିରି ଚାଷର ଜାଲ: କମ୍ପାନୀ ଲାଭରେ, ବିପଦରେ ପରିବେଶ!

ଥୁଆମୂଳ ରାମପୁର, ୧୦।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ଅଞ୍ଚଳରେ ଦିନକୁ ଦିନ ନୀଳଗିରି (Eucalyptus) ଚାଷ ବୃଦ୍ଧି ପାଇବାରେ ଲାଗିଛି । ଏହି ଚାଷକୁ…

Weight Loss Tips: ରାତିରେ ଖାଆନ୍ତୁ ଏହି ୫ ଜିନିଷ, ଶୀଘ୍ର କମିଯିବ ପେଟର ଚର୍ବି

ଆଜିର ଦ୍ରୁତ ଗତି ଜୀବନରେ, କାମର ଚାପ ଏବଂ ପରିବର୍ତ୍ତନଶୀଳ ଅଭ୍ୟାସ ସିଧାସଳଖ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି। ସମୟ ଅଭାବରୁ ଲୋକମାନେ ସଠିକ ସମୟରେ…

ଓଡିଶାର କଶ୍ମୀର ବୁଲିଲେ ଉପମୁଖ୍ୟମନ୍ତ୍ରୀ: ବଡ଼ଧରଣର ଘୋଷଣାକୁ ଅପେକ୍ଷା

ଦାରିଙ୍ଗବାଡି, ୧୦।୨ (ଅରୁଣ ସାହୁ ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଗସ୍ତରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା ଗସ୍ତ କରିଛନ୍ତି। ସେ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ରାତି ଅଧରେ ପଡ଼ୋଶୀ ଘରେ ନିଆଁ ଲଗାଇ…

ଖଇରା,୧୦।୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ମୁଣିଦା ଗାଁର ନିରଞ୍ଜନ ପାଢୀଙ୍କର ୩ ବଖରା ଘର ପୋଡି ନଷ୍ଟ ହୋଇ ଯାଇଛି । ତେବେ…

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ଧନ୍ୟବାଦ ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୦।୨: ICC ପୁରୁଷ T20 ବିଶ୍ୱକପ 2026 ର ସବୁଠାରୁ ବଡ଼ ମ୍ୟାଚ, ଭାରତ ବନାମ ପାକିସ୍ତାନ, ନେଇ ସୃଷ୍ଟି ହୋଇଥିବା ବିବାଦର ଏବେ ଅନ୍ତ ଘଟିଛି।…

ହାଇୱେରେ ଏକୁଟିଆ ଦେଖି ଲୁଟୁଥିଲେ, ଚାରି ଲୁଟେରାଙ୍କ ସହ ଛଅ ବାଇକ ଜବତ କଲା ପୁଇଁନ୍ତଲା ପୋଲିସ

ବଲାଙ୍ଗୀର,୧୦।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁନ୍ତଲା ପୋଲିସକୁ ପୁଣି ମିଳିଛି ସଫଳତା । ପୁଣି ଏକ ବାଇକ୍ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳତା ହୋଇଛି ପୋଲିସ…

ଭାରତ ପରେ ଏହି ଦେଶ ପାଇଁ ଟାରିଫ କମ୍‌ କଲେ ଟ୍ରମ୍ପ, କିଛି ଉତ୍ପାଦନ ହେଲା ଡ୍ୟୁଟି ଫ୍ରି

ଓ୍ବାଶିଂଟନ,୧୦।୨: ଭାରତ ପରେ, ଆମେରିକା ଏବଂ ବାଂଲାଦେଶ ମଧ୍ୟରେ ଏକ ନୂତନ ବାଣିଜ୍ୟ ଚୁକ୍ତିନାମା ହୋଇଛି, ଯାହା ଅଧୀନରେ ଆମେରିକା ମଧ୍ୟ ବାଂଲାଦେଶୀ ଉତ୍ପାଦ ଉପରେ ଶୁଳ୍କ…

୫୦ ଲକ୍ଷ ଟଙ୍କାର ଚାକିରି ଛାଡିଲେ, ଏବେ ମୋମୋ ବିକ୍ରି କରି ରୋଜଗାର କରୁଛନ୍ତି ୫ କୋଟି, ଏହି ବ୍ୟକ୍ତିଙ୍କ କାହାଣୀ…

ନୂଆଦିଲ୍ଲୀ,୧୦।୨: ଗୁରଗାଓଁର ଜଣେ ଯୁବ ଉଦ୍ୟୋଗୀ ସାକେତ ସୌରଭଙ୍କ କାହାଣୀ ଆଜିକାଲି ସୋସିଆଲ ମିଡିଆରେ ର୍ଚ୍ଚାରେ ଅଛି। ସାକେତ ୨୦୨୩ରେ ତାଙ୍କର ବାର୍ଷିକ ୫୨ ଲକ୍ଷ ଲାଭଜନକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri