ଟ୍ରକ୍‌-ତୀର୍ଥଯାତ୍ରୀ ବସ୍‌ ଧକ୍କା: ୨୦ ଆହତ, ୨ ଗୁରୁତର

ଭଦ୍ରକ ଅଫିସ,୧୧।୨: କୋଲକାତାରୁ ପୁରୀ ଆସୁଥିବା ଏକ ତୀର୍ଥଯାତ୍ରୀ ବସ୍‌ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଛି। ୧୬ ନମ୍ବର ଜାତୀୟ ରାଜପଥ ମଇତାପୁରଠାରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨୦ଜଣ ତୀର୍ଥଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଗୁରୁତରଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି।