ମୋହନା,୨୭ା୬(ମନ୍ମଥ ମିଶ୍ର): କାର୍କୁ ଧକ୍କା ଦେଇ ଓଲଟି ପଡ଼ିଛି ଟାୟାର ବୋଝେଇ ଟ୍ରକ୍। ଡ୍ରାଇଭରଙ୍କ ସମେତ ୫ ଆହତ ହୋଇଛନ୍ତି। ଗଜପତି ଜିଲା ଅଡ଼ବା ଥାନା ନାଳାଘାଟ ନିକଟ ଭୀମଦଲି ଘାଟିରେ ଘଟିଛି ଏହି ଦୁର୍ଘଟଣା। ରାୟଗଡ଼ାରୁ ଗୋଟିଏ ପରିବାର ୪ ଜଣ କାର୍ ଯୋଗେ ଦିଗପହଣ୍ଡି ଯାଉଥିବା ବେଳେ ସାମ୍ନା ପଟୁ ଆସୁଥିବା ଟାୟାର ବୋଝେଇ ଟ୍ରକ୍ଟି ଭାରସାମ୍ୟ ହରାଇ କାର୍କୁ ଧକ୍କା ଦେଇ ରାସ୍ତାରେ ଓଲଟି ପଡ଼ିଛି। ଦୁର୍ଘଟଣାରେ ଉଭୟ ଗାଡ଼ିର ଡ୍ରାଇଭରଙ୍କ ସମେତ କାର୍ରେ ଯାତ୍ରା କରୁଥିବା ୩ ଜଣ ଆହତ ହୋଇଛନ୍ତି। ଆହତ ଯାତ୍ରୀଙ୍କ ମଧ୍ୟରୁ ଜଣେ ମହିଳା ଓ ଜଣେ ଶିଶୁ ଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ବିରିକୋଟ ମେଡିକାଲ ଭର୍ତ୍ତି କରିଥିବାବେଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।