ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍ । ସୂଚନା ଅନୁସାରେ ସ୍ଥାନୀୟ ବ୍ଲକ ସଦର ମହକୁମା ଦେଇ ଆନ୍ଧ୍ର ଓ ଛତିଶଗଡ଼ ଦୁଇ ରାଜ୍ୟକୁ ସଂଯୋଗ କରିଥିବା ୨୬ ନଂ ଜାତୀୟ ରାଜପଥ ରେ ଆନ୍ଧ୍ର ଅଭିମୁଖେ ଯାଉଥିବା ଚାଉଳ ବୋଝେଇ ଟ୍ରକ୍ ନଂ ସିଜି ୦୭ ପିଏନ୍ ୭୩୮୩ ଉପରୋକ୍ତ ଘାଟିରେ ଭାରସାମ୍ୟ ହରାଇ ଏକ ବୁଲାଣି ରାସ୍ତା କଡ଼କୁ ଓଲଟି ପଡିଥିଲା। ଫଳରେ ଟ୍ରକରେ ରହିଥିବା ସମସ୍ତ ଚାଉଳ ରାସ୍ତା ଉପରୁ ଘାଟି ତଳେ ରହିଥିବା ଚାଷ ଜମି ଆଡକୁ ଗଡ଼ିଯାଇଥିଲା। ଦୁର୍ଘଟଣା ସମ୍ପର୍କରେ ଖବର ପାଇଁ ଘଟଣାସ୍ଥଳେ ଓଡ଼ିଶା ଡ୍ରାଇଭର ମହାସଂଘର କିଛି ଡ୍ରାଇଭର ଘଟଣା ସ୍ଥଳେ ପହଞ୍ଚି ଓଲଟି ପଡିଥିବା ଟ୍ରକ ଭିତରୁ ଆହତ ଡ୍ରାଇଭର ହେଲପର୍ ଦୁହିଁଙ୍କୁ ଉଦ୍ଧାର କରି ପଟ୍ଟାଙ୍ଗି ସ୍ବାସ୍ଥ୍ୟକେନ୍ଦ୍ର ପଠାଇଥିଲେ। ସେପଟେ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଏଏସ୍ଆଇ ମାଧବ ତାଡିଙ୍ଗି ପୋଲିସ କର୍ମଚାରୀଙ୍କୁ ନେଇ ଘଟଣାସ୍ଥଳେ ପହଞ୍ଚି ଦୁର୍ଘଟଣା ସ୍ଥିତି ଅନୁଧ୍ୟାନ କରିବା ସହ ଘାଟି ତଳକୁ ଖସି ପଡ଼ିଥିବା ଚାଉଳକୁ କେହି ଯେମିତି ନେଇ ପାରିବେ ନାହିଁ ପୋଲିସ କର୍ମଚାରୀଙ୍କୁ ମୁତୟନ କରି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଡ୍ରାଇଭର ଏବଂ ହେଲପର୍ଙ୍କ ନିକଟରେ ପହଞ୍ଚି ଦୁର୍ଘଟଣା ସମ୍ପର୍କରେ ପଚା ବୁଝି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।