ବସ୍‌ ପଛରୁ ପିଟିଲା ଟ୍ରକ୍‌: ୮ ଯାତ୍ରୀ ଗୁରୁତର

ଖୋର୍ଦ୍ଧା,୩।୨: ଖୋର୍ଦ୍ଧା ଜିଲା ବାଲୁଗାଁରେ ଶନିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ପଛରୁ ଟ୍ରକ ଧକ୍କା ଦେବାରୁ ୮ ଯାତ୍ରୀ ଗୁରୁତର ହୋଇଛନ୍ତି।
ପ୍ରାୟ ୪୦ ଯାତ୍ରୀଙ୍କୁ ଧରି ଏକ ଯାତ୍ରୀବାହୀ ବସ୍‌ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ଅପରାହ୍ନରେ ବସ୍‌ଟି ବାଲୁଗାଁ ବ୍ଲକ ଅଧୀନ ୧୬ନଂ ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକରେ ପହଞ୍ଚିଥିଲା। ସେତେବେଳେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ ମାଛ ବୋଝେଇ ଟ୍ରକ୍‌ ବସ୍‌କୁ ପଛରୁ ପିଟିଥିଲା।
ଏହି ଦୁର୍ଘଟଣାରେ ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତରଙ୍କୁ ଉଦ୍ଧାର କରି ବାଲୁଗାଁ ମେଡିକାଲରେ ଭର୍ତ୍ତି କରିଛି ।