ମନା କରୁଥିଲେ ଗ୍ରାମବାସୀ ମାନିଲେନି ଟ୍ରକ୍‌ ଡ୍ରାଇଭର, ଶେଷକୁ ଫସିଗଲେ 

ଦାରିଙ୍ଗବାଡି, ୨୦।୧୦ (ଅରୁଣ ସାହୁ ):  କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ଗୁମାଡି ନଦୀରେ କରାଯାଇଥିବା ଅସ୍ଥାୟୀ ପୋଲ ଉପରେ ଏକ ଟ୍ରକ ଅଟକି  ଯାଇଛି।  ଫଳରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ଉକ୍ତ ବ୍ଲକ ସିମନବାଡି ଠାରୁ  ତିଲୋରୀ ଦେଇ ବୁଡ଼ାଗୁଡା, ଗୁମିକିଆ, ଅଲିମାହା, ବାଲିଗୁଡା ଏବଂ କୋଟଗଡ଼ ବ୍ଲକ ପକାରୀ ସେହି ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି।
ପ୍ରକାଶ ଯେ, ଉକ୍ତ ଗୁମାଡି ନଦୀରେ ଏକ ପୋଲ ନିର୍ମଣ କାର୍ଯ୍ୟାଚାଲିଛି। ତେବେ  ଗତ ୪ ମାସ ହେଲା ଅଞ୍ଚଳରେ ବର୍ଷା ଲାଗିରହିଥିବାରୁ ଉକ୍ତ ପୋଲ ନିର୍ମାଣ  କାର୍ଯ୍ୟ ଅଧପାନ୍ତରିଆ ହୋଇ ରହିଛି। ଲୋକଙ୍କ ଯାତାୟାତ ପାଇଁ ପୋଲ କାର୍ଯ୍ୟଚାଲିଥିବା ନିକଟରେ ଏକ ଅସ୍ଥାୟୀ ପୋଲ ନିର୍ମଣ  କରାଯାଇଛି । ତେବେ ବର୍ଷା କାରଣରୁ ଉକ୍ତ ଅସ୍ଥାୟୀ ପୋଲ ମଧ୍ୟ ବାରମ୍ବାର ଧୋଇହୋଇଯାଉଛି । ଫଳରେ ଅସ୍ଥାୟୀ ପୋଲ ଉପରେ ଭାରିଯାନ ଯାତାୟାତ ପାଇଁ କଟକଣା କରାଯାଇ ଅନ୍ୟ ରାସ୍ତାରେ ଲଷ୍ମୀ ବସ୍‌ ଚଳାଚଳ କରାଯାଉଛି। ତେବେ ଟ୍ରକଟି ମଧ୍ୟ ଅନ୍ୟ ରାସ୍ତାରେ ତିଲୋରୀ ସିମେଣ୍ଟ ନେଇ ଯାଇଥିଲା।  ସେଠାରେ ଅନଲୋର୍ଡ କରି  ଫେରିବା ବେଳେ ଗ୍ରାମବାସୀଙ୍କ ମନା କରିବା ସତ୍ୱେ ସେହି ଅସ୍ଥାୟୀ ପୋଲ ଦେଇ  ଟ୍ରକ୍‌ଟି ଫେରୁଥିଲା । ପୋଲରେ ଗାଡିର ଫସିଯାଇଛି। ଫଳରେ ଟ୍ରକ୍‌ଟି ସେଠାରେ ଅଟକି ରହିଛି ।ଗୋଟିଏ ପଟେ ଉକ୍ତ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଆରମ୍ଭ ହୋଇଥିବା ବେଳେ ଟ୍ରକଟି ଫସି ରହିବାରୁ ଅଯାତାୟାତ ବନ୍ଦ ହୋଇଯାଇଛି। ଅଧିକା ବର୍ଷା ହେଲେ ଟ୍ରକ ପ୍ରତି ବିପଦ ରହିଥିବା ତିଲୋରୀ ଅଞ୍ଚଳବାସୀ କହିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri