ତ୍ରିଶୂଳ ପୋଖରୀ ପାଣି ଦୂଷିତ: ରୋଗ ବ୍ୟାପିବା ଆଶଙ୍କା

ଲୋଇସିଂହା,୨।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ସହରର ତ୍ରିଶୂଳ ପୋଖରୀ ପାଣି ଦୂଷିତ ହୋଇପଡିଛି। ତଥାପି ଏହି ପୋଖରୀରେ ଦୈନିକ ଲୋଇସିଂହା ବସ୍ତିର ଶତାଧିକ ବ୍ୟକ୍ତି ସ୍ନାନ କରୁଥିବାରୁ ଚର୍ମ ରୋଗ ସହିତ ନା ନା ରୋଗ ବ୍ୟାପିବା ନେଇ ଆଶଙ୍କା ଦେଖାଦେଇଛି। ପ୍ରଶାସନ ପକ୍ଷରୁ ଏହାର ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଲୋଇସିଂହା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଓ ସାପ୍ତାହିକ ବଜାର ନିକଟରେ ରହିଛି ତ୍ରିଶୂଳ ପୋଖରୀ। ଏହି ପୋଖରୀକୁ ବର୍ଷାଦିନରେ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସନ ପାଇଁ ବ୍ୟବସ୍ଥା ନାହିଁ ା କିଛି ବର୍ଷ ପୂର୍ବରୁ ଜଳ ନିଷ୍କାସନ ପାଇଁ ସର୍‌ପ୍ଲସ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ା ହେଲେ ତାହା କୌଣସି କାରଣରୁ ବନ୍ଦ କରି ଦିଆଯାଇଥିଲା। ଏଣୁ ନିଷ୍କାସନ ପଥ ନ ଥିବାରୁ ପୋଖରୀରେ ପାଣି ଜମି ରହି ପ୍ରଦୂଷିତ ହୋଇ ପଡିଛି। ପୋଖରୀ ପାଣିରେ ନୀଳ ଆସ୍ତରଣ ଜମି ଯାଇଛି ା ପାଣି ଅବସ୍ଥା ଏପରି ହୋଇଥିଲେ ସୁଦ୍ଧା ଲୋଇସିଂହା ନୂଆପଡା, ବସ୍ତି ଏବଂ ବସଷ୍ଟାଣ୍ଡ ଅଞ୍ଚଳର ଲୋକେ ନିୟମିତ ଭାବେ ବ୍ୟବହାର କରି ଆସୁଛନ୍ତି ା ପୋଖରୀକୁ ସ୍ନାନ ପାଇଁ ଯାଉଥିବା ଲୋକେ କିଛି ସମୟ ଧରି ପାଣି ସଫା କଲା ପରେ ସ୍ନାନ କରିଥାନ୍ତି। ପୋଖରୀ ପାଣି ବ୍ୟବହାର କରୁଥିବା ଲୋକଙ୍କ ଦେହ କୁଣ୍ଡାଇ ହେଉଥିବା ଅଭିଯୋଗ ହେଉଛି। ଖୁବଶୀୀଘ୍ର ଏହାର ପ୍ରତିକାର ବ୍ୟବସ୍ଥା ଗ୍ରହଣ କରା ନ ଗଲେ ଚର୍ମରୋଗ ଏବଂ ଜଳବାହିତ ରୋଗ ବ୍ୟାପିବା ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ଏଥିପାଇଁ ବ୍ଲକ ପ୍ରଶାସନ ଦାୟୀ ରହିବେ ବୋଲି ଲୋଇସିଂହାର ସଚେତନ ଯୁବକ ଦେବାଶିଷ ବିଶୋଇ ତାଙ୍କ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ା

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଗାଙ୍ଗମାଙ୍କ ରତ୍ନ ମୁଦ ପ୍ରତିଷ୍ଠା: ଶତାଧିକ ଶ୍ରଦ୍ଧାଳୁ ସାମିଲ

ପଟ୍ଟାଙ୍ଗି,୨ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମାସ୍ଥିତ ଗ୍ରାମଦେବୀ ମା’ଗାଙ୍ଗମାଙ୍କ ରତ୍ନ ମୁଦ ପ୍ରତିଷ୍ଠା ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶତାଧିକ…

ଖାମେନେଇଙ୍କ ମୃତ୍ୟୁ ପରେ ଇରାନର ବଡ଼ ନିଷ୍ପତ୍ତି, ଫିଫା ବିଶ୍ୱକପରୁ ଓହରି ଯିବା ନେଇ ଆସିଲା ବଡ଼ ସଙ୍କେତ

ତେହରାନ୍‌,୨।୩: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ଉତ୍ତେଜନା ଏବେ ଫିଫା ବିଶ୍ୱକପ୍‌ 2026 ଉପରେ ମଧ୍ୟ ପ୍ରଭାବ ପକାଇବା ପରି ମନେ ହେଉଛି। ସ୍ଥିତି…

ମ୍ୟାଚ୍‌ ବିଜୟୀ ଇନିଂସ ପରେ ପ୍ରଥମେ କାହାକୁ ଭିଡିଓ କଲ୍‌ କଲେ ସଞ୍ଜୁ ସାମସନ: ବଢୁଛି ଚର୍ଚ୍ଚା

କୋଲକାତା,୨।୩: ICC T20 ବିଶ୍ୱକପ 2026 ପୂର୍ବରୁ ଫର୍ମ ଖୋଜୁଥିବା ସଞ୍ଜୁ ସାମସନ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ ତାଙ୍କର ବ୍ୟାଟିଂ ଦକ୍ଷତା ପ୍ରଦର୍ଶନ…

ଏୟାର ଷ୍ଟ୍ରାଇକରେ ଇରାନର ପୂର୍ବତନ ରାଷ୍ଟ୍ରପତିଙ୍କ ମୃତ୍ୟୁ! ରିପୋର୍ଟରେ ବଡ଼ ଦାବି

ତେହରାନ,୨।୩: ଇରାନରେ ଇସ୍ରାଏଲର ବିମାନ ଆକ୍ରମଣ ଜାରି ରହିଛି। ସଦ୍ୟତମ ଘଟଣାକ୍ରମରେ, ପୂର୍ବତନ ଇରାନ ରାଷ୍ଟ୍ରପତି ମହମୁଦ ଅହମଦିନେଜାଦଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସୁଛି। ପୂର୍ବରୁ ଏହି…

୧୫ ମାଓବାଦୀଙ୍କ ଆତ୍ମସମର୍ପଣ : ୯ ମହିଳା, ୬ ପୁରୁଷ

ନୂଆପଡା/ବରଗଡ଼,୨।୩ (ମକାରୁ ବେମାଲ/ପ୍ରେମାନନ୍ଦ ଖମାରୀ): ଭାରତକୁ ମାଓବାଦୀମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ଡେଡ୍‌ ଲାଇନ୍‌ ମାର୍ଚ୍ଚ ୩୧ ପାଖେଇ ଆସୁଥିବାବେଳେ ଛତିଶଗଡ଼ ପୋଲିସକୁ…

ଅସୁରକ୍ଷିତ ଛାତ୍ରାବାସ: ନୀରବଦ୍ରଷ୍ଟା ସାଜିଛି ପ୍ରଶାସନ

ଦାରିଙ୍ଗବାଡି, ୨/୩(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦନେକବାଡି ପଞ୍ଚାୟତ ବିରାଗାଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପୁରୁଣା କୋଠାରେ ଚାଲିଛି ଏକ ଛାତ୍ରାବାସ। ଏହାକୁ ବିଦ୍ୟାଳୟ…

ଜିତିବା ପରେ ହେଲମେଟ ଫିଙ୍ଗି ଦେଇଥିଲେ ସଞ୍ଜୁ ସାମସନ, ICC ଲଗାଇବ ଜରିମାନା! ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨।୩: କୋଲକାତାର ଇଡେନ ଗାର୍ଡେନରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ୨୦୨୬ ଟି-୨୦ ବିଶ୍ୱକପର ଅନ୍ତିମ ସୁପର ୮ ମ୍ୟାଚ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚ…

ଅଧିକ ସମୟ ଭିଡିଓ ଗେମ୍‌ ଖେଳୁଛନ୍ତି କି, ହୋଇଯାନ୍ତୁ ସାବଧାନ: ହୋଇପାରେ…

ଭିଡିଓ ଗେମ ଖେଳିବାରେ କେବଳ ଛୋଟ ପିଲାମାନେ ନୁହନ୍ତି ବରଂ ଏଥିରେ ଯୁବପିଢ଼ି ବି ପଛରେ ପଡିନାହାନ୍ତି। ଏହା ମନକୁ ସାମୟିକ ଆନନ୍ଦ ଦେଇଥାଏ ସତ ହେଲେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri